LIVE TV

5Gର ସୁପରିଚାଳନା ଓ 6Gର ଶୁଭାରମ୍ଭ ପାଇଁ ଜିଓର ପ୍ରସ୍ତୁତି: ଦକ୍ଷିଣ କୋରିଆ ଯିବେ ଅମ୍ବାନୀ

NEWS7
if-russia-detonate-nuclear-what-should-do-people-us-issues-advisory-for-citizens

ନୂଆଦିଲ୍ଲୀ:ସାମସଙ୍ଗ ସହ ମିଶି ଟେଲିକମ ବ୍ୟବସାୟକୁ ସୁଦୃଢ଼ କରିବାକୁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଉଦ୍ୟମ ଜାରି ରଖିଛି। ଏନେଇ ଏହାର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଆସନ୍ତା ସପ୍ତାହରେ ଦକ୍ଷିଣ କୋରିଆ ଗସ୍ତ କରି ସାମସଙ୍ଗ ଇଲେକ୍ଟ୍ରୋନିକ୍ସ କୋ. ଅଧ୍ୟକ୍ଷ ଲି ଜାଏ-ୟୋଙ୍ଗଙ୍କ ସହ ଆଲୋଚନା କରିବେ। ପରବର୍ତ୍ତୀ ପିଢ଼ିର ଦୂରସଂଚାର ଏବଂ କୃତ୍ରିମ ବୁଦ୍ଧିମତ୍ତା ଭିତ୍ତିଭୂମିରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଏହି ଗସ୍ତ ହେବ ବୋଲି କୁହାଯାଉଛି।

୬୮ ବର୍ଷୀୟ ଅମ୍ବାନୀ ନଭେମ୍ବର ୨୫ ତାରିଖରେ ତାଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କ ସହ ଦୁଇ ଦିନିଆ କୋରିଆ ଗସ୍ତରେ ଯିବ। ଆକାଶ ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡର ଅଧ୍ୟକ୍ଷ ଏବଂ ନିର୍ଦ୍ଦେଶକ ବୋର୍ଡର ମୁଖ୍ୟ ଅଛନ୍ତି। ପୁଅ ସହିତ ଏହି ଯାତ୍ରା ସମ୍ପୂର୍ଣ୍ଣ ବ୍ୟବସାୟ ବିତ୍ତିକ ହେବ ବୋଲି ସୂଚନା ମିଳିଛି।

କୋରିଆ ଗସ୍ତ ସମୟରେ ଅମ୍ବାନୀ ସାମସଙ୍ଗର ସୁୱୋନ ପରିସର ବୁଲି ଦେଖିବେ। 5G ଉପକରଣ ଏବଂ ପ୍ରାରମ୍ଭିକ ପର୍ଯ୍ୟାୟ 6G ବିକାଶ ପାଇଁ ସାମସଙ୍ଗର ଉତ୍ପାଦନ ଲାଇନ୍ ମଧ୍ୟ ଯାଞ୍ଚ କରିବେ। ଅମ୍ବାନୀଙ୍କ ଏହା ପ୍ରଥମ ସାମସଙ୍ଗ ସାଇଟ ପରିଦର୍ଶନ ହେବ।

ସୂତ୍ରରୁ ମିଳିଥିବା ଖବର ଅନୁସାରେ, ମୁକେଶ ଓ ଆକାଶ ସାମସଙ୍ଗର ଲିଙ୍କ ସହ ଏକ ବ୍ୟକ୍ତିଗତ ରାତ୍ରୀଭୋଜନ ପାଇଁ ସିଓଲ ଗସ୍ତ କରିବେ। ଏଥିରେ ସାମସଙ୍ଗର ନେଟୱାର୍କ ବିଭାଗର ମୁଖ୍ୟ ଯୋଗ ଦେବେ।

ଏଥିସହିତ ସାମସଙ୍ଗର ଅଧ୍ୟକ୍ଷ ଲି ଜାଏ ୟଙ୍ଗ ସହିତ ଅମ୍ବାନୀଙ୍କର ପାରିବାରିକ ସ୍ତରରେ ଭଲ ସମ୍ପର୍କ ରହିଛି। ଲି ଏକମାତ୍ର କୋରିଆନ ବ୍ୟବସାୟୀ ଭାବେ ଅମ୍ବାନୀ ପରିବାର ସମସ୍ତ ୩ଟି ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେଣୁ ପାରିବାରିକ ସମ୍ପର୍କ ବି ରହିଛି। ଅମ୍ବାନୀ ସାମସଙ୍ଗ ସହ ମିଶି ନିଜର ଟେଲିକମ ନେଟୱର୍କକୁ ସୁଦୃଢ କରିବାକୁ ଉଦ୍ୟମ କରୁଛନ୍ତି।