କାଶ୍ମୀରରେ ଚୀନ ନାଗରିକ ଅଟକ : ଫୋନରୁ ମିଳିଲା ଭୟଙ୍କର ତଥ୍ୟ, ଚିନ୍ତାରେ ସୁରକ୍ଷା ଅଧିକାରୀ

NEWS7
huge-crowd-at-barabati-stadium-ticket-counter

ନୂଆଦିଲ୍ଲୀ, ୦୮/୧୨:ବେଆଇନ ଭାବେ ଜମ୍ମୁ-କାଶ୍ମୀରରେ ପ୍ରବେଶ କରୁଥିଲେ ଚୀନ ନାଗରିକ । ଧରି ଦେଲେଭାରତୀୟ ଯବାନ । ଧରା ପଡିବା ପରେ ଫୋନରୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଯାହାକୁ ନେଇ ଏବେ ଚିନ୍ତାରେ ଭାରତୀୟ ସୁରକ୍ଷାକର୍ମୀ ।

ସୂଚନାନୁସାରେ, କାଶ୍ମୀର ଘାଟିରୁ ଜଣେ୨୯ବର୍ଷୀୟ ଚୀନ ନାଗରିକ ହୁ କାଙ୍ଗତାଇଙ୍କୁ ଗିରଫ କରିଛି ଭାରତୀୟ ସେନା । ଗୁଇନ୍ଦା ରିପୋର୍ଟ ଆଧାରରେ ତାଙ୍କୁ ଗିରଫ କରାଯାଇଛି । ଏହା ପୂର୍ବରୁ ସେନା ଇଣ୍ଟରନେଟରେ ବ୍ୟକ୍ତିଙ୍କ ଗୋପନୀୟ କଥାବାର୍ତ୍ତା ଶୁଣିଥିଲା । ଯାହାପରେ ତାଙ୍କ ଉପରେ ନଜର ରଖାଯାଇଥିଲା ।

ହୁ କାଙ୍ଗତାଇ ନଭେମ୍ବର୧୯ତାରିଖରେ ଭ୍ରମଣକାରୀ ଭିସାରେ ଦିଲ୍ଲୀ ଆସିଥିଲେ । ତାଙ୍କୁ କେବଳ ବୌଦ୍ଧଧର୍ମ ସମ୍ବନ୍ଧୀୟ ସ୍ଥାନ ବୁଲିବାକୁ ଅନୁମତି ମିଳିଥିଲା । କିନ୍ତୁ ସେ ନଭେମ୍ବର୨୦ତାରିଖରେ ଦିଲ୍ଲୀରୁ ଲେହ ଗସ୍ତ କରିଥିଲେ । ସେଠାରୁ ସେ ଲଦ୍ଦାଖ ଯାଇଥିଲେ । ନିୟମ ଅନୁସାରେ କୌଣସି ବିଦେଶୀ ନାଗରିକଙ୍କୁ ଲେହ ବିମାନବନ୍ଦରରେ ରେଜିଷ୍ଟ୍ରେସନ କରିବାକୁ ପଡିଥାଏ । କିନ୍ତୁ ହୁ ଏରି କରିନଥିଲେ । ତିନି ଦିନ ଧରି ସେ ଜାନସ୍କର ଓ ଏହାର ଆଖପାଖ ଅଞ୍ଚଳ ବୁଲିଥିଲେ । ଏହାପରେ ଡିସେମ୍ବରତାରିଖରେ ସେ ଶ୍ରୀନଗରରେପହଁଚିଥିଲେ ।

ତଦନ୍ତରେ ଜଣାପଡିଛି ଯେ, ହୁ ଲଗାତାର ବାବେ ସିଆରପିଏଫର ଗତିବିଧି, କାଶ୍ମୀରର ସମ୍ବେଦନଶୀଳ ଅଞ୍ଚଳ ଏବଂ ଧାରା୩୭୦ବାବଦରେ ସର୍ଚ୍ଚ କରିଥିଲେ । ଏହାସହ ସେ ଚୋରାରେ ଭାରତୀୟ ସିମ୍ କାର୍ଡ ମଧ୍ୟ କ୍ରୟ କରିଥିଲେ । ଯାହା ନିୟମକୁ ଖୁଲମଖୁଲା ଭାବେ ଉଲ୍ଲଙ୍ଘନ କରୁଛି ।

ସବୁଠାରୁ ବଡ କଥା ହେଉଛି ଯେ, ଚୀନ ନାଗରିକ ଶ୍ରୀନଗରର ଏକ ଅଣପଞ୍ଜିକୃତ ଗେଷ୍ଟ୍ ହାଉସରେ ରହିଥିଲେ । ଏହାସହ ଅନେକ ଅଞ୍ଚଳ ବୁଲିଥିଲେ । ସେଠାରୁ ସେ ହରବାନରେ ଥିବା ଏକ ବୌଦ୍ଧସ୍ଥଳୀ ଗସ୍ତ କରିଥିଲେ । ଯେଉଁଠାରେ ଗତବର୍ଷ ଲଶ୍କର ଏ ତୋଏବାର ଗତିବିଧି ଦେଖିବାକୁ ମିଳିଥିଲା । ଏପରିକି ଅବନ୍ତିପୁର ଭଳି ସମ୍ବେଦନଶୀଳ ଅଞ୍ଚଳକୁ ମଧ୍ୟ ସେ ଯାଇଥିଲେ ।

ଭାରତୀୟ ଅଧିକାରୀଙ୍କ କହିବାନୁସାରେ, ହୁ ଭିସା ନିୟମକୁ ଉଲ୍ଲଙ୍ଘନ କରିଛନ୍ତି । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏବେ ତାଙ୍କୁ ଜେରା କରାଯାଉଥିବା ଅଧିକାରୀ କହିଛନ୍ତି ।