ଓଡ଼ିଶା ଦିବସରୁ ସାରା ରାଜ୍ୟରେ ପାଳନ ହେବ ଓଡ଼ିଆ ପକ୍ଷ, ଏପ୍ରିଲ ୧ରୁ ୧୪ ପର୍ଯ୍ୟନ୍ତ ଚାଲିବ

NEWS7
icc-response-on-why-no-pcb-official-at-champions-trophy-2025-closing-ceremony

ଭୁବନେଶ୍ୱର ୬।୨: ଓଡ଼ିଶା ଦିବସରୁ ଓଡ଼ିଆ ପକ୍ଷ ସଂସ୍କୃତି ମୁଖର ହୋଇଉଠିବ ଗାଁରୁ ସହର । ସଂସ୍କୃତି ମୁଖର ହୋଇଉଠିବ ଗାଁରୁ ସହର । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସାରା ରାଜ୍ୟରେ ପାଳନ ହେବ ଓଡ଼ିଆ ପକ୍ଷ । ଏପ୍ରିଲ ୧ ଓଡ଼ିଶା ଦିବସ ଠାରୁ ଏପ୍ରିଲ ୧୪ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ଏହି ପକ୍ଷ ପାଳନ ହେବ । ଏପ୍ରିଲ ୧ରୁ ୧୪ ପର୍ଯ୍ୟନ୍ତ ଚାଲିବ ସ୍ୱତନ୍ତ୍ର ଲୋଗୋ ଓ ୱେବ୍ସାଇଟ୍ ସାମିଲ ହେବେ ପ୍ରବାସୀ ଓଡ଼ିଆ, ଉପାନ୍ତରେ ବିଭିନ୍ନ କାର୍ଯ୍ୟକ୍ରମ ।

ଗତବର୍ଷ ପ୍ରଥମ ଥର ପାଳିତ ହୋଇଥିବା ଏହି ପକ୍ଷକୁ ଚଳିତ ବର୍ଷ ଅଧିକ ଭବ୍ୟ ରୂପେ ପାଳନ ଲାଗି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ବସିଥିଲା । ବିଭିନ୍ନ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ଆୟୋଜନ ଏବଂ ଲୋକଙ୍କ ସାମିଲ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ । ଓଡ଼ିଶା ଦିବସ, ଖଡ଼ିଛୁଆଁ ଦିବସ, ପାରମ୍ପରିକ ପୋଷାକ ଦିବସ, ବର୍ଣ୍ଣ ଦିବସ, ଲୋକକଳା ଦିବସ, ପାରମ୍ପରିକ ଖାଦ୍ୟ ଦିବସ, ସ୍ୱଚ୍ଛତା ଦିବସ, ରକ୍ତଦାନ ଅଭିଯାନ, ଓଡ଼ିଆରେ ନାମ ଫଳକ ଅଭିଯାନ, ଐତିହ୍ୟ ଗଣଦୌଡ଼, ଯୁବ ଲେଖକ ସମ୍ମିଳନୀ ଓ ବରପୁତ୍ରଙ୍କ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ ।

ଓଡ଼ିଆ ପକ୍ଷ ପାଇଁ ସ୍ୱତନ୍ତ୍ର ଲୋଗୋ ପ୍ରସ୍ତୁତି ସହ ସ୍ୱତନ୍ତ୍ର ୱେବ୍ସାଇଟ୍ ନିର୍ମାଣ କରାଯିବ । କୁଇଜ୍ ପ୍ରତିଯୋଗିତା କରାଯାଇ ଡିଜିଟାଲ୍ ପ୍ରମାଣପତ୍ର ଦିଆଯିବ । ଏଥର ପ୍ରବାସୀ ଓଡ଼ିଆମାନଙ୍କୁ ସାମିଲ ପାଇଁ ଯୋଜନା ରହିଛି । ଯୁବପିଢ଼ି ଏବଂ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ମଧ୍ୟ ସମସ୍ତ କାର୍ଯ୍ୟକ୍ରମରେ ଯୋଡ଼ି ହେବେ । ଉପାନ୍ତ ଅଞ୍ଚଳରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଓଡ଼ିଆ ଘରର ଚାଲିଚଳଣି, ଗାଥା ଗୌରବ, ପରମ୍ପରାକୁ ବିଶ୍ୱବିଦିତ କରିବା ଓଡ଼ିଆ ପକ୍ଷ ପାଳନର ମୂଳ ଲକ୍ଷ୍ୟ । ଏନେଇ ସରକାରଙ୍କ ବିଭିନ୍ନ ବିଭାଗ ସହଯୋଗରେ ବ୍ଲକ୍ଠାରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ ଲାଗି ସଂସ୍କୃତି ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରସ୍ତୁତି ବୈଠକରେ ସଂସ୍କୃତି ସଚିବ ଡା. ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ. ଚନ୍ଦ୍ର ଶେଖର ହୋତାଙ୍କ ସମେତ ସଂସ୍କୃତି ବିଭାଗର ସମସ୍ତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।