ଆଠଗଡ଼ ୨।୬: ଭାରସାମ୍ୟ ହରାଇ ରାସ୍ତା କଡ଼ ନାଳକୁ ଖସିଲା ହାଇଓ୍ବା । ଦୁର୍ଘଟଣା ପରେ ଡ୍ରାଇଭର ଫେରାର । କଟକ-ନରସିଂହପୁର ମୁଖ୍ୟ ରାସ୍ତାର କରିଲୋ ବଡ଼ଶଙ୍ଖ ନିକଟରେ ଏଭଳି ଦୁର୍ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ବାଲି ବୋଝେଇ ହାଇୱାଟି କାନପୁର ପଟୁ ନରସିଂହପୁର ଆଡକୁ ଆସୁଥିଲା । ସେହି ସମୟରେ ଭାରସାମ୍ୟ ହରାଇ ହାଇଓ୍ବାଟି ରାସ୍ତା ତଳ ନାଳକୁ ଖସି ପଡିଥିଲା । ସୌଭାଗ୍ୟ ବଶତଃ ଏହି ଦୁର୍ଘଟଣାରେ ହାଇଓ୍ବାଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନ୍ୟ କାହାର କିଛି କ୍ଷତି ହୋଇନି । ଦୁର୍ଘଟଣା ପରେ ଡ୍ରାଇଭର ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।
ସେପଟେ ୫୫ ନମ୍ବର ଜାତୀୟ ରାଜପଥ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଧାରମଣପୁର ଠାରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଗୋଟିଏ କାର୍ ଓଲଟିପଡ଼ିଛି । ଫଳରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି ।
You Can Read:
ଅତିରିକ୍ତ ତହସିଲଦାରଙ୍କୁ ଘେରିଲେ ବାଲି ମାଫିଆ, ଥାନା ସମ୍ମୁଖରେ ଆକ୍ରମଣ କରି ଭାଙ୍ଗିଲେ ଗାଡ଼ି