ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ରେଜଲ୍ଟରେ ବିଜେପିରେ ଖୁସିର ଲହର ଖେଳିଯାଇଛି । ଏହି ବିଜୟ ପରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଏହା ଏକତାର ବିଜୟ । ଆମେ ସମସ୍ତେ ମିଶି ନିର୍ବାଚନ ଲଢିଲୁ ଏବଂ ଜନତା ମହାୟୁତିକୁ ଆଶୀର୍ବାଦ ଦେଇଛନ୍ତି । ତେବେ ଏହି ସମ୍ୱୋଧନରେ ସେ ନିଜକୁ ଆଧୁନିକ ଯୁଗର ଅଭିମନ୍ୟୁ ବୋଲି କହିଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମହାରାଷ୍ଟ୍ରର ସମସ୍ତ ଜନତା ମିଶି ଏହି ବିଜୟ ଦେଇଛନ୍ତି । ଲାଡଲୀ ବହନୋ ଏବଂ ଲାଡଲେ ଭାଇଙ୍କ ସମର୍ଥନ ଆମକୁ ମିଳିଲା । ଲୋକସଭା ନିର୍ବାଚନରେ ଯେଉଁ ଫେକ୍ ନେରେଟିଭ୍ ପ୍ରସ୍ତୁତ କରାଯାଇଥିଲା, ତାହାକୁ ଆମେ ଭାଙ୍ଗିଛୁ ।
#WATCH | Mumbai | Maharashtra Deputy CM Devendra Fadnavis says, "I had said earlier that I am a modern Abhimanyu and know how to break the 'Chakravyuh'... I think, my contribution in this victory is small, it is the victory of our team."#MaharashtraElection2024 pic.twitter.com/Q9YwyJhCcQ
— ANI (@ANI) November 23, 2024
ଫଡନଭିସ କହିଛନ୍ତି, ଆମ ବିରୋଧରେ ରଚାଯାଇଥିବା ଚକ୍ରବ୍ୟୁହକୁ ଆମେ ଶେଷ କରିଛୁ । ଏହି ନିର୍ବାଚନରେ ଏକ ନିର୍ଦ୍ଦିଷ୍ଟ ଧର୍ମ ବିଶେଷର ଧ୍ରୁବୀକରଣ ପାଇଁ ଉଦ୍ୟମ କରାଯାଇଥିଲା, କିନ୍ତୁ ତାହା ସଫଳ ହେଲା ନାହିଁ । ସବୁ ସାଧୁସନ୍ଥଙ୍କ ଆଶୀର୍ବାଦ ଆମକୁ ମିଳିଛି ଏବଂ ସେମାନେ ଏକ ରହିବା ପାଇଁ ସନ୍ଦେଶ ହେଇଛନ୍ତି । ଆମ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ଏବଂ ଅନ୍ୟ ଛୋଟ ଦଳ ମଧ୍ୟ ମିଶି ନିର୍ବାଚନରେ କାମ କରିଛି । ଏହି ବିଜୟ ମହାୟୁତିର । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୃତଜ୍ଞତା ଜଣାଉଛି, ଯାହାଙ୍କ ପାଇଁ ଏହି ବିଜୟ ମିଳିଛି । ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି ।
ଦେବେନ୍ଦ୍ର ଫଡ଼ନଭିସ୍ କହିଛନ୍ତି ଯେ ଆମ ନେତାମାନେ ନିଜ ଆସନ ସହ ଆମ ସହଯୋଗୀ ଲଢୁଥିବା ଆସନରେ କାମ କରିଛନ୍ତି । ‘ଏକ ହେ ତୋ, ସେଫ୍ ହେ’ ଏହି ନିର୍ବାଚନ ସ୍ପଷ୍ଟ କରିଛି । ଫଡନଭିସ କହିଛନ୍ତି ଯେ ମୁଁ ପୂର୍ବରୁ ବି କହିସାରିଛି, 'ମୁଁ ଆଧୁନିକ ଯୁଗର ଅଭିମନ୍ୟୁ ଏବଂ ଚକ୍ରବ୍ୟୁହ ଭାଙ୍ଗିବା ଜାଣିଛି ।'
ଦେବେନ୍ଦ୍ର ଫଡ଼ନଭିସ କହିଛନ୍ତି, ରାଜ୍ୟର ଲୋକଙ୍କୁ ଧାର୍ମିକ ଆଧାରରେ ବାଣ୍ଟିବା ପାଇଁ ଉଦ୍ୟମ ବିଫଳ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କିଏ ହେବ ପ୍ରଶ୍ନର ଜବାବରେ ସେ କହିଛନ୍ତି, ଅମିତ୍ ଶାହ ଜୀ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ ତିନି ଦଳ ବୈଠକ କରି ନିଷ୍ପତ୍ତି ନେବେ । ପ୍ରଥମ ଦିନରୁ ଏକଥା ସ୍ଥିର ହୋଇସାରିଛି । ଏକନାଥ ସିନ୍ଦେଙ୍କ ପାର୍ଟିକୁ ପ୍ରକୃତ ଶିବସେନା ରୂପେ ଲୋକ ସ୍ୱୀକାର କରିଛନ୍ତି । ସେହିପରି ଏନସିପି ଉପରେ ଅଜିତ୍ ପାୱାରଙ୍କ ଦାବି ମଜଭୁତ ହୋଇଛି ।