ଭାରତରେ କେତେ ପ୍ରତିଶତ ମହିଳା ଚାହୁଁ ନାହାନ୍ତି ବିବାହ ? କୁଆଁର ଯୁବକଙ୍କୁ ହୋସ୍ ଉଡ଼ାଇଦେବ ଏହି ଖବର

Published By : Prameya-News7 Bureau | March 16, 2025 IST

abp live

ନୂଆଦିଲ୍ଲୀ: ଭାରତରେ ବିବାହକୁ ଜୀବନର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ବୋଲି କୁହାଯାଏ। ଏଠାରେ ଯଦି କିଏ ବିବାହ ନ କରେ ତାକୁ ସମାଜରେ ଅନେକ କଥା ଶୁଣିବାକୁ ପଡ଼ିଥାଏ। ମାତ୍ର ବର୍ତ୍ତମାନ ସମୟରେ ଯୁବତୀମାନଙ୍କୁ ଟାହି ଟପରା ଶୁଣିବାକୁ ମଞ୍ଜୁର କିନ୍ତୁ ବିବାହ କରିବାକୁ ପ୍ରସ୍ତୁତ ନୁହନ୍ତି। ସଂପ୍ରତି ମହିଳାଙ୍କ ବିବାହକୁ ନେଇ ମୋହଭଙ୍ଗ ହେବାରେ ଲାଗିଛି। ବ୍ୟାଚଲର୍ସ, ସୋରୋଗେସି, ସିଙ୍ଗଲହୁଡ ପରି ଶବ୍ଦ ଟ୍ରେଣ୍ଡ ହେବାରେ ଲାଗିଛି। ଯୁବତୀଙ୍କ ଠାରେ ଏହି ପ୍ରଚଳନ ବଢିବାରେ ଲାଗିଛି। ଯୁବ ପିଢିଙ୍କ ଏହି ଚିନ୍ତାଧାରା ଏବେ ମାଆ-ବାପାଙ୍କ ପରି ମୁଣ୍ଡ ବିନ୍ଧାର କାରଣ ପାଲଟିଛି। କିଛି ସମୟ ପୂର୍ବରୁ ବିବାହକୁ ନେଇ ଏକ ସର୍ଭେ ହୋଇଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦେଶର ୮୧ ପ୍ରତିଶତ ମହିଳା ବିନା ବିବାହରେ ଖୁସି ଅଛନ୍ତି।

Also read: ଗାଁ ପାଲଟିଛି ଡିଜିଟାଲ ହଟସ୍ପଟ୍, ୟୁଟ୍ୟୁବରୁ ଲକ୍ଷ ଲକ୍ଷ ଆୟ କରୁଛନ୍ତି ଗ୍ରାମବାସୀ

ସର୍ଭେରେ ବିବାହକୁ ନେଇ ହୋଇଥିବା ପ୍ରଶ୍ନ ଉପରେ ଯୁବତୀମାନେ କହିଛନ୍ତି, ସେମାନଙ୍କୁ ବିନା ବିବାହରେ ବଞ୍ଚିବା ବହୁତ ପସନ୍ଦ। ବିବାହ କେବେ କରିବାକୁ ଚାହାନ୍ତି, ଏହି ପ୍ରଶ୍ନ ଉପରେ ୩୯ ପ୍ରତିଶତ ଯୁବତୀଙ୍କ ମତରେ ସେମାନେ ବିବାହ ଋତୁରେ ନିଜକୁ ଚାପଗ୍ରସ୍ତ ଅନୁଭବ କରନ୍ତି। ପ୍ରତିବର୍ଷ ବିବାହ ସିଜିନର ମାଆ-ବାପା ପିଲାଙ୍କ ଉପରେ ବିବାହ ପାଇଁ ଚାପ ପକାଇଥାନ୍ତି। ଏହି କାରଣରୁ ଅନେକ ଯୁବତୀ ଅନିଚ୍ଛା ସତ୍ତ୍ବେ ବିବାହ କରିଥାନ୍ତି।

ସର୍ଭେ ଅନୁଯାୟୀ, ୩୩ ପ୍ରତିଶତ ଲୋକଙ୍କ ମତରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଦୀର୍ଘ ସମୟ ସମ୍ବନ୍ଧରେ ରହିବା ନେଇ ଚାପ ଅନୁଭବ କରନ୍ତି। ଲୋକଙ୍କୁ ଲାଗୁଛି ଯେ, ବିବାହ କେବଳ ସମ୍ବନ୍ଧକୁ ନିଭାଇବା ନାଁରେ ଯୁବକ-ଯୁବତୀ ଆଜୀବନ ଏକାଠି ରୁହନ୍ତି। ଆଜିର ସମୟରେ ମହିଳା ଏଥିପାଇଁ ବିବାହ କରିବାକୁ ନାରାଜ କାରଣ ବିବାହ ପରେ ସେମାନଙ୍କୁ ଚାକିରି ଛାଡ଼ିବାକୁ କୁହାଯାଉଛି। ସଂପ୍ରତି ମହିଳାମାନେ ଜୀବନସାରା ନିଜ ଗୋଡ଼ରେ ଛିଡ଼ା ହେବାକୁ ଚାହାନ୍ତି। ସେମାନେ କାହା ଉପରେ ନିର୍ଭରଶୀଳ ରହିବାକୁ ପସନ୍ଦ କରୁ ନାହାନ୍ତି। ତେଣୁ ସେମାନେ ବିବାହ କରିବାକୁ ପଛଘୁଞ୍ଚା ଦେଉଛନ୍ତି। 

ଡେଟିଂ ଆଫ ବମ୍ବଲର ସର୍ଭେରେ ଭାରତର ୮୧ ପ୍ରତିଶତ ଯୁବତୀଙ୍କ କହିବା କଥା ସେମାନେ ବିବାହ ନ କରି ଏକାକୀ ରହିବାରେ ବହୁତ ଖୁସି ଅନୁଭବ କରନ୍ତି। ୬୨ ପ୍ରତିଶତ ମହିଳାଙ୍କ ମତରେ ନିଜର ଆବଶ୍ୟକତା ଓ ପ୍ରାଥମିକତା ସହିତ ସାଲିସ୍ କରି ପାରିବେ ନାହିଁ। ୮୩ ପ୍ରତିଶତ ଯୁବତୀଙ୍କ  କହିବା କଥା ଯେ ପର୍ଯ୍ୟନ୍ତ ସେମାନଙ୍କୁ ପସନ୍ଦର ସାଥୀ  ନ ମିଳିଛି ସେମାନେ ସେ ପର୍ଯ୍ୟନ୍ତ ବିବାହ କରିବେ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.