ଭାଇରାଲ ପ୍ରେମିକରୁ ପମ୍ପ ଚୋର, ଟୁଙ୍ଗୁରୁ ଭୋଳ ପୁଣି ଗିରଫ

NEWS7
horrifying-facts-from-saurabhs-postmortem

ଭୁବନେଶ୍ୱର ୦୧।୦୩ : ଭାଇରାଲ ପ୍ରେମିକରୁ ପମ୍ପ ଚୋର । ପରକୀୟା ପ୍ରୀତିରୁ ଗ୍ୟାସ୍ ସିଲିଣ୍ଡର ଲୁଟେରା । ବାବୁ ଟୁଙ୍ଗୁରୁ ଭୋଳ ଏବେ ପ୍ରଫେସନାଲ ଲୁଟେରା । ଜେଲ୍ ତାଙ୍କର ଆଉ ଏକ ଠିକଣା । ଆଲୋକ ଭୋଳ ଓରଫ ଟୁଙ୍ଗୁରୁ ଶନିବାର ପୁଣି ଯାଇଛନ୍ତି ଝାରପଡ଼ା ଜେଲ୍ । ଏଥର ବି ପୁଣି ବାନ୍ଧିଛି ତମାଣ୍ଡୋ ଥାନା ପୋଲିସ । ଏହାକୁ ମିଶାଇ ୪ ଥର ଗଲାଣି ଜେଲ ଟୁଙ୍ଗୁରୁ ଭୋଳ।

ଏ ଖବର ବି ପଢନ୍ତୁ:- ୟୁଟ୍ୟୁବର୍ ରାହୁଲ ମହାରଣା ହତ୍ୟା ଘଟଣାରେ ଆକ୍ସନ, ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ତିନି ବର୍ଷ ତଳେ ଟୁଙ୍ଗୁରୁ ଭାଉଜ ପ୍ରେମର ଗୋଲାପରେ ହୋଇଥିଲେ ଭାଇରାଲ । ବିବାହିତା ମହିଳାଙ୍କ ସହ ଅଟୋରେ ପ୍ରେମ ତାଙ୍କୁ ରାତାରାତି ସୋସିଆଲ ମିଡିଆରେ କରିଥିଲା ଭିୟୁର୍ସ କ୍ରେଜି । ଏବେ ସେ ପୁରା ପେଶାଦାର ଠାଉଆ ଚୋର । ଆଲୋକ ଓରଫ ଟୁଙ୍ଗୁରୁଙ୍କ ନାମରେ ପୂର୍ବରୁ ମଧ୍ୟ ଭରତପୁର ଥାନାରେ ଗୋଟିଏ ଏବଂ ତମାଣ୍ଡୋ ଥାନାରେ ୨ ଟି ଭିନ୍ନ ଅପରାଧିକ ମାମଲା ରହିଛି । ୨୦୨୪ ଏପ୍ରିଲ ୧୬ ତାରିଖରେ ଗ୍ୟାରେଜରୁ ଓଲଡିଂ ମେସିନ୍, ହ୍ୟାଣ୍ଡ କଟର ଚୋରୀ କରିଥିଲେ ଟୁଙ୍ଗୁରୁ । ଏନେଇ ଅଭିଯୋଗରେ ଭରତପୁର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିପରି ୨୦୨୬ ଜାନୁଆରୀ ୧୧ ତାରିଖରେ ମଟର ପମ୍ପ ଚୋରୀ କରିବା ଅଭିଯୋଗରେ ତମାଣ୍ଡୋ ଥାନା ପୋଲିସ ତାଙ୍କୁ ଗିରଫ କରିଥିଲା। ତଥାପି ସୁଧୁରିଲେନି ।

ଏ ଖବର ବି ପଢନ୍ତୁ:- ଏ ବର୍ଷ ଅଧିକ ଖରା, ମାର୍ଚ୍ଚରୁ ମେ' ମାସ ଭିତରେ ୧୫ ଦିନ ହିଟ୍‌ଓ୍ବେଭ ଆକଳନ

ଜାମିନରେ ଥାଇ ପୁଣି ଚୋରି । ଟୁଙ୍ଗୁରୁଙ୍କୁ ଛାଡୁନି ଲୁଟ୍ ନିଶା । ନୂଆ ଅଭିଯୋଗ ନୂଆଯାୟୀ ଏକ ପାଣି ପମ୍ପ ଚୋରିରେ ସଂପୃକ୍ତ ଆଲୋକ ଓରଫ ଟୁଙ୍ଗୁରୁ । ଅଭିଯୋଗକାରୀ ଲିଙ୍ଗରାଜ ଥାନା ରାଧିକା ନଗରରେ ରୁହନ୍ତୁ । ତମାଣ୍ଡୋ ଥାନା କଳିଙ୍ଗ ନଗରରେ ତାଙ୍କର ଏକ ନିର୍ମାଣାଧୀନ କୋଠାଘର ରହିଛି । ଉକ୍ତ କୋଠା ଘରର ତଳ ମହଲାରେ ଲାଗିଥିବା ଏକ ପାଣି ମୋଟର ପମ୍ପକୁ କୌଣସି ଅଜଣା ଦୁର୍ବୁତ୍ତ ଚୋରି କରି ନେଇଯାଇଥିଲେ । ଗତ ମାସ ୨୭ ତାରିଖରେ ଏହା ଘଟିଥିଲା । ଅଭିଯୋଗ ଭିତରେ ପୋଲିସ ତଦନ୍ତ କରି ଆଲୋକ ଭୋଳ ଓରଫ ଟୁଙ୍ଗୁରୁଙ୍କୁ କାବୁ କରିବା ସହ ତାଠାରୁ ଚୋରା ପାଣି ମୋଟର ପମ୍ପକୁ ଜବତ କରିଛି। ଜେରା ବେଳେ ଟୁଙ୍ଗୁରୁ ଦୋଷ ମାନିଥିବା ପୋଲିସ ସୂଚନା ଦେଇଛି । ଜାମିନ ନାକଚ ପରେ ଟୁଙ୍ଗୁରୁ ପୁଣି ଯାଇଛି ଜେଲ୍ ।

ଅଟୋ ଡ୍ରାଇଭର ପରକୀୟ ପ୍ରୀତିରେ ମାହିର ଟୁଙ୍ଗୁରୁ । ପ୍ରେମ ପାଇଁ ଚର୍ଚ୍ଚାରେ ଥିଲେ ବାହା ହୋଇ ଭାଉଜ ହୃଦୟ ଭାଙ୍ଗିଲେ । ଏବେ ଚୋରି ପରେ ଚୋରି । ଏକାଧିକ ଠିକଣାରେ ଜେଲ୍ ବି ଠିକଣା ପାଲଟିଛି । କିନ୍ତୁ ଏଭଳି ଅଭ୍ୟାସଗତ ଚୋରି ଘଟଣାରେ ଠିକଣା ଦଣ୍ଡ ନହେଲେ ଠିକିବନି ଟୁଙ୍ଗୁରୁ ।

ଏ ଖବର ବି ପଢନ୍ତୁ:-  ଖାମେନିଙ୍କ ମୃତ୍ୟୁ ପରେ ଆମେରିକାରେ ବିକ୍ଷୋଭ, ଗଭୀର ଶୋକ ପ୍ରକାଶ କଲା କାଶ୍ମୀରର ସିଆ ସଂଗଠନ