LIVE TV

ପୋଲିସ ଏସଆଇ ପରୀକ୍ଷା ଘୋଟଲା; ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଶଙ୍କର ପୃଷ୍ଟି, ମୁନା ମହାନ୍ତି

NEWS7
if-india-attacks-pakistan-bangladesh-should-occupy-the-eastern-states-says-yunus-aide-

କଟକ: ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା। ହାଇକୋର୍ଟର ଦ୍ବାରସ୍ଥ ହେଲେ ଫେରାର ଥିବା ବ୍ରହ୍ମପୁରର ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଶଙ୍କର ପୃଷ୍ଟି ଓ ତାଙ୍କ ସହଯୋଗୀ ମୁନା ମହାନ୍ତି। ଉଭୟ, ମାମଲାରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି। ଏହା ପୂର୍ବରୁ ସୋମବାର ପୋଲିସ ଏସଆଇ ପରୀକ୍ଷା ଘୋଟାଲା ମାମଲାରେ ଫେରାର ଥିବା ଏହି ଦୁଇ ଅଭିଯୁକ୍ତଙ୍କ ନାଁରେ ଲୁକ୍‌ ଆଉଟ ସର୍କୁଲାର ଜାରି ହୋଇଥିଲା। ଏମାନଙ୍କୁ ଧରିବାକୁ ୩ ରାଜ୍ୟରେ କ୍ରାଇମବ୍ରାଞ୍ଚ ଟିମ୍ ଖୋଜୁଥିବାବେଳେ, ସେମାନଙ୍କୁ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା ଜାରି ରଖିଛି।

ସୂଚନାଥାଉକି, SI ପରୀକ୍ଷା ପାଇଁ OPRB ITI ଲିମିଟେଡକୁ ଦାୟିତ୍ୱ ଦେଇଥିଲା । ITI ଗୁଜୁରାଟର ରିଚ ମାଇନସ ଡିଜିଟାଲକୁ ଦାୟିତ୍ୱ ଦେଇଥିଲା। ଗତ ଏପ୍ରିଲ ମାସରେ OPRB ରିଚ ମାଇନସକୁ ହଟାଇ ସିଲିକନକୁ ଦାୟିତ୍ବ ଦେଇଥିଲା। ପରେ ସିଲିକନ ସଲ୍ୟୁସନ, ବ୍ରହ୍ମପୁରର ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡକୁ ପରୀକ୍ଷା ପରିଚାଳନା କାମ ସବଲେଟ କରିଥିଲା । ସିଲିକନକୁ ଦାୟିତ୍ବ ହସ୍ତାନ୍ତର ନେଇ ଆଇଟିଆଇ ଓପିଆରବିକୁ ଜଣାଇଥିଲା । କିନ୍ତୁ ସିଲିକନ ପଞ୍ଚସଫଟକୁ ଦାୟିତ୍ବ ହସ୍ତାନ୍ତର କରିବା ନେଇ ଅବଗତ କରାଇନଥିଲା ।

ଉଲ୍ଲେଖଯୋଗ୍ୟ, ପୋଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ଘଟଣା ସାମ୍ନାକୁ ଆସିବା ପରେ ପୂରା ପରୀକ୍ଷାକୁ ବାତିଲ୍ କରାଯାଇଛି। ଏହି ଘଟଣାର ତଦନ୍ତରୁ ପରୀକ୍ଷା ଜାଲିଆତିର ନେଟୱର୍କ ରାଜ୍ୟସାରା ବ୍ୟାପିଥିବା ଜଣାପଡ଼ିଛି। ଆହୁରି ମଧ୍ୟ ଏହା ପଛରେ ବଡ଼ ରାକେଟରେ ହାତ ରହିଥିବା ଜଣାପଡ଼ିଥିବାବେଳେ, ୧୧୪ ପରୀକ୍ଷାର୍ଥୀ ଓ ୩ ଦଲାଲଙ୍କୁ ଗିରଫ ପରେ ଜେଲ ପଠାଇଦିଆଯାଇଛି। କିଛି ବଡ଼ମୁଣ୍ଡଙ୍କ ଦ୍ୱାରା ସବୁ ଷଡ଼ଯନ୍ତ୍ର ପରିଚାଳିତ ହେଉଥିବାବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି ।