Under 19 World Cup 2026 final: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ୟାଟିଂ, ଇଂଲଣ୍ଡ ଆଗରେ ୪୧୨ ରନ୍‌ର ବିଶାଳ ଟାର୍ଗେଟ୍ ଦେଲା ଭାରତ

NEWS7
hurricane-helene-made-historic-florida-big-bend-landfall

ହରାରେ: Under 19 World Cup 2026 finalଶୁକ୍ରବାର (୬ ଫେବୃଆରୀ) ଭାରତ ଓ ଇଂଲଣ୍ଡ ମଧ୍ୟରେ ଅଣ୍ଡର-୧୯ ପୁରୁଷ ବିଶ୍ୱକପ୍ ୨୦୨୬ର ଫାଇନାଲ ମ୍ୟାଚ୍ ହରାରେର ହରାରେ ସ୍ପୋର୍ଟ୍ସ କ୍ଲବରେ ଖେଳାଯାଉଛି। ଆଜିର ମ୍ୟାଚର ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡକୁ ୪୧୨ ରନର ବିଶାଳ ଟାର୍ଗେଟ୍ ଦେଇଛି। ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ସର୍ବାଧିକ ୧୭୫ ରନ୍ କରିଥିବା ବେଳେ କ୍ୟାପ୍ଟେନ ଆୟୁଷ ମାହାତ୍ରେ ୫୩ ରନ୍ କରିଥିଲେ। 

ଭାରତୀୟ ଦଳ ଲଗାତାର ଷଷ୍ଠ ଥର ଏବଂ ମୋଟ ୧୦ ଥର ଫାଇନାଲ୍ ମ୍ୟାଚ୍ ଖେଳୁଛି। ଯାହା ଏକ ରେକର୍ଡ। ଆଜିର ମ୍ୟାଚରେ ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତ ପାଇଁ ବୈଭବ ସୂର୍ଯ୍ୟବଂଶୀ ଏବଂ ଆରନ୍ ଜର୍ଜ ଇନିଂସ ଓପନ କରିଥିଲେ। ଏହି ଯୋଡ଼ି ବିଶେଷ କିଛି କରିପାରି ନଥିଲେ। ଦଳୀୟ ସ୍କୋର ୨୦ ବେଳେ ମାତ୍ର ୯ ବନାଇ ଆରୋନ ଜର୍ଜ ପଏଣ୍ଟରେ କ୍ୟାଚ୍ ଆଉଟ୍ ହୋଇଥିଲେ। ତା'ପରେ କ୍ୟାପ୍ଟେନ ଆୟୁଷ ମହାତ୍ରେ ବୈଭବଙ୍କ ସହିତ ବ୍ୟାଟିଂ କରିବାକୁ ଆସିଥିଲେ। ଉଭୟ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଥିଲେ।

ବୈଭବ ସୂର୍ଯ୍ୟବଂଶୀ ନବମ ଓଭରରେ ବିସ୍ଫୋରକ ବ୍ୟାଟିଂ କରି ୧୮ ରନ୍ କରିବା ଫଳରେ ଭାରତ ମାତ୍ର ୧୪ ଓଭରରେ ୧୦୦ ପୂରା କରିଥିଲା। ପୁଣି ୧୭ ତମ ଓଭରରେ ଫରହାନ ଅହମଦଙ୍କ ଓଭରରେ ବୈଭବ ୨୨ ରନ୍ର ଧୂଆଁଦାର ବ୍ୟାଟିଂ କରିଥିଲେ। ଅର୍ଦ୍ଧଶତକ ପୂରା କରିବା ପରେ ବୈଭବ ଦୁର୍ଦ୍ଦଶ ବ୍ୟାଟିଂ ଜାରି ରଖିଥିବା ବେଳେ ୧୯ ଓଭର ବେଳେ ଆୟୁଷ ମାହାତ୍ରେଙ୍କ ୱିକେଟ୍ ଯାଇଥିଲା। ସେ ୫୦ ବଲ୍ରେ ୫୩ ରନ୍ କରି ଏଲେକ୍ସ ଗ୍ରୀନଙ୍କ ଶିକାର ହୋଇଥିଲେ।

ଆୟୁଷଙ୍କ ଉଟ୍ ହେବା ପରେ ବୈଭବ ମାତ୍ର ୫୫ ବଲ୍ରେ ୮ ଛକ୍କା ୮ ଚୌକା ସହ ନିଜର ଶତକ ପୂରା କରିଥିଲେ। ଏହାପରେ ବି ସେ ଦୁର୍ଦ୍ଦଶ ବ୍ୟାଟିଂ ଜାରି ରଖି ୭୧ ବଲରେ ୧୩ ଛକ୍କା ଓ୧୩ ଚୌକା ସହ ୧୫୦ ରନ ପୂରା କରିଥିଲେ। ତେବେ ୨୫.୩ ଓଭର ଖେଳ ବେଳେ ବୈଭବଙ୍କ ବିସ୍ଫୋରକ ଇନିଂସ ଅନ୍ତ ଘଟିଥିଲା।

ବୈଭବ ତାଙ୍କ ଇନିଂସରେ ୮୦ଟି ବଲ୍ ଖେଳି ୧୫ଟି ଚୌକା ଏବଂ ୧୫ଟି ଛକା ମାରି ୧୭୫ ରନ୍ କରିଥିଲେ। ସେ ମାନି ଲମ୍ସଡେନଙ୍କ ବଲରେ ଥମାସ ରେଭଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ।

