ଭୁବନେଶ୍ବର ୧୪।୬: ୬ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନନ୍ଦନକାନନ ଥାନା ପୋଲିସ । ଭୁବନେଶ୍ୱର ଜୋନ୍ ୬ ଏସିପି ସୋନାଲି ସିଂ ପରମାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ଶୁକ୍ରବାର ରାତି ସାଢେ଼ ୧୨ଟାରେ ନନ୍ଦନକାନନ ପୋଲିସ ପାଟ୍ରୋଲିଂ କରିଥିବା ବେଳେ ବିଶେଷ ସୂତ୍ରରୁ ଏକ ଖବର ମିଳିଥିଲା । କିଛି ଲୋକ ଏକ ନିକାଞ୍ଚନ ସ୍ଥାନରେ ଡ଼କାୟତି ପାଇଁ ଯୋଜନା କରୁଛନ୍ତି । ନନ୍ଦନକାନନ ଥାନା ଅଧକାରୀ ସମିତା ମିଶ୍ରଙ୍କ ସମେତ ଅନ୍ୟ କର୍ମଚାରୀ ପହଞ୍ଚି ଚଢାଉ କରି କରିଥିଲେ । ପୋଲିସ ସେଠାରୁ କଲ୍ୟାଣପୁର ଗ୍ରାମର ସୁମୀଲ କୁମାର ସାହୁ ଓରଫ ଗଣେଶ, ସନ୍ତୋଷ ବେହେରା ଓରଫ ଶନ୍ତୁ, ଜିତେନ୍ଦ୍ର ସ୍ୱାଇଁ ଓରଫ ଜିତୁ, ମନୋଜ ସ୍ୱାଇଁ ଓରଫ ମଣ୍ଟୁ, ପ୍ରତାପ ସ୍ୱାଇଁ ଓ ଗଣେଶ ଜେନାକୁ ଗିରଫ କରିଥିଲା । ସେମାନଙ୍କ ଠାରୁ ଡକାୟତିରେ ବ୍ୟବହାର ପାଇଁ ରଖିଥିବା ଗୋଟିଏ ଦେଶୀ ବନ୍ଧୁକ, ୬ଟି ଅଫୁଟା ଖୋକା, ଗୋଟିଏ ତେଲେଙ୍ଗା କଟୁରୀ, ଏକ ଖଣ୍ଡା, ୨ଟି ରଡ଼, ଗୋଟିଏ କଳା ରଙ୍ଗର ସ୍କର୍ପିଓ, ୨ଟି ବାଇକ, ୬ଟି ମୋବାଇଲ, ଗୋଟିଏ ସୁନା ଚେନ ସହ ମଦ ବୋତଲ, ବ୍ୟବହୃତ ପାଣି ବୋତଲ ଜବତ କରାଯାଇଥିଲା ଏ ସଂକ୍ରାନ୍ତରେ ନନ୍ଦନକାନନ ଥାନାରେ ମାମଲା ରୁଜୁ କରାଯାଇ ୬ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଲେ ଭୁବନେଶ୍ୱର ଜୋନ୍ ୬ ଏସିପି ସୋନାଲି ସିଂ ପରମାର ।
You Can Read:
୧୬ ନମ୍ବର ଜାତୀୟ ରାଜପଥରେ କାର୍କୁ ଧକ୍କା ଦେଲା ଟ୍ରକ୍, ସମସ୍ତ ଯାତ୍ରୀ ସୁରକ୍ଷିତ