ପୁରୀରେ ଶିଳ୍ପା ସେଟ୍ଟୀ, ବଡ଼ଦେଉଳ ଯାଇ ମହାପ୍ରଭୁଙ୍କୁ କଲେ ଦର୍ଶନ

NEWS7
icc-champions-trophy-2025-bcci-no-pakistan-name-on-team-india-champions-trophy-jersey

ପୁରୀ ୧୫।୦୧ : ଓଡ଼ିଶାରେ ବଲିଉଡ୍ ସୁନ୍ଦରୀ ଶିଳ୍ପା ସେଟ୍ଟୀ । ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଶିଳ୍ପା ସେଟ୍ଟୀ । ଅଭିନେତ୍ରୀଙ୍କ ସହ ମା ସୁନନ୍ଦ ସେଟ୍ଟୀ ମଧ୍ୟ ଉପସ୍ଥିତ ରହିଛନ୍ତି ।

ଗୁରୁବାର ଦିନ ବଲିଉଡ୍ ଡିଭା ଶିଳ୍ପା ସେଟ୍ଟୀ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏକ ଜାତୀୟ ଗଣମାଧ୍ୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଆସିଛନ୍ତି ଶିଳ୍ପା ସେଟ୍ଟୀ । ତେବେ ଓଡ଼ିଶାରେ ପହଞ୍ଚିବା ପରେ ଶିଳ୍ପା ସେଟ୍ଟୀ ପ୍ରଥମେ ପୁରୀ ଗସ୍ତରେ ଯାଇଛନ୍ତି । ସେଠାରେ ମା ସୁନନ୍ଦା ସେଟ୍ଟୀଙ୍କ ସହିତ ବଡ଼ଦେଉଳ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।