ମେଷ- ରାଶିକୁ ଘାତ ଚନ୍ଦ୍ର। ଆଖି ସହିତ ଜଡ଼ିତ ସମସ୍ୟା ଆପଣଙ୍କୁ ବ୍ୟଥିତ କରିପାରେ। ମନକୁ ଯଥାସମ୍ଭବ ଶାନ୍ତ ରଖନ୍ତୁ, ନଚେତ୍ ସମସ୍ୟା ବଢ଼ିବ। ଚାକିରିରେ ଅସମ୍ମାନିତ ହେବାର ସମ୍ଭାବନା ରହିଛି।
ବୃଷ- ପଥରୋଧର ଶିକାର ହୋଇପାରନ୍ତି। ପରିବାର ସଦସ୍ୟମାନେ ଆପଣଙ୍କଠାରୁ କିଛି ଆଶା କରିବେ। ଏପରି ପରିସ୍ଥିତିରେ, ସଂଯମତା ବଜାୟ ରଖନ୍ତୁ ଏବଂ ସମସ୍ତଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖନ୍ତୁ। ଚାକିରି କ୍ଷେତ୍ରରେ ସାମାନ୍ୟ କଳହ ଯୋଗ ରହିଛି ।
ମିଥୁନ- ଧନ ପ୍ରାପ୍ତିର ଯୋଗରହିଛି। ବାହାର ସ୍ଥାନରୁ ସମ୍ମାନ ମିଳିବ। ଖର୍ଚ୍ଚ ବୃଦ୍ଧି ପାଇବ । କିନ୍ତୁ ଆପଣ ଏହା ବିଷୟରେ ଅଧିକ ଚିନ୍ତା କରିବେ ନାହିଁ। ଘରେ ଆପଣଙ୍କୁ ନେଇ ଚିନ୍ତା ଜନକ ପରିବେଶ ରହିବ, କିନ୍ତୁ ସମୟ ସହିତ ସବୁ କିଛି ସମାଧାନ ହୋଇଯିବ।
କର୍କଟ- ଅନେକ ଲୋକଙ୍କ ସହିତ ମିଳନ ହେବ। ବ୍ୟବସାୟରେ ସତର୍କ ରୁହନ୍ତୁ। କୌଣସି ଚୁକ୍ତି କରିବା ପୂର୍ବରୁ ଭଲ ଭାବରେ ବିଚାର କରିବାକୁ ନିଶ୍ଚିତ ହୁଅନ୍ତୁ।
ସିଂହ- ସେବା ପୂଜାରେ ମନୋନିବେଶ କରିବେ। ଜୀବନରେ କେହି ନୂଆ ଆସିପାରନ୍ତି। ଆର୍ଥିକ ଦୃଷ୍ଟିରୁ ଶୁଭ ଖବର ମିଳିବ। ବିଦ୍ୟାର୍ଥୀମାନେ ଉନ୍ନତି ପଥ ଅନୁସରଣ କରିବେ। ବ୍ୟବସାୟ ଲାଭଦାୟକ ହେବ ।
କନ୍ୟା- ସୁଖ ହାନି ହେବାର ସମ୍ଭାବନା ଅଛି। କର୍ମ କ୍ଷେତ୍ରରେ କମ୍ କାମ ହେବ ଏବଂ ଆପଣ ସହକର୍ମୀମାନଙ୍କ ସହିତ ଗୁଣାତ୍ମକ ସମୟ ବିତାଇବ। ଜଣେ ବରିଷ୍ଠ ବ୍ୟକ୍ତିଙ୍କ ଦ୍ୱାରା ଉପଯୁକ୍ତ ମାର୍ଗଦର୍ଶନ ପାଇବେ। ଯାହା ଭବିଷ୍ୟତର ରଣନୀତିରେ ସହାୟକ ହେବ।
ତୁଳା- ରାଶିରେ ସପ୍ତମ ଚନ୍ଦ୍ର ରହିଥିବାରୁ ଧନ ପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦିନଟି ଉତ୍ତମ ହେବାର ସମ୍ଭାବନା ଅଛି। ପ୍ରୀତି ଓ ସାନିଧ୍ୟ ଲାଭ କରିବେ। ବିଦ୍ୟାର୍ଥୀମାନେ ସାମାନ୍ୟ ଅବହେଳିତ ହେବେ। ବ୍ୟବସାୟ ମଧ୍ୟମ ଫଳଦେବ।
ବିଛା- ଭାଗବତ ପ୍ରେମରେ ସମୟ କାଟିବେ। ଡିଜିଟାଲ୍ ମାର୍କେଟିଂ, ମିଡିଆ, ସାମ୍ବାଦିକ ଇତ୍ୟାଦି ଅନୁଷ୍ଠାନ ସହିତ ଜଡ଼ିତ ଲୋକଙ୍କ ପାଇଁ ସମୟ ଅନୁକୂଳ ହେବାର ସମ୍ଭାବନା ଅଛି । କିଛି ଭଲଖବର ଯେକୌଣସି ସ୍ଥାନରୁ ଗ୍ରହଣ କରିପାରନ୍ତି।
ଧନୁ- କର୍ତ୍ତବ୍ୟ ନିଷ୍ଠ ହୋଇ କାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ ଏକ ପ୍ରକାର ବିବାଦର ସମ୍ମୁଖୀନ ହୋଇପାରେ । ଏହିପରି ପରିସ୍ଥିତିର ସାମ୍ନା କରିବା କଠିନ ହେବ। ପାରିବାରିକ ଜୀବନ ମଧ୍ୟମ ଫଳ ଦେବ। ପ୍ରଶଂସା ପାଇ ଖୁସି ହେବେ।
ମକର- କିଛି ଭଲ ଖବର ପାଇବେ । ଘରେ ସକରାତ୍ମକ ବାତାବରଣ ସୃଷ୍ଟି ହେବ ଏବଂ ସମସ୍ତେ ଆପଣଙ୍କ ଉପରେ ଖୁସି ହେବେ । ସାମାନ୍ୟ କଲହଯୋଗ ରହିଛି ।
କୁମ୍ଭ- ରାଜ ସମ୍ମାନ ପ୍ରାପ୍ତି କରିବେ। ମନ ପ୍ରଫୁଲ୍ଲ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ଅଯଥା କଳହ କରନ୍ତୁ ନାହିଁ। ସମାଜରେ ନିଜ ନାମକୁ ପ୍ରତିଷ୍ଠା କରିପାରିବେ। ବ୍ୟବସାୟ ପାଇଁ ଦିନଟି ଭଲ ରହିଛି। ଆଶା ଅନୁସାରେ ଫଳ ପ୍ରାପ୍ତି ହେବ।
ମୀନ- ଦୃଢ଼ ମନା ହୋଇ କାର୍ଯ୍ୟ କରିବେ। ସଫଳତାର ଶୀର୍ଷରେ ପହଞ୍ଚିବେ। ଭ୍ରମଣର ଯୋଗ ରହିଛି। ଅଧିକ ଖର୍ଚ୍ଚର ସମ୍ଭାବନା ଅଛି। ନୂତନ ସ୍ଥାନ ପ୍ରାପ୍ତି କରିବେ। ପରିବାର ସହ ସମୟ ଅତିବାହିତ କରିବେ। ଆଳସ୍ୟର ବଶବର୍ତ୍ତୀ ହୋଇପାରନ୍ତି।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ – 8249826682