ଭୁବନେଶ୍ବର ୧୭।୭: ଦାୟିତ୍ଵ ନେବା ମାତ୍ରେ ଜୋରଦାର ଆକ୍ସନ । ଆଣ୍ଟି ନକ୍ସଲ ଅପରେସନ ମୁଖ୍ୟଙ୍କ ନିର୍ଦ୍ଦେଶରେ କନ୍ଧମାଳ ଏସ୍ପିଙ୍କ କମ୍ବିଂ ଅପରେସନ । ଗୁମ୍ମା ଜଙ୍ଗଲରୁ ମିଳିଲା ବିପୁଳ ପରିମାଣର ମାଓ ସାମଗ୍ରୀ ।
ଗୁମ୍ମା ସଂରକ୍ଷିତ ଜଙ୍ଗଲରେ ନକ୍ସଲ ମାନଙ୍କ ଜିନିଷପତ୍ର ଗଦା ହୋଇଥିବା ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ପାଇ କନ୍ଧମାଳ ଏସ୍ପି ଅପରେସନ୍ ପ୍ରସ୍ତୁତ କରିଥିଲେ । କୋଟଗଡ଼ ପୋଲିସ ଷ୍ଟେସନ ଅନ୍ତର୍ଗତ ଗୁମ୍ମା ଜଙ୍ଗଲରେ ଡିଭିଏଫର ଗୋଟିଏ ୟୁନିଟ୍ ସହିତ ବୋମା ନିଷ୍କ୍ରିୟକାରୀ ଟିମ୍ ମୁତୟନ କରାଯାଇଥିଲା । ବ୍ୟାପକ ସତର୍କତା ଅବଲମ୍ବନ କରି ଘଟଣାସ୍ଥଳରେ ପହଞ୍ଚିଥିଲା ଟିମ୍ । ବୋମା ନିଷ୍କ୍ରିୟକାରୀ ଟିମ୍ ସ୍ଥାନଟିକୁ ସଫା କରିଥିଲା । ସ୍ଥାନଟିକୁ ଖୋଳିବା ପରେ, ପ୍ରାୟ ୬୦୦ ଡିଟୋନେଟର ଏବଂ ଗୋଟିଏ ରିମୋଟ୍ ଉଦ୍ଧାର କରାଯାଇଥିଲା ।
କମ୍ବିଂ ଅପରେସନ୍ ସମୟରେ ସୁରକ୍ଷା ବାହିନୀ ବିରୁଦ୍ଧରେ ନକ୍ସଲ ମାନେ ଡିଟୋନେଟର ବ୍ୟବହାର କରିଥାନ୍ତେ ବୋଲି ସନ୍ଦେହ କରାଯାଉଛି । ସ୍ଥାନୀୟ ଅଞ୍ଚଳରେ ଏବେ ବି ଜୋରଦାର ଅପରେସନ୍ ଜାରି ରହିଛି ।
You Can Read:
ଏମ୍ସ ରାସ୍ତାରେ ବେନାମୀ ପୋଷ୍ଟର, ସୌମ୍ୟାଶ୍ରୀଙ୍କ ଭଳି ଆତ୍ମହତ୍ୟା କରିବାକୁ ଚେତାବନୀ