ନୂଆଦିଲ୍ଲୀ : ଆମେରିକା ରବିବାର ସକାଳେ ଇରାନର ୩ଟି ପରମାଣୁ କେନ୍ଦ୍ର ଫୋର୍ଡୋ, ନତାଞ୍ଜ ଓ ଇସଫହାନ ଉପରେ ବି-୨ ପରମାଣୁ ବୋମାବର୍ଷି ବିମାନରେ ହମଲା କରିଥିଲା। ଇରାନରେ ଚାଲିଥିବା ଅପରେସନକୁ ଆମେରିକା ଅପରେସନ ମିଡନାଇଟ୍-ହ୍ୟାମର ନାଁ ଦେଇଥିଲା। ବି-୨ ବମ୍ୱର ବିମାନ ଇରାନର ଫୋର୍ଡୋ ଓ ନତାଞ୍ଜ କେନ୍ଦ୍ର ଉପରେ ଏକ ଡର୍ଜରୁ ଅଧିକ GBU-57 ବୋମା ଅର୍ଥାତ୍ ବଙ୍କର ବଷ୍ଟର ବୋମା ପକାଇଛି। ଗୋଟିଏ ବୋମାର ଓଜନ ପାଖାପାଖି ୧୪ ହଜାର କିଲୋଗ୍ରାମ୍ । ଫୋର୍ଡ ନ୍ୟୁକ୍ଲିୟାର ପ୍ଲାଣ୍ଟ ଭୂମିରୁ ପ୍ରାୟ ୨୯୫ ଫୁଟ୍ ତଳେ ରହିଛି । ବି-୨ ବମ୍ୱର ମିଶନ ବେଳେ ବାୟୁରେ ମଧ୍ୟ ଫୁଏଲ ଭରିଥିଲା। ସବୁଠୁ ବଡ଼ ପ୍ରଶ୍ନ ଏହା ଯେ, ବି-୨ ବମ୍ୱର ୪୪ ଘଣ୍ଟା ଯାଏ ନନ୍ଷ୍ଟପ୍ ଉଡ଼ାଣ ଭରିଥାଏ ।
ମୁଖ୍ୟ ରୂପେ ଏକ ପରମାଣୁ ବୋମାବର୍ଷକ ଭାବେ ଡିଜାଇନ କରାଯାଇଥିବା ବି-୨ର ପ୍ରଥମ ଥପ ୧୯୯୯ରେ କୋସୋଭୋ ଯୁଦ୍ଧରେ ପାରମ୍ପରିକ , ଅଣ-ଆଣବିକ ଅସ୍ତ୍ରଶସ୍ତ୍ର ପକାଇବା ପାଇଁ ବ୍ୟବହାର କରାଯାଇ ଥିଲା। ପରେ ଏହାର ବ୍ୟବହାର ଇରାକ୍, ଅଫଗାନିସ୍ତାନ ,ଲିବିଆ , ୟେମେନ ଓ ଇରାନରେ କରାଯାଇ ଥିଲା। ଆସନ୍ତୁ ଏବେ ଏ ବିଷୟରେ ବିସ୍ତୃତରେ ଜାଣିବା ,ଆମେରିକା କେଉଁ କେଉଁ ମିଶନରେ ଏହି ପରମାଣୁ ବୋମା ବର୍ଷକ ବି-୨କୁ ବ୍ୟବହାର କରିଛି-
ବି-୨ ସ୍ପିରିଟ ନଥ୍ରୋପ୍ ଗ୍ରୁମ୍ମନ ଦ୍ୱାରା ନିର୍ମିତ ଏକ ଲମ୍ୱା ଦୂରଗାମୀ ପରମାଣୁ ବୋମା ବର୍ଷକ ବିମାନ। ନିଜର ସ୍ୱତନ୍ତ୍ର ଫ୍ଲାଇଂ ୱିଙ୍ଗ ଡିଜାଇନ ପାଇଁ ପ୍ରସିଦ୍ଧ ବି-୨ କୁ ରାଡାର ଦ୍ୱାରା ଚିହ୍ନଟ କରିବା ମୁସ୍କିଲ ଏବଂ ଏହା ଇନ୍ଧନ ନଭରି ୧୧,୦୦୦ କିଲୋମିଟରରୁ ଅଧିକ ଯାତ୍ରା କରିପାରିବ। ଏଠାରେ ଏହିସବୁ ସମୟର ତାଲିକା ଦିଆଯାଇଛି, ଯେବେ ୟୁଏସ୍ ବି-୨ ବମ୍ୱର ଯୁଦ୍ଧକୁ ଯାଇଛି।
୧- କୋସୋଭୋ : ୧୯୯୯ରେ ବି-୨ ର ପ୍ରଥମ ଫାଇଟର ମିଶନ –
