ଖରାଦିନରେ ଶରୀରକୁ କିପରି ରଖିବେ ହାଇଡ୍ରେଟ୍‌, ଜାଣନ୍ତୁ ଏହି ଟିପ୍ସ....

Published By : Prameya-News7 Bureau | June 05, 2025 IST

ଏବେ ଫେରିଛି ଗ୍ରୀଷ୍ମଲହରି। ସାରା ରାଜ୍ୟରେ ଅସ୍ତବ୍ୟସ୍ତ କରୁଛି ତାତି। ଛଟପଟ କରୁଛି ଗୁଳୁଗୁଳି। ଘରୁ ପାଦ କାଢିଲେ ଜଳିଯାଉଛି ଗୋଡ। ତେବେ ଏହି ଗରମ କେତେବେଳେ ବି ନେଇପାରେ ଜୀବନ । ମଣିଷକୁ ଅସୁସ୍ଥ ବି କରିପାରେ । ତେଣୁ ଏହି ଖରାରୁ ବଞ୍ଚିବା ପାଇଁ କିଛି ଟିପ୍‌ସ ଜାଣନ୍ତୁ…

ଖରାଦିନେ ପ୍ରଥମତଃ ନିଜ ଶରୀରକୁ ହାଇଡ୍ରେଟ୍‌ ରଖିବା ନିହାତି ଆବଶ୍ୟକ । ଏହା ଶରୀର ପାଇଁ ବହୁତ ଜରୁରୀ। କାରଣ ଖରା ଗରମ ବଢ଼ିବା ସାଙ୍ଗକୁ ଶରୀର ଡିହାଇଡ୍ରେସନ୍‌ ଭଳି ସମସ୍ୟାର ସମ୍ମୁଖୀନ ହୋଇଥାଏ। ଏଥିପାଇଁ ବିଶେଷ ଧ୍ୟାନ ରଖିବା ଉଚିତ୍ । ଗ୍ରୀଷ୍ମ ଋତୁକୁ ଆଖି ଆଗରେ ରଖି ଆମର ଖାଦ୍ୟପେୟରେ ପରିବର୍ତ୍ତନ କରିବା ଉଚିତ ଏବଂ ଅଧିକ ପରିମାଣର ପାଣି ପିଇବା ଆବଶ୍ୟକ ।ଖରା ଦିନରେ ସାଧାରଣତଃ ଶରୀରରେ ଜଳୀୟ ଅଂଶ ଅଭାବ ରହିଥାଏ । ଯାହାଦ୍ବାରା ଆମର କ୍ଷତି ହୋଇଥାଏ। ସେଥିପାଇଁ ପ୍ରଚୁର ପାଣି ପିଇବା ପାଇଁ କୁହାଯାଏ। ଦିନକୁ ୮ରୁ ୧୦ ଗ୍ଲାସ୍ ପାଣି ପିଇବା ନିହାତି ଦରକାର । ପାଣି ପିଇବା କମିଲେ ବଦ୍‌ହଜମି, ଡିହାଇଡ୍ରେସନ୍‌, ପତଳା ଝାଡ଼ା ଭଳି ସମସ୍ୟା ଉପୁଜିଥାଏ । ଏଥିପାଇଁ ଓଆର୍‌ଏସ୍‌ ପିଇବା ମଧ୍ୟ ଜରୁରୀ ।ଖରାଦିନରେ ଖାଲି ପାଣି ନୁହେଁ... ପଇଡ଼ ପାଣି, ଥଣ୍ଡା କ୍ଷୀର, ଲସି ଆଖୁ ରସ ଭଳି ଅନ୍ୟାନ ଜିନିଷ ପିଇପାରିବେ। ଏହା ବ୍ୟତୀତ କାକୁଡି, ତରଭୁଜ, ଖରଭୁଜା ଭଳି ଜଳଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ଏହି ଖାଦ୍ୟଗୁଡ଼ିକ ଗ୍ରୀଷ୍ମ ଋତୁରେ ଆପଣଙ୍କୁ ସତେଜ ରଖେ । ଶୋଷ ମେଣ୍ଟାଇବା ପାଇଁ ସାଧାରଣତଃ ଲୋକମାନେ କୋଲଡ୍ରିଙ୍କସ ପିଇଥାନ୍ତି । କିନ୍ତୁ ଏହା ପିଇବା ଅନୁଚିତ୍‌।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.