IVF ରେ ସନ୍ତାନ ଚାହୁଁ ଥିଲେ ନେବାକୁ ହେବ ଅନୁମତି , ଏମିତି ନିଷ୍ପତ୍ତି ନେଲେ ଏହି ରାଜ୍ୟ ସରକାର

Published By : Prameya-News7 Bureau | July 10, 2025 IST

ଚଣ୍ଡିଗଡ଼ – ରାଜଧାନୀ ଦିଲ୍ଲୀର ନିକଟ ହରିଆଣାରେ ସରକାର ଏମିତି ନିୟମ ଗଢିବାକୁ ଯାଉଛନ୍ତି। ଯଦି କୌଣଣି ଦମ୍ପତି ଇ-ଭିଟ୍ରୋ ଫର୍ଟିଲାଇଜେସନ  ବା ଆଇଭିଏଫ୍‌ ଟେକନିକ୍‌ ମାଧ୍ୟମରେ ସନ୍ତାନ ଜନ୍ମ କରିବାକୁ ଚାହାନ୍ତି ଏବଂ ପର୍ବରୁ ସେହି ଦମ୍ପତିଙ୍କର କେହି ଜୀବିତ ଝିଅ ଅଛି, ତ ସେମାନଙ୍କୁ ପ୍ରଥମେ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଠାରୁ ଅନୁମତି ନେବାକୁ ହେବ। ଏହି ବ୍ୟବସ୍ଥାରେ ଏହା ମଧ୍ୟ କୁହାଯାଇଛି ଯେ, ଯଦି କୌଣସି ଦମ୍ପତିଙ୍କ ପାଖରେ ପୂର୍ବରୁ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି, ତ ତାଙ୍କୁ ବି ଆଇଭିଏଫ୍‌ ଦ୍ୱାରା ୩ୟ ସନ୍ତାନ ଜନ୍ମ କରିବା ପାଇଁ ପୂର୍ବରୁ ଅନୁମତି ନେବାକୁ ପଡିବ।

ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟରେ କୁହାଯାଇଛି ଯେ, ରାଜ୍ୟ ଟାସ୍କ ଫୋର୍ସ (ଏସଟିଏଫ୍) ର ବୈଠକରେ ଲିଙ୍ଗାନୁପାତରେ ସୁଧାର ଆଣିବା ପାଇଁ ମଙ୍ଗଳବାର ଏହି ନିଷ୍ପତ୍ତି ନିଆ ଯାଇଛି। ବୈଠକର ଅଧ୍ୟକ୍ଷତା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁଧୀର ରାଜପାଲ କରିଥିଲେ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଆରତୀ ସିଂହ ରାଓଙ୍କ ନିର୍ଦ୍ଦେଶନାରେ ଆୟୋଜିତ ଏହି ବୈଠକରେ  ‘ବେଟି ବଚାଓ –ବେଟି ପଢାଓ’  ଅଭିଯାନ ଅନୁସାରେ ରାଜ୍ୟର ଲିଙ୍ଗାନୁପାତରେ ଉନ୍ନତିରେ ଧ୍ୟାନ କେନ୍ଦ୍ରିତ କରାଯାଇ ଥିଲା। 

ହେଲେ ରାଜପାଳ କହିଛନ୍ତି ଯେ, ଏବେ ଏହି ନୀତି କେବଳ ଏକ ବିଚାରର ପର୍ଯ୍ୟାୟରେ ରହିଛି। ସେ କହିଛନ୍ତି , ଏଥିପାଇଁ ଏବେ ଆମେ ନିର୍ଦ୍ଦେଶାବାଳୀ ଓ ପଦ୍ଧତି ପ୍ରସ୍ତୁତ କରିବାର ଅଛି। ବିଚାର ଏହା ଯେ , ଲୋକେ ଆଇଭିଏଫ୍‌ର ବ୍ୟବହାର କରନ୍ତୁ, ଏହାର ଦୁରୁପଯୋଗ ହେବା ଉଚିତ ନୁହେଁ। ଉଲ୍ଲେଖନୀୟ ଯେ, ହରିଆଣାର ଲିଙ୍ଗାନୁପାତ ଏହି ବର୍ଷ ୭ ଜୁଲାଇ ଯାଏ ବଢି ୯୦୪ (ପ୍ରତି ୧,୦୦୦ ପୁରୁଷରେ ୯୦୪ ମହିଳା)  ହୋଇଯାଇଛି, ଯାହା ଗତ ବର୍ଷର ଏହି ଅବଧିରେ ୯୦୩ ରୁ ଅଧିକ ଅଛି। ଲିଙ୍ଗାନୁପାତରେ ଏହି ବୃଦ୍ଧି ସରକାରଙ୍କ ଦ୍ୱାରା ପରିଚାଳିତ ପଦକ୍ଷେପ ଗୁଡ଼ିକର ପ୍ରଭାବକୁ ଉଜ୍ଜଳିତ କରୁଛି। 

ବୈଠକରେ ରାଜପାଳ ରାଜ୍ୟର ସବୁ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଗର୍ଭାବସ୍ଥାର ୨୪ ସପ୍ତାହ ଯାଏ କରାଯାଇ ଥିବା ଗର୍ଭପାତର ରିଭର୍ସ ଟ୍ରାକିଂ କରିବାର ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି, ଯାହାକି ଏଥିରେ ସାମିଲ ଚିକିତ୍ସକଙ୍କ ଚିହ୍ନଟ କରାଯାଇ ପାରିବ ଏବଂ ଉଲ୍ଲଙ୍ଘନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯାଇ ପାରିବ। ରିଭର୍ସ ଟ୍ରାକିଂର ଏକ ବିସ୍ତୃତ ପ୍ରକ୍ରିୟା ,ସବୁ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ସେୟାର କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.