ଭୁବନେଶ୍ଵର: ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କ ଲାଗି ବଢିଲା ଅଡୁଆ। ବିଷ୍ଣୁପଦଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ। ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଆଗୁଆ ଜାମିନ ଆବେଦନ କରିଥିଲେ ବିଷ୍ଣୁପଦ। ଗତ ୧୫ ତାରିଖରେ କେସ ଡାଏରୀ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ, ଏବଂ ଶୁକ୍ରବାର ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା।
ଆଗୁଆ ଜାମିନ ନ ମିଳିବାରୁ ଆଗକୁ ବିଷ୍ଣୁପଦ ଅଡୁଆରେ ପଡ଼ି ପାରନ୍ତି। ଓଡିଶା ବ୍ରିଜ ଆଣ୍ଡ ରୁଫ କର୍ପୋରେସନ ଲାଞ୍ଚ ମାମଲାରେ ଫସିଛନ୍ତି ଆଇଏଏସ ବିଷ୍ଣୁପଦ ସେଠୀ। ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ଅଭିଯୋଗରେ ବିଷ୍ଣୁପଦଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ। ସିବିଆଇ ଚଢ଼ାଉକୁ ବିରୋଧ କରି ପ୍ରଥମେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ବିଷ୍ଣୁପଦ। କିନ୍ତୁ ଗତ ମାସ ୨୦ ତାରିଖରେ ହାଇକୋର୍ଟ ବିଷ୍ଣୁପଦଙ୍କ ଆବେଦନକୁ ଖାରଜ କରିଥିଲେ। ତେବେ ସମ୍ଭାବ୍ୟ ଗିରଫଦାରୀକୁ ଏଡାଇବା ଲାଗି ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ। ଯାହା ଆଜି ଖାରଜ ହୋଇଛି। ତେଣୁ ଆଗକୁ ବିଷ୍ଣୁପଦଙ୍କ ଗିରଫଦାରୀ ସମ୍ଭାବନା ବଢି ଯାଇଛି।
ସୂଚନା ଥାଉ କି, ଦେଢ଼ କୋଟି ଟଙ୍କାର ଡିଲ ପାଇଁ ୧୦ ଲକ୍ଷର ଲାଞ୍ଚ କାରବାର ନେଇ ଡିସେମ୍ୱର ୬ରେ ମେ ଫେୟାର ସାମ୍ନାରେ ଏକ ଦାମୀ କାରରେ ରେଡ୍ ମାରିଥିଲା ଦିଲ୍ଲୀ ସିବିଆଇ । ବ୍ରିଜ ଆଣ୍ଡ୍ ରୁଫ କନଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡରେ ବି ତନାଘନା କରିଥିଲା ସିବିଆଇ । ଏମିତି କି ମାମଲାରେ ତିନି ଜଣଙ୍କୁ ନିଜ ହେପାଜତରେ ନେଇଥିଲା ସିବିଆଇ । ବ୍ରିଜ ଆଣ୍ଡ ରୁଫ କମ୍ପାନୀର ଓଡ଼ିଶା ପଶ୍ଚିମବଙ୍ଗ ଶାଖା ମୁଖ୍ୟ ଚଞ୍ଚଲ୍ ମୁଖାର୍ଜୀ, ବରିଷ୍ଠ ଅଧିକାରୀ ସନ୍ତୋଷ ମହାରଣା, ଓଡିଶାର ଜଣେ ନାମୀ ଠିକାଦାର ଦେବଦତ୍ତ ମହାପାତ୍ରଙ୍କୁ ସିବିଆଇ ଅଧିକାରୀ ମାରାଥନ ଜେରା କରିଥିଲା ।
ପରେ ପ୍ରଥମ ପର୍ଯ୍ୟାୟରେ ୩ ଦିନିଆ ରିମାଣ୍ଡ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫ ଦିନିଆ ରିମାଣ୍ଡ ନେଇଥିଲା ସିବିଆଇ। ବ୍ରିଜ ଆଣ୍ଡ ରୁଫ କମ୍ପାନୀର ଓଡ଼ିଶା ପଶ୍ଚିମବଙ୍ଗ ଶାଖା ମୁଖ୍ୟ ଚଞ୍ଚଲ୍ ମୁଖାର୍ଜୀଙ୍କ ସହ ଆଇଏଏସ ବିଷ୍ଣୁ ପଡ଼ ସେଠୀଙ୍କ ଲିଙ୍କ ସାମ୍ନାକୁ ଆସିଥିଲା । ଆଇଏଏସ ବିଷ୍ଣୁ ପଦ ସେଠୀଙ୍କ ଡ୍ରାଇଭର ଅଫିସ କର୍ମଚାରୀ, କେୟାର ଟେକର କୁ ଜେରା କରିଥିଲା ସିବିଆଇ । ରିମାଣ୍ଡ ସମୟରେ ଅନେକ ତଥ୍ୟ, ଲାଞ୍ଚ କାରବାର, ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ଲାଗିଥିଲା ସିବିଆଇ ହାତରେ ।
ରିମାଣ୍ଡ ସମୟରେ ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀ କୋଟି କୋଟି ଟଙ୍କାର ହେରଫେର ସହ ଟେଣ୍ଡର ଫିକ୍ସିଂ, ଦୁର୍ନୀତି ବଡ଼ ବଡ଼ ବାବୁଙ୍କ ମଧୁ ଚନ୍ଦ୍ରିକା ସାମ୍ନାକୁ ଆସିଥିଲା । ଟେଣ୍ଡର ଫିକ୍ସିଂଙ୍ଗ ପାଇଁ ବିଲ୍ଡର୍ସ ସଂସ୍ଥା ଠୁ କୋଟିକୋଟି ଟଙ୍କା ପିସି କାରବାର ହେଉଥିଲା। ଜେରା ସମୟର କଣ୍ଟ୍ରାକ୍ଟର ସନ୍ତୋଷ ମହାରଣା ଅସୁସ୍ଥ ହେଇ ପଡ଼ିଥିଲେ। କ୍ୟାପିଟାଲ ହସ୍ପିଟାଲରେ ରେ ଚିକିତ୍ସା ପରେ ସିବିଆଇ କୋର୍ଟରେ ହାଜର ହେଇଥିଲେ ।
କେବଳ ସେତିକି ନୁହେଁ ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ କରିଥିଲା। ଚଞ୍ଚଳ ମୁଖାର୍ଜୀଙ୍କ ସହ ଥିଲା ଭିତିରି ସଂପର୍କ। ଆଇଏଏସ ବିଷ୍ଣୁ ପଦ ସେଠୀ ଙ୍କ ୩ ଡ୍ରାଇଭର, କେୟାର ଟେକର , ଅଫିସ କର୍ମଚାରୀ ଙ୍କୁ cbi ଅଫିସ ରେ ମାରାଥନ ଜେରା କରାଯାଇଥିଲା । କିନ୍ତୁ ଆଇଏଏସ ବିଷ୍ଣୁ ପଦ ସେଠୀ ଶାରୀରିକ ଅସୁସ୍ଥତା ଦେଖେଇ ନିଜର ଓକିଲଙ୍କୁ ପଠେଇ ଥିଲେ । ନିଜେ କିନ୍ତୁ ସିବିଆଇ ଅଫିସରେ ହାଜିର ହେଇ ନ ଥିଲେ।