ଅଗଷ୍ଟ ୦୯ ତାରିଖ, ଶନିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | August 09, 2025 IST

ମେଷ - ରାଶିକୁ ଦଶମ ଚନ୍ଦ୍ର ରହିଛି । ଦିନଟି ଉତ୍ତମ ଫଳ ପ୍ରଦାନ କରିବ । ମାଲିମାକୋଦ୍ଦମାରେ ଆଜି ଆପଣ ଜୟଯୁକ୍ତ ହେବେ । ଆର୍ଥିକ ସ୍ଥିତିରେ ସ୍ଵଚ୍ଛଳତା ଆସିବ । ବ୍ୟବସାୟରେ ଅନେକ ଲାଭର ସୂଚନା ମିଳୁଛି । ଚାକିରିରେ ସ୍ଥାନ ପରିବର୍ତ୍ତନ ହୋଇପାରେ ।

ବୃଷ - ଆଜି ଆପଣଙ୍କର ଦୂର ଯାତ୍ରା କରିବାର ଯୋଗ ରହିଛି । ବ୍ୟବସାୟ ଲାଭଜନକ ହେବ । ପରିବାରର ସଂପୂର୍ଣ୍ଣ ସହଯୋଗ ପାଇବେ । କର୍ମକ୍ଷେତ୍ରରେ ଅଟକି ଥିବା ଧନର ପ୍ରାପ୍ତି ହେବ । ବିଦ୍ୟାର୍ଥୀମାନେ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବେ ।

ମିଥୁନ- ଦିନଟି ମିଶ୍ର ଫଳ ଦେବ । କର୍ମ କ୍ଷେତ୍ର ରେ ସମସ୍ୟା ଦେଖା ଦେବ । ବ୍ୟବସାୟରେ କ୍ଷତି ହେବାର ଯୋଗ ରହିଛି । ପତି-ପତ୍ନୀଙ୍କ ଭିତରେ ମନୋମାଳିନ୍ୟ ଦେଖା ଦେବ । ପୈତୃକ ସମ୍ପତିକୁ ନେଇ ସମସ୍ୟା ଦେଖା ଦେଇପାରେ ।

କର୍କଟ - କିଛି ନୂଆ କାର୍ଯ୍ୟର ଆରମ୍ଭ ଆପଣ ଆଜି କରିପାରନ୍ତି । ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ସ୍ଵାସ୍ଥ୍ୟଗତ ସମସ୍ୟା କିଛି ଦେଖା ଦେଇପାରେ । ବ୍ୟବସାୟ ରେ ଉନ୍ନତି ହେବ । ବିଦ୍ୟାର୍ଥୀ ମାନେ ସଙ୍କୋଚରେ ରହିବେ ।

ସିଂହ - ଘାତ ଚନ୍ଦ୍ର ଥିବାରୁ ଦିନଟି ମଧ୍ୟମ ଫଳ ଦେବ । ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାରେ ରହି ପାରନ୍ତି । ରାଜନୀତିରେ ଅଜି ମାଧ୍ୟମ ଫଳ ପ୍ରାପ୍ତ ହେବ । ବ୍ୟବସାୟରେ ଏତେ ଭଲ ଫଳ ମିଳିବ ନାହିଁ । ଛାତ୍ରଛାତ୍ରୀମାନେ ଗୁରୁଜନଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ କରନ୍ତୁ ।

କନ୍ୟା -   ଆଜି ଚାକିରିରେ ଉନ୍ନତି ଯୋଗ ଅଛି । ଅଧାରୁ ଅଟକିଥିବା କାର୍ଯ୍ୟ ଆଜି ସମ୍ପର୍ଣ୍ଣ ହେବ । ରାଜନୀତିରେ ଉତ୍ତମ ଫଳ ପ୍ରାପ୍ତ ହେବ । ରୋଜଗାର କରୁନଥିବା ବ୍ୟକ୍ତିଙ୍କୁ ଅର୍ଥ ପ୍ରାପ୍ତି ହେବ । ଭ୍ରମଣ ଯୋଗ ରହିଛି । ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା ଲାଭ କରିବେ ।

ତୁଳା - ଦିନଟି ମିଶ୍ର ଫଳ ପ୍ରଦାନ କରିବ । ନୂତନ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ ହେବ । ଖର୍ଚ୍ଚର ପରିମାଣ ଅଧିକ ରହିଛି । ଭୂମି ,ଗୃହ କରିବା ପାଇଁ ଦିନଟି ଅତ୍ୟନ୍ତ ଭଲ । ଅଟକି ଥିବା ଧନ ଅକସ୍ମାତ ପ୍ରାପ୍ତି ହେବାର ଯୋଗ ରହିଛି ।

ବିଛା - ବିଶେଷ ଭାବେ ଭ୍ରମଣର ଯୋଗ ରହିଛି । ବ୍ୟବସାୟ କ୍ଷେତ୍ରରେ ଅନେକ ନୂଆ ନୂଆ ଯୋଜନା ମନକୁ ଆସିବ । କାର୍ଯ୍ୟ କ୍ଷେତ୍ରରେ ପ୍ରଗତି ହେବ । ପରିବାର ସହ ସମୟ ଅତିବାହିତ କରିବେ । ନିବେଶ ପାଇଁ ମଧ୍ୟ ଦିନଟି ଅନୁକୂଳ ରହିଛି ।

ଧନୁ - ପରିବାରରେ ସୁଖ ସମାଚାର ଶୁଣିବାକୁ ମିଳିବ । ବନ୍ଧୁଙ୍କ ମାଧ୍ୟମରେ ଧନ ଆୟର ଯୋଗ ରହିଛି । ବ୍ୟବସାୟରେ ଅର୍ଥ ନିବେଶ କରିବେ । ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ । ବିଦ୍ୟାର୍ଥୀମାନେ ଖୁସି ଖବର ପାଇବେ ।

ମକର - ରାଶି ପାଇଁ ଆଜି ଶ୍ରୀ ଚନ୍ଦ୍ର । କର୍ମ କ୍ଷେତ୍ରରେ ଉନ୍ନତି ହେବ । ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ହେବ । ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କୁମ୍ଭ - ଦିନଟିରେ ଆପଣ କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରିବେ । ମନୋବଳ ଦୃଢ଼ ରହିବ । ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ। ଜୀବନ ସାଥିଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ସଂକଳ୍ପ ନେବେ ।

ମୀନ - ଚାକିରି କ୍ଷେତ୍ରରେ ସମ୍ମାନ ଓ ପଦୋନ୍ନତିର ଯୋଗ ରହିଛି । ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ । ବ୍ୟବସାୟରେ ଲାଭ ଯୋଗ ରହିଛି । ମିଳୁନଥିବା ଧନ ପ୍ରାପ୍ତି ହେବ । ବିଦ୍ୟାର୍ଥୀମାନେ ଅମନଯୋଗି ହୋଇପାରନ୍ତି । ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । 

ଜ୍ୟୋତିର୍ବିଦ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

  • Horoscope
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.