ରାଜଧାନୀରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ, ହସ୍ପିଟାଲରେ ମୃତଦେହ ଛାଡି ପଳାଇଲା

Published By : Prameya-News7 Bureau | June 02, 2025 IST

ଭୁବନେଶ୍ୱର ୦୨/୦୬: ମୃତଦେହ ଛାଡି ପଳାଇଲା ସ୍ବାମୀ । ଏପରି ଏକ ଅଭାବନୀୟ ଖବର ଆସିଛି ରାଜଧାନୀ ଭୁବନେଶ୍ବର ଅଞ୍ଚଳରୁ । ସ୍ତ୍ରୀର ତଣ୍ଟିଚିପି ହତ୍ୟା ପରେ ସ୍ବାମୀ ଗୁପ୍ତେଶ୍ବର ବେହେରା ମୃତଦେହକୁ ନେଇ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ । ଆଉ ସେଠାରେ ମୃତଦେହକୁ ଛାଡି ପଳାଇଥିବା ଅଭିଯୋଗ ହୋଇଛି । 

ସୂଚନା ଥାଉକି, ରବିବାର ରାତିରେ ରାଜଧାନୀରେ ହତ୍ୟାକାଣ୍ଡ । ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିଛି ସ୍ୱାମୀ । ରବିବାର ରାତିରେ କୌଣସି କାରଣ କୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା । ପରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ହତ୍ୟା ପରେ ସ୍ତ୍ରୀ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲା ସ୍ୱାମୀ । ହସ୍ପିଟାଲରେ ଛାଡି ଛୁ ମାରିଥିବା ଅଭିଯୋଗ । ଘଟଣା ତଦନ୍ତ କରୁଛି ମଞ୍ଚେଶ୍ୱର ଥାନା ପୋଲିସ । 





News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.