LIVE TV

ରୋହିତ-କୋହଲିଙ୍କୁ ନେଇ ଚୟନକର୍ତ୍ତାଙ୍କୁ ଚେତାଇଲେ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା, କହିଲେ...

NEWS7
hydrogen-powered-trains-will-run-in-india-by-2023-know-what-are-benefits

ନୂଆଦିଲ୍ଲୀ: ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବର୍ତ୍ତମାନ ଏକାକୀ ଛାଡ଼ି ଦେବା ଉଚିତ୍। ଏହା ସହିତ ଚୟନକର୍ତ୍ତା ଓ ଟିମ୍ ମ୍ୟାନେଜମେଣ୍ଟକୁ ସେମାନଙ୍କର ବୟସକୁ ନେଇ ଆଲୋଚନା କରିବା ଉଚିତ୍ ନୁହେଁ। କାରଣ ଉଭୟ ୨୦୨୭ ଦିନିକିଆ ବିଶ୍ଵକପର ପ୍ରସ୍ତୁତିରେ ଜୁଟିଛନ୍ତି।  ଏମିତି ବୟାନ ଦେଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ କୃଷ୍ଣମାଚାରୀ ଶ୍ରୀକାନ୍ତ।

ଚୟନ କମିଟିର ପୂର୍ବତନ ଅଧ୍ୟକ୍ଷ ଶ୍ରୀକାନ୍ତ ସିଡନୀ ଦିନିକିଆରେ ରୋହିତ ଓ କୋହଲିଙ୍କ ମ୍ୟାଚ୍ ବିଜୟୀ ଇନିଂସର ଖୁବ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଏବେ ଚୟନକର୍ତ୍ତାଙ୍କୁ ଦୁଇ ବର୍ଷ ପରେ ହେବାକୁ ଥିବା ଦିନିକିଆ ବିଶ୍ଵକପ୍ ପାଇଁ ଦୁଇ ଖେଳାଳିଙ୍କ ନାଁ ଚୂଡ଼ାନ୍ତ କରିଦେବା ଉଚିତ୍। ନିଜର ୟୁଟ୍ୟୁବ ଚ୍ୟାନେଲରେ ଶ୍ରୀକାନ୍ତ କହିଛନ୍ତି, ସିଡନୀରେ ରୋହିତଙ୍କ ଇନିଂସ ତାଙ୍କୁ ୨୦୧୯ ବିଶ୍ଵକପ୍ ମନେ ପକାଇ ଦେଇଛି। ଏହି ବିଶ୍ଵକପରେ ରୋହିତ ବଡ଼ ଇନିଂସ ଖେଳିବା ଉଦ୍ଦେଶ୍ୟରେ ମଇଦାନକୁ ଓହ୍ଲାଉଥିଲେ ଏବଂ ୫ ଶତକ ମାରିଥିଲେ। ରୋହିତ-କୋହଲି ୨୦୨୭ ପାଇଁ ପ୍ରସ୍ତୁତ।

ମୋ ହିସାବରେ ରୋହିତଙ୍କୁ ୨୦୨୭ ବିଶ୍ଵକପ୍ ନିଶ୍ଚିତ ଭାବେ ଖେଳିବା ଉଚିତ୍। ବୟସ କଥା ଉଠାନ୍ତୁ ନାହିଁ। ସେ ୪୦ ବର୍ଷ ନା ହେବାକୁ ଯାଉଛନ୍ତି ଏହା ଉପରେ ଆଲୋଚନା କରା ନ ଯାଉ। ସେ ଫିଟ୍ ଅଛନ୍ତି ଏବଂ ଦମଦାର ଫର୍ମରେ ଅଛନ୍ତି। ସ୍ଲିପରେ ଚମତ୍କାର କ୍ୟାଚ୍ ଧରୁଛନ୍ତି। ଆପଣଙ୍କୁ ଆଉ କଣ ଦରକାର ? ସେ ପ୍ରତ୍ୟେକ ମ୍ୟାଚ୍‌ରେ ରନ କରୁଛନ୍ତି। ଏମିତି ଲାଗୁଛି ଯେମିତି ୨୦୧୯ ବିଶ୍ଵକପ୍ ପରି ବ୍ୟାଟିଂ କରୁଛନ୍ତି ବୋଲି ଏହି ପୂର୍ବତନ ଖେଳାଳି କହିଛନ୍ତି।