ବୋମା ବର୍ଷକ ବିମାନ ବି-୨ ପୂର୍ବର ଯୁଗୋସ୍ଲୋଭିଆରେ ନାଟୋର ଅପରେସନ ଏଲାଇଡ୍ ଫୋର୍ସ ବେଳେ ଯୁଦ୍ଧ ମୈଦାନକୁ ଓହ୍ଲାଇ ଥିଲା। ଆମେରିକାର ମିସୌରୀରୁ ସିଧା ସର୍ବିଆ ଓ ପ୍ରତ୍ୟାବର୍ତ୍ତନରେ ଉଡ଼ାଣ ଭରିଥିଲା । ଏହି ବୋମା ବର୍ଷକ ଏୟାରଫିଲ୍ଡ ଓ କମାଣ୍ଡ ସେଣ୍ଟର ସହ ପ୍ରମୁଖ ସର୍ବିଆର ଲକ୍ଷ୍ୟ ସ୍ଥଳରେ ସଠିକ୍ ହମଲା କରିଥିଲା। ପ୍ରତ୍ୟେକ ମିଶନ ୩୦ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା।
୨- ଆଫଗାନିସ୍ତାନ : ୨୦୦୧-୨୦୦୨ରେ ତାଲିବାନର ଠିକଣା ଉପରେ ହମଲା –
ଆଫଗାନିସ୍ତାନରେ ଯୁଦ୍ଧର ପ୍ରାରମ୍ଭିକ ପର୍ଯ୍ୟାୟରେ , ତାଲିବାନର ବଙ୍କର , ପ୍ରଶିକ୍ଷଣ ଶିବିର ଓ ଗୁମ୍ପା ଗୁଡ଼ିକରେ ଲୁଚି ଥିବା ସ୍ଥାନକୁ ନଷ୍ଟ କରିବା ପାଇଁ ବି-୨ ବୋମା ବର୍ଷକର ବ୍ୟବହାର କରାଯାଇ ଥିଲା। ଏହି ମିଶନ ଆମେରିକାରେ ମଧ୍ୟ ଆରମ୍ଭ ହୋଇଥିଲା , ଯେଉଁଛି ଆକାଶରେ ଇନ୍ଧନ ଭରି ଏହା ବିନା ରହଣୀରେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଥିଲା ।
୩- ଇରାକ୍ : ୨୦୦୩ରେ ହମଲା ଆରମ୍ଭ ହୋଇଥିଲା -
ମାର୍ଚ୍ଚ ୨୦୦୩ରେ ଇରାକ୍ ଯୁଦ୍ଧର ପ୍ରାରମ୍ଭିକ ହମଲା ବେଳେ ବି-୨ ବୋମା ବର୍ଷକ ପ୍ରମୁଖ ଭୂମିକା ସାଜିଥିଲା। ସେମାନେ ସଦ୍ଦାମ ହୁସେନଙ୍କ ସହ ଜଡିତ ସନ୍ଦିଗ୍ଧ କମାଣ୍ଡ ସାଇଟ୍ ଏବଂ କ୍ଷେପଣାସ୍ତ୍ର ପ୍ରତିଷ୍ଠାନ ଉପରେ ବଙ୍କର-ବଷ୍ଟର ବୋମା ପକାଇଥିଲେ। ଏହି ହମଲା ଇରାକ୍ର ପ୍ରାରମ୍ଭିକ ବାୟୁ ପ୍ରତିରକ୍ଷା ଏବଂ ନେତୃତ୍ୱ ଗଠନକୁ କ୍ଷତି ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଥିଲା।
୪- ଲିବିଆ: ୨୦୧୧ରେ ଅଦ୍ଭୁତ ଆକ୍ରମଣ -
ନାଟୋର ଅପରେସନ୍ ଓଡିସି ଡନ୍ ବେଳେ , ତିନୋଟି B-2 ବୋମାବର୍ଷୀ ବିମାନ ଆମେରିକାରୁ ଲିବିଆକୁ ପଠାଯାଇ ଥିଲା। ସେମାନେ ବିମାନ ବନ୍ଦର ଓ ସୁଦୃଢ଼ ବିମାନ ଆଶ୍ରୟସ୍ଥଳ ଗୁଡ଼ିକୁ ଟାର୍ଗେଟ କରିଥିଲେ, ଯାହା କିଛି ଘଣ୍ଟା ମଧ୍ୟରେ ନୋ-ଫ୍ଲାଏ ଜୋନ୍ ଲାଗୁ କରିବାରେ ସାହାଯ୍ୟ କରିଥିଲା। ଅପ୍ରତ୍ୟାଶିତ ଆକ୍ରମଣ ଲିବିଆର ବାୟୁ କ୍ଷମତାକୁ ଦୁର୍ବଳ କରି ଦେଇଥିଲା ଏବଂ ସାମରିକ ଅଭିଯାନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।
