LIVE TV

ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

NEWS7
how-much-is-salary-from-bcci-contract-a-plus-grade-salary

ଭୋଗରାଇ ୪୧୧: ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସୋମବାର ରାତିରେ ଖାଇପିଇ ଘରେ ଶୋଇଥିଲେ । ମଙ୍ଗଳବାର ସକାଳୁ ମିଳିଲା ଝୁଲନ୍ତା ମୃତଦେହ । ମୃତଦେହ ଦେଖି ପରିବାର ଲୋକ  ପୋଲିସକୁ ଖବର ଦେଇଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ତାଳସାରୀ ସାମୁଦ୍ରିକ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ସାହବାଜିପୁର ଗ୍ରାମର ନିଧିରାମ ଦାସଙ୍କ ପୁଅ ନିତ୍ୟାନନ୍ଦ ଦାସ ସୋମବାର ରାତିରେ ଘରେ ଖାଇ ପଛପଟୁ ବନ୍ଦ କରି ଶୋଇଥିଲେ । ମାତ୍ର ମଙ୍ଗଳବାର ସକାଳେ କବାଟ ଖୋଲିବାରୁ ଖୋଲିନଥିଲେ । ରୁମ୍‌ର ଝରକା ପଟୁ ଝୁଲନ୍ତା ଅବସ୍ଥା ଦେଖିବାକୁ ପାଇଥିଲେ ପରିବାର ଲୋକ । ଏ ନେଇ ସ୍ଥାନୀୟ ତାଳସାରୀ ସାମୁଦ୍ରିକ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାକୁ ନେଇ ଅଧିକ ସନ୍ଦେହ ବଢୁଥିବା ବେଳେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ କବାଟ ଖୋଲା ପରେ ଘଟଣା ଜଣାପଡିବ ବୋଲି କୁହାଯାଇଛି ।