ICICIର ଆପ୍‌ରେ ବଡ଼ ବୈଷୟିକ ତ୍ରୁଟି, ୧୭ ହଜାର କ୍ରେଡିଟ୍ କାର୍ଡ ତଥ୍ୟ ଲିକ୍, ବ୍ୟାଙ୍କ ନେଲା ଆକ୍ସନ

Published By : Prameya-News7 Bureau | April 25, 2024 IST

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ ୟୁଜର୍ସଙ୍କୁ iMobile-ପେ ଆପରେ ବୈଷୟିକ ତ୍ରୁଟିର ସାମନା କରିବାକୁ ପଡ଼ିଛି । ନିକଟରେ କିଛି ୟୁଜର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଆପରେ ସମସ୍ୟା ନେଇ ଅଭିଯୋଗ କରିଥିଲେ । କିଛି ୟୁଜର୍ସଙ୍କ କହିବା ଅନୁସାରେ ସେମାନେ ଆପରେ ନିଜ କ୍ରେଡିଟ୍ କାର୍ଡ ବିବରଣୀ ଦେଖି ପାରୁ ନାହାନ୍ତି । ଅନ୍ୟ କିଛି ୟୁଜର୍ସଙ୍କ ଅନୁସାରେ ସେ ଅନ୍ୟ କ୍ରେଡିଟ୍ କାର୍ଡର ଗୋପନୀୟ ସୂଚନା ଦେଖି ପାରୁଛନ୍ତି । 

ଟେକ୍ନୋଫିନୋକ ସହ-ପ୍ରତିଷ୍ଠାତା ଏହି ପ୍ରସଙ୍ଗର ତତ୍କାଳ ସମାଧାନ ପାଇଁ ଆଇସିଆଇସିଆଇ ବ୍ୟାଙ୍କ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଟ୍ୟାଗ୍ କରିଛନ୍ତି । ସେ କହିଛନ୍ତି-ଅନେକ ୟୁଜର ନିଜ iMobile-ପେ ଆପରେ ଅନ୍ୟ ଗ୍ରାହକଙ୍କ ICICI ବ୍ୟାଙ୍କ କ୍ରେଡିଟ୍ କାର୍ଡ ଦେଖିବାରେ ସକ୍ଷମ ଥିବା ସୂଚନା ଦେଇଛନ୍ତି । ଆପରେ କ୍ରେଡିଟ୍ କାର୍ଡ ନମ୍ୱର, ଏକ୍ସପାୟରୀ ଡେଟ୍ ଏବଂ ସିଭିଭି ଦେଖିପାରୁଛନ୍ତି । ଯେଉଁଥି ପାଇଁ ଠକାମୀର ଶିକାର ହେବା ସମ୍ଭବାନା ବଢୁଛି । 

ICICI ବ୍ୟାଙ୍କ ହିନ୍ଦୁସ୍ତାନ ଟାଇମ୍ସକୁ କହିଛି- ଆମ ଗ୍ରାହକ ଆମ ସର୍ବୋଚ୍ଚ ପ୍ରାଥମିକତା ଅଟେ ଏବଂ ଆମେ ସେମାନଙ୍କ ହିତର ସୁରକ୍ଷା ପାଇଁ ସମର୍ପିତ । ଏହା ଆମ ନଜରକୁ ଆସିଛି ଯେ ଗତ କିଛି ଦିନରେ ଜାରି କରାଯାଇଥିବା ପ୍ରାୟ ୧୭ ହଜାର ନୂଆ କ୍ରେଡିଟ୍ କାର୍ଡ ଭୁଲରେ ଆମ ଡିଜିଟାଲ ଚ୍ୟାନେଲରେ ୟୁଜର୍ସଙ୍କ ପାଇଁ ମ୍ୟାପ୍ କରିଥିଲା । ଏହା ବ୍ୟାଙ୍କର କ୍ରେଡିଟ୍ କାର୍ଡ ପୋର୍ଟଫୋଲିଓର ପ୍ରାୟ ୦.୧ ପ୍ରତିଶତ ଅଟେ । ଆମେ ଏହି କାର୍ଡକୁ ବ୍ଲକ୍ କରିସାରିଛୁ ଏବଂ ଗ୍ରାହକଙ୍କୁ ନୂଆ କାର୍ଡ ଜାରି କରାଯାଇଛି । ବ୍ୟାଙ୍କ ଅନୁସାରେ ଏବେ ସୁଦ୍ଧା ୧୭ ହଜାର କାର୍ଡ ମଧ୍ୟରୁ କୌଣସି କାର୍ଡର ଦୁରୁପଯୋଗର କୌଣସି ମାମଲା ସାମନାକୁ ଆସି ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.