ମାସିକ ମୁଣ୍ଡ ପିଛା ଖର୍ଚ୍ଚ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ; ଖଡ଼ଗେ କହିଲେ- ଇଲେକ୍ସନ ଷ୍ଟଣ୍ଟ୍‌

Published By : Prameya-News7 Bureau | February 27, 2024 IST

ନୂଆଦିଲ୍ଲୀ: ନିକଟରେ ରିଲିଜ୍ ହୋଇଥିବା ଭାରତୀୟ ପରିବାରର ମୁଣ୍ଡପିଛା ମାସିକ ଖର୍ଚ୍ଚ ୨୦୨୨-୨୩ ହିସାବକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ଆଗକୁ ନିର୍ବାଚନ ଥିବାରୁ ଜାଣିଶୁଣି ଏହି ତଥ୍ୟ ପ୍ରକାଶ କରାଯାଇଛି। ଦିଆଯାଇଥିବା ତଥ୍ୟରେ ସ୍ୱଚ୍ଛତା ନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଅଭିଯୋଗ କରିଛନ୍ତି। ୧୦ ବର୍ଷ ପରେ ପ୍ରକାଶ ପାଇଥିବା ତଥ୍ୟରେ କୁହାଯାଇଥିଲା ଯେ ୨୦୧୧-୧୨ ତୁଳନାରେ ୨୦୨୨-୨୩ରେ ପରିବାରରେ ମୁଣ୍ଡପିଛା ମାସିକ ଖର୍ଚ୍ଚ ଦୁଇ ଗୁଣା ହୋଇଛି।

ରିପୋର୍ଟକୁ ନେଇ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ନିର୍ବାଚନକୁ ପ୍ରଭାବିତ କରିବାକୁ ସର୍ଭେ କରାଯାଇଛି। ଯଦି ପାରିବାରିକ ପ୍ରତିବ୍ୟକ୍ତି ଖର୍ଚ୍ଚରେ ସବୁକିଛି ଚକାଚକ୍ ଅଛି ବୋଲୋ ଦର୍ଶାଯାଇଛି, ତେବେ କାହିଁକି ଭାରତରେ ଗ୍ରାମାଞ୍ଚଳରେ ଗରିବ ଲୋକମାନେ ସରକାରୀ ଯୋଜନାର ଲାଭ ପାଇପାରୁ ନାହାନ୍ତି? କାହିଁକି କୃଷକଙ୍କ ଆୟ ଗ୍ରାମୀଣ ଭାରତର ଆୟର ହାର ଠାରୁ କମ୍ ଥିଲା? ବୋଲି ଖଡ଼ଗେ ପ୍ରଶ୍ନ କରିଛନ୍ତି।

ପଢ଼ନ୍ତୁ-ଟେକ୍ସଟାଇଲ ସେକ୍ଟର ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି, କହିଲେ-ମିଳିବ ସରକାରଙ୍କ ପୂର୍ଣ୍ଣ ସମର୍ଥନ

ଖଡ଼ଗେ କହିଛନ୍ତି ଗ୍ରାମୀଣ ଭାରତରେ ୫ ପ୍ରତିଶତ ଲୋକ ଏବେ ବି ସବୁଠାରୁ ଗରିବ ସୀମାରେ କାହିଁକି ରହିଛନ୍ତି ? କାହିଁକି ସେମାନେ ସରକାରୀ ଯୋଜନାର ମାସକୁ ମାତ୍ର ୬୮ ଟଙ୍କା ପାଉଛନ୍ତି? ପାଖାପାଖି ୭ କୋଟି ଲୋକ ଦୈନିକ କେବଳ ୪୬ ଟଙ୍କା ଖର୍ଚ୍ଚ କରୁଛନ୍ତି କାହିଁକି ବୋଲି ଖଡଗେ ପ୍ରଶ୍ନ କରିଛନ୍ତି। ସେହିପରି ମୋଦୀ ସରକାର ଉଜ୍ଜ୍ୱଳା ଯୋଜନା କଥା କହି ଡିଣ୍ଡିମ ପିଟୁଛନ୍ତି। ହେଲେ ଗ୍ରାମୀଣ ପରିବାରର ଇନ୍ଧନ ଖର୍ଚ୍ଚ ୧.୫ ପ୍ରତିଶତକୁ କାହିଁକି କମିଲା ?

ସୂଚନା ଥାଉକି, ରିପୋର୍ଟ ଅନୁସାରେ, ଦେଶର ଗ୍ରାମାଞ୍ଚଳରେ ପରିବାରର ଜଣେ ବ୍ୟକ୍ତିଙ୍କର ମାସିକ ଖର୍ଚ୍ଚ ୩,୭୭୩ ଏବଂ ସହରାଞ୍ଚଳରେ ରହୁଥିବା ବ୍ୟକ୍ତିଙ୍କର ମାସିକ ଖର୍ଚ୍ଚ ୬,୪୫୯ ଦର୍ଶାଯାଇଥିଲା। ସର୍ଭେର ମୋଦୀ ସରକାର ନିଜକୁ ଅଶ୍ୱାସନା ଦେବାର ବିପଳ ଚେଷ୍ଟା କରିଛନ୍ତି ବୋଲି କଂଗ୍ରେସ କହିଛି। ସୂଚନା ଥାଉକି ନୀତୀ ଆୟୋଗ ତା ରିପୋର୍ଟରେ ଭାରତରେ ଗରିବ ସୀମା ରେଖା ତଳେ ମାତ୍ର ୫ ପ୍ରତିଶତ ଲୋକ ରହିଥିବା ଦର୍ଶାଉଥିବା ବେଳେ ଅନ୍ୟ ଏକ ଗେବଷଣା ସଂସ୍ଥା ଏହି ହାର୍ ୧୧.୨୮ ପ୍ରତିଶତ ବୋଲି ଦର୍ଶାଇଛି। ମୋଦୀ ଗରିବମାନଙ୍କର କାହିଁକି ମଜାକ ଉଡ଼ାଉଛନ୍ତି ବୋଲି ଖଡ଼ଗେ ପ୍ରଶ୍ନ କରିଛନ୍ତି।   

ପଢ଼ନ୍ତୁ-ଭାରତୀୟମାନେ ଖାଇବାରେ କମ୍, ଟିଭି ଫ୍ରିଜ୍‌ରେ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି: ରିପୋର୍ଟ

ତେବେ ୨୦୨୧ରେ ପାରିବାରିକ ପ୍ରତି ବ୍ୟକ୍ତ ଖର୍ଚ୍ଚର ସଠିକ ହିସାବ ଆସିବା ଉଚିତ, ତା ସହିତ ଜାତିଗତ ଜନଗଣନା କରିବା ଉଚିଚ୍ ବୋଲି ଖଡ଼ଗେ ଦାବି କରିଛନ୍ତି। ଯଦି କଂଗ୍ରେସ ସରକାରଙ୍କୁ ଆସେ ତେବେ ଏସବୁ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.