ଭୁବନେଶ୍ଵର: କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସାଙ୍ଗଠନିକ ବୈଠକ ଶେଷ ପରେ ଅରବିନ୍ଦ ମହାପାତ୍ରଙ୍କ ପ୍ରତିକ୍ରିୟା। ନବୀନ ପଟ୍ଟନାୟକ ହେଉଛନ୍ତି ମୋର ନେତା। ତାଙ୍କୁ ମୁଁ ମାନେ ଭିକେ ପାଣ୍ଡିଆନଙ୍କୁ ମୁଁ ମାନେ ନାହିଁ। ମୋର ନବୀନଙ୍କ ସହ କଥାବାର୍ତ୍ତା। ମୋ ଉପରେ କୌଣସି ବାହ୍ୟ ବଳ ନାହିଁ। ଏମିତି କହିଛନ୍ତି ବିଜେଡିର ଯୁବ ବିଧାୟକ ତଥା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର।
ସେ କହିଛନ୍ତି, ନବୀନଙ୍କୁ ଭେଟି ଜିଲ୍ଲା ରେ ଖାଲି ଥିବା ପଦବୀ ପୂରଣ ନେଇ ଆଲୋଚନା ହୋଇଛି। ସଭାପତି ଯାହା ନିଷ୍ପତି ନେବେ ତାହା ଆମେ ମାନିବୁ। WAQF ବିଲ ନେଇ ଯାହା ମତ ହୋଇଛି ସମସ୍ତେ ଜାଣିଛନ୍ତି। ନବୀନ ଯାହା କହିବେ ତାହା ଫାଇନାଲ ତାଙ୍କ ଉପରେ ବିଶ୍ୱାସ ଅଛି। ସମସ୍ତେ ନିଜ ନିଜ ର ମତ ଦେଉଛନ୍ତି। ଅଂଶୁମାନ କୁଆଡେ ଯାଇଛନ୍ତି ତାହା ଜାଣିନି। ଗଣମାଧ୍ୟମ ରେ ଦୁନିଆ କଥା ଦେଖାଯାଉଛି। ଆମର ସଭାପତି ସବୁ ଜାଣିଛନ୍ତି। ଦଳ ସେ ଚଳାଉଛନ୍ତି। ଯିଏ ପାଣ୍ଡିଆନ ଙ୍କ ନାଁ ନେଉଥିବେ ସେମାନେ ଜାଣିଥିବେ। ମୁଁ ପାଣ୍ଡିଆନ ଙ୍କୁ ମାନେ ନାହିଁ, ନବୀନ ପଟ୍ଟନାୟକ ମୋ ସର୍ବୋଚ୍ଚ ନେତା। ନବୀନ ନିବାସ ରେ ପାଣ୍ଡିଆନଙ୍କୁ ମୁଁ ଦେଖିନାହିଁ। ମୋର ବଳ ଜଣେ ସିଏ ନବୀନ ବାବୁ। ଠିକ ସମୟରେ ଠିକ ନିଷ୍ପତି ନିଆଯିବ।