ଭାରତରେ ଫୁଟବଲ ଖେଳି ପାରିବେନି ମେସି ! ଗୋଡ଼କୁ ବାନ୍ଧି ଦେଇଛି ଇନସ୍ୟୁରାନ୍ସ କମ୍ପାନୀ...

NEWS7
icc-response-on-why-no-pcb-official-at-champions-trophy-2025-closing-ceremony

ନୂଆଦିଲ୍ଲୀ, ୧୪/୧୨:ଅନ୍ତର୍ଜାତୀୟ ପୁଟବଲର ଲିଓନେଲ ମେସି । ସାରା ଦୁନିଆରେ ତାଙ୍କର କୋଟି କୋଟି ଫ୍ୟାନ୍ । ନିଜ ଦେଶ ଆର୍ଜେଣ୍ଟିନାକୁ ବିଶ୍ୱ ଚାମ୍ପିଅନ କରିଛନ୍ତି ମେସି । ଭାରତରେ ବି ତାଙ୍କର କ୍ରେଜ୍ ବହୁତ । ଦୁଇ ଦିନିଆ ଭାରତ ଗସ୍ତରେ ସେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଶନିବାର କୋଲକାତାରେ ପହଁଚିବା ପରେ ହାଇଦ୍ରାବାଦ, ମୁମ୍ବାଇ ଏବଂ ଦିଲ୍ଲୀ ଗସ୍ତ କରିଛନ୍ତି ଲିଓନେଲ୍ । ତେବେ ଅନେକ ଫ୍ୟାନ୍ସ ଆଶା କରୁଥିଲେ ଭାରତରେ ଏକ ଫୁଟବଲ ମ୍ୟାଚ୍ ଖେଳିବେ ସେ । କିନ୍ତୁ ଏପରି ହୋଇ ନାହିଁ । ଯାହା ପଛରେ ରହିଛି ଏକ ଖାସ୍ କାରଣ ।

ମିଡିଆ ରିପୋର୍ଟ ଅନୁସାରେ, ମେସି ନିଜ ଦେଶ କିମ୍ବା କ୍ଲବ୍ ଛଡା ଅନ୍ୟ କାହା ପାଇଁ ମୁକାବିଲା ଖେଳିବେ ନାହିଁ । ଯାହା ପଛର ବଡ କାରଣ ହେଉଛି ଇନସ୍ୟୁରାନ୍ସ ବା ବୀମା । କୁହାଯାଏ କି, ମେସି ହେଉଛନ୍ତି ବିଶ୍ୱର ଅନ୍ୟତମ ଦାମୀ ପୁଟବଲର । ତାଙ୍କର ଇନସ୍ୟୁରାନ୍ସ ଖର୍ଚ୍ଚ ବି ଅଧିକ । ମେସିଙ୍କ ବାମ ଗୋଡର ବୀମା ରାଶି ହେଉଛି୯୦୦ମିଲିୟନ ଡଲାର ।

ବୀମା କାରଣରୁ ମେସିଙ୍କର କିଛି ଆଘାତ ହେଲେ ତାହା ବୀମା ପ୍ରଦାନ କରିଥିବା କମ୍ପାନୀ ବହନ କରିଥାଏ । ନିଜ ହାତରୁ ତାଙ୍କୁ କୌଣସି ଖର୍ଚ୍ଚ କରିବାକୁ ପଡିନଥାଏ । ବୀମାର ନିୟମ ଅନୁସାରେ ସେ ମନଇଚ୍ଛା ମ୍ୟାଚ୍ ଖେଳିପାରିବେ ନାହିଁ । ସେ କେବଳ ନିଜ ଦେଶ ଏବଂ କ୍ଲବ୍ ପାଇଁ ଖେଳିବା ମ୍ୟାଚରେ ଆହତ ହେଲେ ସମସ୍ତ ଖର୍ଚ୍ଚ ବୀମା କମ୍ପାନୀ ବହନ କରିବ । ଏବେ ସେ ଆର୍ଜେଣ୍ଟିନା ଏବଂ ସକର୍ ଲିଗ୍ ଇଣ୍ଟର ମିଆମି ପାଇଁ ଖେଳୁଛନ୍ତି ।

କୌଣସି ପ୍ରଦର୍ଶନୀ ମ୍ୟାରେ ମେସି ଆହତ ହେଲେ ତାହାର ଖର୍ଚ୍ଚ ବୀମା କମ୍ପାନୀ ବହନ କରିବ ନାହିଁ । ଫଳରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଅର୍ଥ କ୍ଷତି ହେବ । ତେଣୁ ନିଜ ଦେଶ ଏବଂ କ୍ଲବ୍ ବ୍ୟତୀତ ଅନ୍ୟ କାହା ପାଇଁ ଲିଓନେଲ ଖେଳିପାରିବେ ନାହିଁ ।

ତେବେ କିମ୍ବଦନ୍ତୀ ବାସ୍କେଟ୍ ବଲ୍ ଖେଳାଳି ମାଇକେଲ୍ ଜୋର୍ଡାନଙ୍କ କଥା ଭିନ୍ନ ଥିଲା । ସେ ଚିକାଗୋ ବୁଲ୍ସ ସହ ଖେଳିବା ବେଳେ ଏଚୁକ୍ତି କରିଥିଲେ । ଯାହା ଦ୍ୱାରା ସେ କେଉଁଠି ବି ମ୍ୟାଚ୍ ଖେଳିପାରିବେ । ଯଦି ସେ ଆହତ ହୁଅନ୍ତି ତାହାଲେ କ୍ଲବ୍ ହିଁ ସମସ୍ତ ଖର୍ଚ୍ଚ ବହନ କରିବ । ଏପରିକି ଅନ୍ୟ ଜାଗାରେ ଖେଳିବା ପାଇଁ ତାଙ୍କୁ କ୍ଲବର ଅନୁମତି ଆବଶ୍ୟର ନଥିଲା । ଯଦି ଅନ୍ୟ ଜାଗାରେ ଖେଳିବା ବେଳେ ସେ ଆହତ ହେଉଥିଲେ ତାହାର ଚିକିତ୍ସା ଖର୍ଚ୍ଚ ମଧ୍ୟ କ୍ଲବ୍ ବହନ କରୁଥିଲା ।