ପଞ୍ଚାୟତ ପୂର୍ବରୁ ପୌର ଫାଇଟ୍, ଜୁନ ସୁଦ୍ଧା ସରିବ ନବଗଠିତ ଏନଏସି ନିର୍ବାଚନ

NEWS7
husband did not buy high heel sandals for wife

ଭୁବନେଶ୍ଵର: ଜୁନ ମାସ ସୁଦ୍ଧା ସରିବ ନବଗଠିତ ଏନଏସି ନିର୍ବାଚନ । ଗତ ମାସରେ ସରକାର ଯେଉଁ ୨୮ ଟି ନୂଆ ଏନଏସି, ଘୋଷଣା କରିଥିଲେ ନିୟମ ଅନୁଯାୟୀ ସେସବୁ ଯାଗାରେ ଜୁନ୍ ମାସ ସୁଦ୍ଧା ନିର୍ବାଚନ ସାରିବାକୁ ପଡିବ। ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟସରକାରଙ୍କୁ ଚିଠି ଲେଖିଛନ୍ତି । ଏହା ହେଲେ ଏହି ନିର୍ବାଚନ ୨୦୨୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସବୁ ଦଳ ପାଇଁ ଏସିଡ୍ ଟେଷ୍ଟ ହେବ ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ ଏସିଡ୍ ଟେଷ୍ଟ | ୨୦୨୭ରେ ହେବ ପଞ୍ଚାୟତ ନିର୍ବାଚନ । କିନ୍ତୁ ତା ପୂର୍ବରୁ ନବ ଗଠିତ ଏନଏସିର ନିର୍ବାଚନ କରାଯିବ । ନିୟମ ଅନୁଯାୟୀ, ନୂଆକରି ଏନଏସି ଘୋଷଣା ହେବାର ୬ ମାସ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ପଡିବ | କାରଣ ଜୁନ୍ ଶେଷ ସୁଦ୍ଧା ସେ ସବୁ ସ୍ଥାନରେ ନିର୍ବାଚନ ପଳାଫଳ ପ୍ରକାଶ ସହ ପ୍ରଥମ ପରିଷଦ ବୈଠକ ବସିବ | ଗତ ଡିସେମ୍ବର ମାସରେ ୨୮ ଟି ନୂଆ ଏନଏସି, ଘୋଷଣା କରାଯାଇଥିଲା | ତେଣୁ ଜୁନ୍ ପୂର୍ବରୁ ନୂଆ ଏନଏସି ରେ ନିର୍ବାଚନ ସାରିବାକୁ ହେବ ।

ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ରାଜ୍ୟ ନିର୍ବାଚନ କମିସନର ଚିଠି ଲେଖି ଅବଗତ କରିଛନ୍ତି | ନିର୍ବାଚନ ପାଇଁ ରାଜ୍ୟନିର୍ବାଚନ କମିଶନ ଭୋଟର ଲିଷ୍ଟ,, ବାଲଟ ବକ୍ସ, ବାଲଟ ପେପର ପ୍ରିଣ୍ଟିଙ୍ଗ, ଇଭିଏମ ମେସିନ, ନିର୍ବାଚନ ଜନିତ କାଗଜ ପତ୍ର ପ୍ରସ୍ତୁତି ଆରମ୍ଭ କରିଥିବା ନେଇ ରାଜ୍ୟ ନିର୍ବାଚନ କମିଶନ ସଚିବ ସୂଚନା ଦେଇଛନ୍ତି |

ନବଗଠିତ ଏନଏସି ନିର୍ବାଚନ ସବୁ ଦଳ ପାଇଁ ଅଗ୍ନି ପରୀକ୍ଷା ହେବ । କାରଣ ୨୦୨୭ ରେ ମ୍ୟୁନିସିପାଲିଟି ଓ ପଞ୍ଚାୟତ ପାଇଁ ନିର୍ବାଚନ କରିବାକୁ ପଡିବ । ଯେହେତୁ ଜୁନ ଭିତରେ ହେବାକୁ ଥିବା ଏନଏସି ୧୬ଜିଲ୍ଲାରେ ହେବ ତେଣୁ ଜନମତ କାହା ସପକ୍ଷରେ ଅଛି ସେନେଇ ବଡ ବାର୍ତ୍ତା ମିଳିବ । ଏହାସହ ନୂଆ ସରକାରକୁ ଲୋକମାନେ କିଭଳି ଗ୍ରହଣ କରିଛନ୍ତି ତାର ମଧ୍ୟ ଝଲକ ମିଳିଯିବ । ଏହାକୁ ନେଇ ଏବେଠୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଭିତରେ ବୟନବାଜି ଆରମ୍ଭ ହୋଇଛି |

ବିଜେପି କହିଛି, ସମସ୍ତ ନୂଆ ଏନଏସି ଓ ମୁନିସିପାଲିଟି ନିର୍ବାଚନରେ ବାଜିମାତ କରିବ ଦଳ | ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଜେପିକୁ ବିଜୟୀ କରିବ । ବିରୋଧୀ ବିଜେଡ଼ି ଓ କଂଗ୍ରେସ କହିଛନ୍ତି, ନୂଆ ସରକାର କୌଣସି ପ୍ରତିଶୃତି ପୂରଣ କରିପାରିନାହାନ୍ତି । ତଳସ୍ତରରେ କୌଣସି ଆଖିଦୃଶିଆ ଉନ୍ନୟନ କାମ ହୋଇ ପାରୁ ନାହିଁ | ତେଣୁ ଆସନ୍ତା ନିର୍ବାଚନରେ ଲୋକେ ଏହାର ଜବାବ ଦେବେ । ନୂଆ ଏନଏସି ନିର୍ବାଚନ ତିନି ରାଜନୈତିକ ଦଳ ପାଇଁ ଗୁରୁତ୍ବପୂର୍ଣ | କାରଣ ଏହାର ଫଳାଫଳ ୨୦୨୭ ପଂଚାୟତ ଓ ପୌର ନିର୍ବାଚନ ଫଳକୁ ପ୍ରଭାବିତ କରିବା ଆଂଶକା ରହିଛି ।