ଏହାପରେ ଟିମ୍ ଇଣ୍ଡିଆର ସ୍କୋର ସାମାନ୍ୟ ଫିକା ପଢ଼ିଥଇଲା। ଦଳର ଚତୁର୍ଥ ୱିକେଟ୍ ବିହାନ ମାଲହୋତ୍ରାଙ୍କ ରୂପରେ ପଡ଼ିଥିଲା। ସେ ମାତ୍ର ୩୦ ରନ୍ କରି ଜେମ୍ସ ମିଣ୍ଟୋଙ୍କ ବଲରେ ବେନ୍ ଡକିନ୍ସଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ। ଦଳୀୟ ସ୍କୋର ୩୦୨ ବେଳେ ଏହି ୱିକେଟ୍ ଯାଇଥିଲା। ଏହାପରେ ୩୦୮ ରନରେ ପଞ୍ଚମ ୱିକେଟ୍ ପଡ଼ିଥିଲା। ବେଦାନ୍ତ ତ୍ରିବେଦୀ ୩୨ ରନ୍ କରି ଜେମ୍ସ ମିଣ୍ଟୋଙ୍କ ବଲରେରେ ବେନ୍ ମେସଙ୍କୁ କ୍ୟାଚ୍ ଦେଇଥିଲେ।

ଏହାପରେ ଅଭିଜ୍ଞାନ କୁଣ୍ଡୁ କିଛି ସମୟ ପାଇଁ ସ୍କୋର ବୋର୍ଡକୁ ଦ୍ରୁତ ବେଗରେ ଆଗକୁ ବଢ଼ାଇବା ପରେ ୪୫ ଓଭରେ ୱିକେଟ୍ ହରାଇଥିଲେ। ଦଳୀୟ ସ୍କୋର ୩୫୯ ବେଳେ କୁଣ୍ଡୁଙ୍କ ରୂପରେ ଷଷ୍ଠ ୱିକେଟ୍ ପଡ଼ିଥିଲା। କୁଣ୍ଡୁ ୩୧ ବଲରେ ୪୦ ରନ୍ କରି ସେବାଷ୍ଟିଆନ ମୋରଗାନଙ୍କୁ ବଲ୍ରେ ରାଲ୍ଫୀ ଆଲବର୍ଟଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଏହାପରେ ଦଳର ସ୍କୋର ଧିମା ପଡ଼ିଯାଇଥିଲା। କାରଣ ଏବେ ବୋଲରଙ୍କ ହାତରେ ବ୍ୟାଟିଂ ଡୋର ଚାଲି ଆସିଥିଲା। ପୁଣି ୩୬୭ ରନରେ ଭାରତର ସପ୍ତମ ୱିକେଟ ପତନ ଘଟିଥିଲା। ଆରଏସ ଆମ୍ବ୍ରିସ ୧୮ ରନ୍ କରି ମିଣ୍ଟୋଙ୍କ ବଲରେ ବୋଲ୍ଡ ହୋଇଥିଲେ। ଏହାପରେ ୩୭୫ ରନ୍ ବେଳେ ବଡ଼ ଶଟ୍ ମାରିବାକୁ ଯାଇ ଖିଲଣ ପଟେଲ୍ ସେବାଷ୍ଟିଆନ ମୋରଗାନଙ୍କ ବଲରେ ସି ଜୋସେଫଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଫଳରେ ଦଳ ୪୬.୪ ଓଭରରେ ୩୭୫ ରନରେ ୮ ୱିକେଟ୍ ହରାଇଥିଲା।

ଏହାପରେ ହେନିଲ ପଟେଲ ଓ କନିସ୍କ ଚୌହ୍ୱାନ ବ୍ୟାଟିଂ ଜାରି ରଖିଥିଲେ। ଏହାପରେ ୪୭ତମ ଓଭରରେ ଦଳୀୟ ସ୍କୋର ୩୭୫ ବେଳେ ଭାରତ ଖିଲନ ପଟେଲଙ୍କ ରୂପରେ ଅଷ୍ଟମ ୱିକେଟ ହରାଇଥିଲା। ସେ ମାତ୍ର ୩ ରନ୍ କରି ସେବାଷ୍ଟିଆନ ମୋର୍ଗାନଙ୍କ ବଲ୍‌ରେ ଜୋସେଫ ମୁର୍ସଙ୍କୁ କ୍ୟାଚ୍ ଦେଇଥିଲେ। 

ପାଞ୍ଚଥର ଚାମ୍ପିଅନ୍ ଥିବା ଭାରତୀୟ ଦଳ ଷଷ୍ଠ ଥର ପାଇଁ ଟାଇଟଲ୍ ଜିତିବାକୁ ଲକ୍ଷ୍ୟ ରଖିଛି। ଟିମ୍ ଇଣ୍ଡିଆ ୨୦୦୦, ୨୦୦୮, ୨୦୧୨, ୨୦୧୮ ଏବଂ ୨୦୨୨ରେ ଅଣ୍ଡର-୧୯ ଦିନିକିଆ ବିଶ୍ୱକପ ଟାଇଟଲ୍ ଜିତିଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ କେବଳ ଥରେ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଜିତିଛି। ଇଂଲଣ୍ଡ ୧୯୯୮ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲେ ଏହି ଟାଇଟଲ ହାତେଇଥିଲା।