୫- ସିରିଆ : ୧୦୧୭ରେ ISIS ଉପରେ ଅସ୍ପଷ୍ଟ ହମଲା -
ଯଦିଓ କେବେବି ସରକାରୀ ଭାବେ ସ୍ପଷ୍ଟ କରାଯାଇ ନାହିଁ, ତଥାପି ଅନେକ ରିପୋର୍ଟରେ ଅଛି ଯେ, ୨୦୧୭ରେ ପୂର୍ବ ସିରିଆରେ ISIS ଉପରେ ଆକ୍ରମଣ କରିବା ପାଇଁ B-2 ବୋମା ବର୍ଷକ ବିମାନ ବ୍ୟବହାର କରାଯାଇଥିଲା। ଏହି ମିଶନ ଗୁଡ଼ିକରେ GBU-57 "ବଙ୍କର୍ ବଷ୍ଟର୍" ବୋମା ସାମିଲ ଥିବା ବିଶ୍ୱାସ କରାଯାଏ, ଯାହା ଅତ୍ୟନ୍ତ ସୁଦୃଢ଼ ଲକ୍ଷ୍ୟସ୍ଥଳକୁ ଧ୍ୱଂସ କରିବା ପାଇଁ ଡିଜାଇନ୍ କରାଯାଇଥିଲା।
୬- ୟେମେନ : ୨୦୨୪ରେ ହୁଥିଙ୍କ ଟାର୍ଗେଟ ଉପରେ ଆକ୍ରମଣ-
୨୦୨୪ ଅକ୍ଟୋବରରେ, ଆମେରିକା ୟେମେନରେ ହୁତି ବିଦ୍ରୋହୀଙ୍କ ସ୍ଥାନ ଉପରେ ଆକ୍ରମଣ କରିବା ପାଇଁ B-2 ବୋମାବର୍ଷୀ ବିମାନ ବ୍ୟବହାର କରିଥିଲା, ଯାହାକୁ ଇରାନ ସମର୍ଥିତ ବୋଲି ଜଣାପଡ଼ୁ ଥିଲା। ପେଣ୍ଟାଗନ ଅନୁଯାୟୀ, ଏହି ମିଶନ ଗଭୀର ଭାବରେ ପୋତା ଯାଇଥିବା ଏବଂ ସୁରକ୍ଷିତ ସ୍ଥାନଗୁଡ଼ିକୁ ଆକ୍ରମଣ କରିବାର ବୋମାବର୍ଷୀ କ୍ଷମତାର ଏକ "ଅନନ୍ୟ ପ୍ରଦର୍ଶନ" ଥିଲା। ତତ୍କାଳୀନ ଆମେରିକା ପ୍ରତିରକ୍ଷା ସଚିବ ଲଏଡ୍ ଅଷ୍ଟିନ୍ ଏହି ଅଭିଯାନର ରଣନୈତିକ ଗୁରୁତ୍ୱ ଉପରେ ଉଲ୍ଲେଖ କରିଥିଲେ।
୭- 2025 ରେ ଇରାନରେ ଏହାର ସଦ୍ୟ ବ୍ୟବହୃତ -
ଏହା ଏପର୍ଯ୍ୟନ୍ତ B-2 ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟବହାର ହୋଇପାରେ। ଆମେରିକା ଗତ ୨୨ ଜୁନରେ ତିନୋଟି ଇରାନ ପରମାଣୁ ସ୍ଥାନ, ଫୋର୍ଡୋ, ନାଟାଞ୍ଜ ଏବଂ ଏସଫାହାନ ଉପରେ ଆକ୍ରମଣ କରିଥିଲା। ଏହି ମିଶନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରି କହିଥିଲେ, "ଏହା ଏକ ଚମତ୍କାର ସାମରିକ ସଫଳତା "। ସେ ଆହୁରି ମଧ୍ୟ କହିଥିଲେ ପରମାଣୁ ସ୍ଥାନଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇ ଯାଇଛି।