ଆଇସିଏମ୍‌ଏଆଇ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସମ୍ବର୍ଦ୍ଧନା

Published By : Prameya-News7 Bureau | May 28, 2025 IST

ଭୁବନେଶ୍ୱର: ଦେଶରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ଇନଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ୍ ଆଣ୍ଡ ମ୍ୟାନେଜେମେଂଟ ଆକାଉଂଟାଂଟସ୍ ଅଫ୍ ଇଣ୍ଡିଆ (ଆଇସିଏମ୍‌ଏଆଇ) ପକ୍ଷରୁ ମଙ୍ଗଳବାର ସମ୍ବର୍ଦ୍ଧିତ କରାଯାଇଛି ।

ଆଇସିଏମ୍‌ଏଆଇ ଭୁବନେଶ୍ୱର ପକ୍ଷରୁ ଏହାର ବରିଷ୍ଠ ଅଧିକାରୀ ଶ୍ରୀ ହେମନ୍ତ କୁମାର ବିଶ୍ୱାଳ ସୋଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ପ୍ରଫେସର ନାୟକଙ୍କୁ ସାକ୍ଷାତ କରିବା ସହ ସମ୍ବର୍ଦ୍ଧିତ କରିଥିଲେ । 

ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ଅବଦାନ ନିମନ୍ତେ ସୋଆ   ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛି । ସେହିଭଳି ଶ୍ରୀ ନାୟକଙ୍କ ଔଦ୍ୟୋଗିକତା ଯାତ୍ରା ଏବଂ ସମାଜ ପ୍ରତି କିଛି କରିବାର ପ୍ରତିବଦ୍ଧତା ଅନ୍ୟପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ଆଇସିଏମ୍‌ଏଆଇ ପକ୍ଷରୁ ପ୍ରଶଂସା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.