ସମ୍ବଲପୁର ୧୦।୭: ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ରୁପା । ଅବକାରୀ ବିଭାଗର ଚେକିଂ ସମୟରେ ଏହି ରୁପା ମିଳିଛି । ପ୍ରାୟ ଶହେ କେଜି ଓଜନର ରୁପା ମିଳିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ରେଙ୍ଗାଲିରେ ଗଞ୍ଜେଇ ଚେକିଂ ପାଇଁ ଅବକାରୀ ବିଭାଗ ତହସିଲ ଛକରେ ଜଗିଥିଲା । ଏହି ସମୟରେ ଏକ ସ୍କର୍ପିଓ ଗାଡ଼ି ସେହି ରାସ୍ତା ଦେଇ ଯିବାବେଳେ ଗାଡ଼ିକୁ ଚେକିଂ କରିଥିଲା ଅବକାରୀ ବିଭାଗ । ଚେକିଂ ବେଳେ ଗାଡିରୁ ଗଞ୍ଜେଇ ବଦଳରେ ମିଳିଥିଲା ରୁପା । ଯାହାକୁ ନେଇ କୌଣସି ସ୍ପଷ୍ଟୀକରଣ ଦେଇପାରିନଥିଲେ ସ୍କର୍ପିଓ ଡ୍ରାଇଭର । ଜବତ ରୁପାର ଓଜନ ୧୧୦ କେଜି ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି ।
ତେବେ ସିକ୍ରେଟ୍ ଚାମ୍ବରରେ ହେଉଥିଲା ରୁପା ଚାଲାଣ । ରାୟପୁରରୁ କୋଲକାତା ଚାଲାଣ ହେଉଥିଲା ଏହି ରୁପା । ଏତେ ପରିମାଣର ରୁପା ମିଳିବା ପରେ ଜିଏସଟି ବିଭାଗର ଉଚ୍ଚ ଅଧିକାରୀ ମାନେ ରେଙ୍ଗାଲି ଗସ୍ତ କରିଛନ୍ତି ।
You Can Read:
ଯାହା ହୋଇଛି ଠିକ୍ ନୁହେଁ, ଆଇନ ଅନୁଯାୟୀ ଯାହା ପଦକ୍ଷେପ ନେବା କଥା ସରକାର ନେବେ