LIVE TV

ଚରଦା ବାବା କପିଳେଶ୍ୱର ମନ୍ଦିରର ଆଲୌକିକ ଘଟଣା: ମନ୍ଦିର କାନ୍ଥରୁ ବାହାରୁଛି କ୍ଷୀର !

NEWS7
horoscope-of-friday-13

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଚରଦା ବାବା କପିଳେଶ୍ୱର ମନ୍ଦିରର ଆଲୌକିକ ଘଟଣା ଘଟିଥିବା କହି ଲୋକ ମନ୍ଦିରର ଭିଡ଼ ଜମାଇଛନ୍ତି। ମନ୍ଦିର ପାର୍ଶ୍ଵରେ ଥିବା ଅଫିସ ଗୃହ କାନ୍ଥରୁ ଏକ ଘଣ୍ଟା ଧରି କ୍ଷୀର ଝରୁଥିଲା ବୋଲି କହିଛନ୍ତି ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ଅଶୋକ ପୁଷ୍ଟି ଓ ସେଠାରେ ଏକତ୍ରିତ ହୋଇଥିବା ଭକ୍ତ। ଏହି ଘଟଣା ଘଟିବା ପରେ ଭକ୍ତମାନେ ଠାକୁରଙ୍କ ଦର୍ଶନ ପାଇଁ ମନ୍ଦିରରେ ଭିଡ଼ ଜମାଇଛନ୍ତି।। ମନ୍ଦିର ଅଫିସ୍ କାନ୍ଥରେ କ୍ଷୀର ବୋହୁଥିବା ସ୍ଥାନରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି।

ମନ୍ଦିରର ଅଫିସ କାନ୍ଥରୁ ଏକ ଘଣ୍ଟା ଧରି କ୍ଷୀର ବାହାରିଥିଲା ବୋଲି ମନ୍ଦିରର ଟ୍ରଷ୍ଟ ବୋର୍ଡର ସଭାପତି ଅଶୋକ ପୁଷ୍ଟି କହିଛନ୍ତି। ସେ କହିଛନ୍ତି ଯେ ସେବାୟତ ଓ ଅଫିସ କର୍ମଚାରୀମାନେ ଅଫିସ ପ୍ରବେଶ ଦ୍ୱାରର ଡାହାଣପଟ କାନ୍ଥ ତଳୁ କ୍ଷୀର ବାହାରୁଥିବା ଦେଖିବାକୁ ପାଇଥିଲେ। ସେମାନେ ଏହାର ଫଟୋ ଉଠାଇ ଅଶୋକଙ୍କୁ ପଠାଇଥିଲେ। ଏହାପରେ ଅଶୋକ ନିଜେ ଆସି କ୍ଷୀର ବାହାରୁଥିବା ଦେଖିବାକୁ ପାଇଥିଲେ।

ଆଜି ସଂକ୍ରାନ୍ତି ହୋଇଥିବାରୁ ଘଟଣା ବିଷୟରେ ଜଣାପଡ଼ିବା ପରେ ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି। ଏହା ଭଗବାନଙ୍କ କୃପା ବୋଲି ଆମେ ଭାବୁଛୁ। ଏହା ଏକ ଶୈବବପୀଠ ହୋଇଥିବାରୁ ଠାକୁରଙ୍କର କ’ଣ ଇଚ୍ଛା ପରେ ଜଣାପଡ଼ିବ। ବିଶେଷଜ୍ଞମାନେ ଦେଖିଲେ ଘଟଣା ବିଷୟରେ କହିପାରିବେ ବୋଲି ଅଶୋକ ପୁଷ୍ଟି ନ୍ୟୁଜ-୭କୁ ପ୍ରତିକ୍ରିୟା ଦେଇଛନ୍ତି। ତେବେ କ୍ଷୀର ବାହାରୁଥିବା ସ୍ଥାନରେ ଅରୁଆ ଚାଉଳ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରାଯାଉଛି। ସେବାୟତମାନେ ଆଳତୀ କରୁଛନ୍ତି ବୋଲି ଶ୍ରୀ ପୃଷ୍ଟି ସୂଚନା ଦେଇଛନ୍ତି।

ଚରଦା କପିଳେଶ୍ୱରଙ୍କର ଏହି ପୀଠର କିମ୍ବଦନ୍ତୀ ନିଆରା। ପୀଠ ମଧ୍ୟରେ ବାବା କପିଳେଶ୍ୱର, ମାଁ ଚରଦେଇଙ୍କ ସହ ଆହୁରି ଅନେକ ଦେବାଦେବୀ ପୂଜା ପାଉଛନ୍ତି। ନୀତି ପ୍ରତିଦିନ ଏଠାରେ ଭକ୍ତଙ୍କ ସମାଗମ ହେଉଛି। ହେଲେ ପୂର୍ବରୁ କେବେ ହେଲେ ଏଭଳି ଚମତ୍କାର ଦେଖିବାକୁ ମିଲି ନଥିଲା। ଆଜି ସଂକ୍ରାନ୍ତି ଥିବାରୁ ଭଗବାନଙ୍କ କୃପା ଭକ୍ତଙ୍କ ଉପରେ ଏବଂ ପ୍ରଭୁଙ୍କ କିଛି ମହତ୍ଵ ରହିଛି ବୋଲି ଶ୍ରୀ ପୃଷ୍ଟି କହିଛନ୍ତି ।

ମନ୍ଦିର ଅଫିସ କାନ୍ଥରୁ କ୍ଷୀର ବାହାରୁଥିବା ଲୋକେ ବିଶ୍ୱାସ କରୁଥିବା ବେଳେ ବୈଜ୍ଞାନିକ ଦୃଷ୍ଟି କୋଣରୁ ଏହାର ଯାଞ୍ଚ କରାଗଲେ ଘଟଣା ଜଣାପଡ଼ିବ। ବିଶେଷଜ୍ଞମାନେ ଯାଞ୍ଚ କଲେ ଘଟଣା ବିଷୟରେ ଜଣାପଡ଼ିବ ବୋଲି ଅଶୋକ ପୃଷ୍ଟି କହିଛନ୍ତି।