News7 Logo

ଆତଙ୍କ ଖେଳାଇଲା ହେଟା ବାଘ, ଆକ୍ରମଣରେ ୧୭ ଜଣ ଆହତ ହୋଇଥିବା ସୂଚନା

NEWS7
Hyena

କରଞ୍ଜିଆ ୯।୯: କରଞ୍ଜିଆ ଅଞ୍ଚଳରେ ପୁଣି ହେଟା ବାଘ ଆତଙ୍କ । ଆକ୍ରମଣରେ ୧୭ ଜଣ ଆହତ ହୋଇଥିବା ସୂଚନା । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅଞ୍ଚଳରେ ବାଘଟି ଆତଙ୍କ ଖେଳାଇଛି ।

ସୂଚନାଯୋଗ୍ୟ ଯେ, ସନ୍ଧ୍ୟାରେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ତିନିଟିଆ ଓ ତୁଳସୀପୋଷି ଗାଁରେ ହେଟା ବାଘ ଆତଙ୍କ । ୧୫ ଜଣଙ୍କୁ ଆକ୍ରମଣ କରି ଆହତ କରିଥିବା ବେଳେ ମଙ୍ଗଳବାର ସକାଳୁ ସକାଳୁ ଆଉ ଦୁଇ ଜଣଙ୍କୁ ଆକ୍ରମଣ କରିଥିବା ନେଇ ବନ ବିଭାଗ ସୂଚନା ଦେଇଛି । ହେଟା ବାଘ ଆକ୍ରମଣରେ ଜଣେ ଯୁବକ ଓ ଜଣେ ମହିଳା ଆହତ ହୋଇଛନ୍ତି । ଦୁଇ ଆହତଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଗାଁରେ ମାଇକ୍ ଯୋଗେ ସଚେତନ କରିବା ସହ ରକ୍ଷକ ଗାଡି ଦ୍ୱାରା ବନ ବିଭାଗର ପାଟ୍ରୋଲିଂ ଜାରି ରଖିଛି ।