ଶ୍ରୀକାନ୍ତ କହିଛନ୍ତି, ବିରାଟ କୋହଲି ତ ୪୫ ବର୍ଷ ପର୍ଯ୍ୟନ୍ତ ଖେଳି ପାରିବେ। ତାଙ୍କ ଫିଟନେସ୍ ଠିକ୍ ୨୫ ବର୍ଷର ଖେଳାଳିଙ୍କ ପରି ରହିଛି। ରୋହିତ ନିଜର ଖେଳରେ ପରିବର୍ତ୍ତନ ଆଣିଛନ୍ତି। ଚୟନକର୍ତ୍ତାଙ୍କୁ ରୋହିତ ଓ କୋହଲିଙ୍କ ସୁରକ୍ଷାର ହୃଦବୋଧ କରିବା ଉଚିତ୍। ଉଭୟ ଖେଳାଳିଙ୍କୁ ଦୃଷ୍ଟିରେ ରଖି ଦଳ ଗଢିବା ଉଚିତ୍, ଯେମିତି ଦୁଇ ଖେଳାଳି ଦଳରେ ନିଜକୁ ଅସୁରକ୍ଷିତ ମନେ କରିବେ। 

ଉଲ୍ଲେଖନୀୟ ରୋହିତ ଓ କୋହଲିଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପ୍ରତ୍ୟାବର୍ତ୍ତନକୁ ନେଇ ବହୁତ କିଛି ଚର୍ଚ୍ଚା ଚାଲିଥିଲା। କାରଣ ଦୁଇ ମହାନ ଖେଳାଳି ୪ ମାସର ବିରତି ପରେ ପଡ଼ିଆକୁ ଫେରିଥିଲେ। ଯେବେ ଗିଲ୍ ଅଧିନାୟକତ୍ଵ ସମ୍ଭାଳିଲେ ସେହି ସମୟରେ ସ୍ପଷ୍ଟ ହୋଇ ଯାଇଥିଲା ଯେ, ଚୟନକର୍ତ୍ତା ଭବିଷ୍ୟତକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ମଧ୍ୟ କହିଥିଲେ ଯେ, ଏହି ଦୁଇ ବ୍ୟାଟରଙ୍କ ମୂଲ୍ୟାଙ୍କନ କରାଯିବ। ତେଣୁ ତାଙ୍କର ବିଶ୍ଵକପ୍ ସ୍ଥାନ ନେଇ କୌଣସି ଗ୍ୟାରେଣ୍ଟି ନାହିଁ।

ହେଲେ ରୋହିତଙ୍କ ବ୍ୟାଟ ଅଷ୍ଟ୍ରେଲିଅ ବିରୁଦ୍ଧରେ ଅଷ୍ଟ୍ରେଲିଆ ମାଟିରେ ଗର୍ଜି ଉଠୁଛି। ରୋହିତ ସିରିଜରେ ସର୍ବଧକ ୨୦୨ ରନ କରିଛନ୍ତି। ସିରିଜ୍ ପୂର୍ବରୁ ରୋହିତ ୧୧ କିଲୋଗ୍ରାମ ଓଜନ କମାଇଲେ। ଆଡିଲେଡରେ ୭୪ ରନର ସଂଘର୍ଷପୂର୍ଣ ଇଂନିସ ଖେଳିଥିଲେ। ଭାରତ ସିଡନୀ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ଓ କୋହଲି ମିଶି ଦ୍ଵିତୀୟ ଓ୍ଵିକଟ୍ ପାଇଁ ୧୬୮ ରନ ଯୋଡ଼ିଥିଲେ।