କଟନି ଛଟନି ବନ୍ଦ ନ ହେଲେ ରାସ୍ତାକୁ ଓହ୍ଲାଇବୁ, ଚେତାବନୀ ଦେଲା କୃଷକ ସଂଗଠନ

Published By : Prameya-News7 Bureau | June 14, 2025 IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନ ଓ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଗତ ଦିନରେ ଜିଲ୍ଲାରେ ବର୍ଷାରେ ଚାଷୀର ଧାନ କ୍ଷତି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହାର ସର୍ଭେ ହୋଇ ପାରିନି ଓ ଇନପୁଟ ସବସିଡି ମିଳି ପାରିନି । ମଣ୍ଡିରେ ଧାନ ବିକ୍ରି କରିବାକୁ ଚାଷୀକୁ କଟନି ଛଟନିର ଶିକାର ହେବାକୁ ପଡୁଛି । 

Also read: ଡ଼କାୟତି ଯୋଜନା ବେଳେ ୬ ଡକାୟତ ଗିରଫ, ବହୁ ମାରଣାସ୍ତ୍ର ଜବତ

ଅନ୍ୟ ପକ୍ଷରେ ଜିଲ୍ଲା ପ୍ରଶାସନ ସମସ୍ତ ମଣ୍ଡି ମାନଙ୍କୁ ବଡ ଟ୍ରକ ଗୁଡିକରେ ଧାନ ଉଠାଇବାକୁ ମନା କରିଥିବାରୁ ସ୍ଥାନୀୟ ଟ୍ରକ ମାଲିକ ମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଏହା ଦ୍ବାରା ଛୋଟ ଛୋଟ ଗାଡ଼ିରେ ଧାନ ପରିବହନ କରି ଚାଷୀ ମାନେ ଦିନ ଦିନ ଧରି ମଣ୍ଡିରେ ଧାନ ବିକିବାକୁ ଅପେକ୍ଷା କରିବାକୁ ପଡୁଛି । ଫଳରେ ବିଗତ ବର୍ଷ ମାନଙ୍କରେ ଚାଷୀ ଏହି ସମୟରେ ତାହାର କଷ୍ଟ ଉପାର୍ଜିତ ଫସଲ ବିକ୍ରି କରି ଖୁସିରେ ରହୁଥିବା ବେଳେ ଏହି ବର୍ଷ ଧାନ ବିକ୍ରି କରି ନପାରି ଚିନ୍ତାରେ ରହିଛି । ଏହି ସବୁ ଘଟଣାକୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଧ୍ୟାନ ଦେଇ ଶୀଘ୍ର ସମାଧାନ ନ କଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ସଂଗଠନ ଓ ଟ୍ରକ ମାଲିକ ସଂଘ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.