ସୋଆରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ: ମହିଳା କର୍ମଚାରୀମାନଙ୍କ ଉଜ୍ଜ୍ବଳ କାମନା କଲେ SOA ଉପସଭାପତି

NEWS7
icc-world-cup-2023-most-runs

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ କାର୍ଯ୍ୟରତ ମହିଳାମାନଙ୍କ ପକ୍ଷରୁ ସୋମବାର ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ସୋଆର ମହିଳା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

ଏହି ଅବସରରେ ଶ୍ରୀମତି ଦାସ ନିଜର ଅଭିଭାଷଣରେ କହିଛନ୍ତି ଯେ ପ୍ରତ୍ୟେକ ଅନୁଷ୍ଠାନର ସ୍ୱତନ୍ତ୍ର ଭୂମିକା ରହିଛି । ଶୈକ୍ଷିକ ଉତ୍କର୍ଷତା, ବିକାଶ ଓ ସଶକ୍ତୀକରଣ କ୍ଷେତ୍ରରେ ମହିଳାଙ୍କ ନେତୃତ୍ୱ ନେଇ ସୋଆ ବଦ୍ଧପରିକର ।

ଶ୍ରୀମତି ଦାସ କହିଥିଲେ ଯେ ମହିଳାମାନେ ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇପାରୁଥିବା ବେଳେ ପରସ୍ପରକୁ ସାହାଯ୍ୟ ଓ ସହଯୋଗ କରିବାର ଆବଶ୍ୟକତା ରହିଛି । କେବଳ ଶିକ୍ଷା କିମ୍ବା ସ୍ୱାସ୍ଥ୍ୟ କ୍ଷେତ୍ରରେ ନୁହେଁ ବରଂ ବିଭିନ୍ନ ବିଭାଗରେ ମହିଳାମାନେ ନିଜର ବହୁମୂଲ୍ୟ ଯୋଗଦାନ ଦେଇ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ଏହି ଦୃଷ୍ଟିରୁ ସେମାନେ ବିଶ୍ୱବିଦ୍ୟାଳୟ ପାଇଁ ଉଦାହରଣ ପାଲଟିଛନ୍ତି ବୋଲି ଆନନ୍ଦ ବ୍ୟକ୍ତ କରିଛନ୍ତି ଶ୍ରୀମତି ଦାସ ।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ନୀତା ମହାନ୍ତି, ସୋଆର କଂଟ୍ରୋଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ସୋଆ ଓ ସୁମା ରିୟଲ ମିଡିଆର ମହିଳା ନେତୃବର୍ଗ ନିଜର ବକ୍ତବ୍ୟରେ ନାରୀ ସଶକ୍ତୀକରଣ ଏବଂ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ । ନିଜ ଅନୁଭୂତି ବଖାଣି ଏହି ପ୍ରମୁଖ ମହିଳାମାନେ ଝିଅମାନଙ୍କ ସମେତ ପୁଅମାନଙ୍କୁ ମଧ୍ୟ ଉପଯୁକ୍ତ ସଂସ୍କାର ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହି ଅବସରରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ର ଡିନ୍ ପ୍ରଫେସର ରୁଚି ଭୂୟାଁ, ସମ୍ ନର୍ସିଂ କଲେଜର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ ଓ ଏସ୍ଏନ୍ସି -୧ର ଡିନ୍ ପ୍ରଫେସର ସସ୍ମିତା ଦାସଙ୍କ ସମେତ ବିଭିନ୍ନ ବିଭାଗୀୟ ମୁଖ୍ୟ, ପ୍ରଫେସର, ଫ୍ୟାକଲି୍ଟ, କାର୍ଯ୍ୟରତ ମହିଳା କର୍ମଚାରୀ ଏବଂ ସୁମା ରିୟଲ୍ ମିଡିଆ ପ୍ରାଇଭେଟ ଲିମିଟେଡ୍ର ମହିଳା ସାମ୍ବାଦିକମାନେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ କଂଟ୍ରୋଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଡିସ୍ନାଲ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିିଆର୍ , ପ୍ରଫେସର ରେଣୁ ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।