ଟେକ୍ସଟାଇଲ ସେକ୍ଟର ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି, କହିଲେ-ମିଳିବ ସରକାରଙ୍କ ପୂର୍ଣ୍ଣ ସମର୍ଥନ

Published By : Prameya-News7 Bureau | February 26, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍‌ରେ ଆୟୋଜିତ ଭାରତ ଟେକ୍ସ ୨୦୨୪ର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସମ୍ବୋଧନ ଦେବା ସମୟରେ ପ୍ରଧାନମନ୍ତ୍ରୀ ଟେକ୍ସଟାଇଲ ସେକ୍ଟରକୁ ପୂର୍ଣ୍ଣ ସହଯୋଗ ଦେବାନେଇ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହ ସେ ଏକଥା ଉପରେ ମଧ୍ୟ ଜୋର ଦେଇଛନ୍ତି ଯେ, ଏହି ଉଦ୍ୟୋଗ ୨୦୪୭ ପର୍ଯ୍ୟନ୍ତ ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ମହତ୍ବପୂର୍ଣ୍ଣ ଭୂମିକା ନିଭାଇବ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଆମେ ବିକଶିତ ଭାରତର ନିର୍ମାଣରେ କପଡ଼ା କ୍ଷେତ୍ରରେ ଯୋଗଦାନକୁ ଅଧିକ ବଢ଼ାଇବା ପାଇଁ କାମ କରୁଛୁ। ଭାରତର କପଡ଼ା ସେକ୍ଟର ମୂଲ୍ୟାଙ୍କ ୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। କପଡ଼ା କ୍ଷେତ୍ରରେ ଯୋଗଦାନକୁ ଆହୁରି ବଢ଼ାଇବା ପାଇଁ ସରକାର ବହୁତ ବ୍ୟାପକ ସ୍ତରରେ କାମ କରୁଛନ୍ତି।

ଆହୁରି ପଢ଼ନ୍ତୁ: ବିଶ୍ୱରେ ଦ୍ରୁତ ଗତିରେ କୂଟନୈତିକ ନେଟୱର୍କ ବିସ୍ତାର କରୁଛି ଭାରତ; ଚୀନକୁ ଟପିବା ସମ୍ଭବ କି ? ବୁଝନ୍ତୁ ଦେଶର ଟପ୍ ୩ ବିଦେଶ ନୀତି

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ‘‘ଆମେ ଆଗାମୀ ୨୫ ବର୍ଷରେ ଭାରତକୁ ବିକଶିତ ରାଷ୍ଟ୍ରରେ ବଦଳାଇବାକୁ ସଂକଳ୍ପ ନେଇଛୁ। ବିକଶିତ ଭାରତର ଚାରି ଗୁରୁତ୍ବପୂର୍ଣ୍ଣ ସ୍ତମ୍ଭ- ଦାରିଦ୍ର୍ୟ, ଯୁବ, ଚାଷୀ ଏବଂ ମହିଳା ସହ ଭାରତର କପଡ଼ା ଉଦ୍ୟୋଗ ବିଶେଷ ଭାବରେ ଜଡ଼ିତ। ଏଥିପାଇଁ ‘ଭାରତ ଟେକ୍ସ’ ଭଳି ଆୟୋଜନ ଆମେ ସମସ୍ତଙ୍କ ପାଇଁ ବହୁତ ମହତ୍ବପୂର୍ଣ୍ଣ । ଗତ ୧୦ ବର୍ଷରେ ସୂତା, କପଡ଼ା ଏବଂ ପରିଧାନ ଉତ୍ପାଦନରେ ୨୫ ପ୍ରତିଶତ ବୃଦ୍ଧି ହୋଇଛି। ସରକାରଙ୍କ କପଡ଼ା କ୍ଷେତ୍ରରେ ଗୁଣବତ୍ତା ନିୟନ୍ତ୍ରଣ ଉପରେ ଧ୍ୟାନ ଦେଇଛନ୍ତି।’’

ସୂଚନାଥାଉକି, ଭାରତ ଟେକ୍ସର ଆୟୋଜନ ଫେବ୍ରୁଆରୀ ୨୬ରୁ ଫେବ୍ରୁଆରୀ ୨୯ ପର୍ଯ୍ୟନ୍ତ ହେବ। ଏହା ଦେଶରେ ଆୟୋଜିତ ହେବାକୁ ଥିବା ଏପର୍ଯ୍ୟନ୍ତ ସବୁଠୁ ବଡ଼ ବୈଶ୍ବିକ ବସ୍ତ୍ର କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ। ଟେକ୍ସଟାଇଲ ମନ୍ତ୍ରାଳୟ ସଚିବ ରଚନା ଶାହ କହିଛନ୍ତି ଭାରତ ଟେକ୍ସ ୨୨ ଲକ୍ଷ ବର୍ଗ ଫୁଟ୍‌ ପ୍ରଦର୍ଶନୀ କ୍ଷେତ୍ରରେ ବ୍ୟାପ୍ତ। ଏହା ସହ ଏଥିରେ ୧୦୦ ଦେଶ ବ୍ୟବସାୟୀ ଭାଗନେବେ।

ଆହୁରି ପଢ଼ନ୍ତୁ: ରେଳ ଯାତ୍ରାର ସୁବିଧା ପାଇଁ ୧୫୦୦ ଓଭରବ୍ରିଜ୍ ଓ ଅଣ୍ଡରପାସ୍ ନିର୍ମାଣ କରିବାକୁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ସେ ଆହୁରି କହିଛନ୍ତି, ମନ୍ତ୍ରାଳୟ ଉଦ୍ୟୋଗ ପାଇଁ ୧୦,୬୮୩ କୋଟି ଟଙ୍କାର ପ୍ରଡକ୍ସନ ଲିଙ୍କ୍ଡ ଇନସେଟିଭ (ପିଏଲଆଇ) ସ୍କିମ୍‌ ସହ କାମ କରୁଛନ୍ତି। ବ୍ୟବସାୟୀଙ୍କ କୌଣସିବି ସମସ୍ୟାର ସମାଧାନ କରାଯାଉଛି। ଖାଲି ସେତିକି ନୁହେଁ ପିଏଲଆଇ ସ୍କିମର ପରିସୀମା ବଢ଼ାଇବା ପାଇଁ ଉଦ୍ୟୋଗରୁ କିଛି ପରାମର୍ଶ ମିଳିଛି। ପିଏମ-ମିତ୍ର ପାର୍କକୁ ମଞ୍ଜୁରୀ ମିଳିଛି। ଆଗାମୀ ୪-୬ ବର୍ଷରେ ୭୦ ହଜାର କୋଟି ଟଙ୍କାରୁ ନିବେଶ ଅନୁମାନ ରହିଛି। ଏହା ସହ ଏଥିରୁ ପ୍ରାୟ ୨୦ ଲକ୍ଷ ଲୋକଙ୍କ ପାଇଁ ରୋଜଗାର ଅବସର ମଧ୍ୟ ଉତ୍ପନ୍ନ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.