ଅଗଷ୍ଟ ୧୩ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | August 13, 2025 IST

ମେଷ: କାମରେ ନୂଆ ଅବସର ମିଳିପାରେ। ବୁଝି ବିଚାରି କଥା କହନ୍ତୁ। ବ୍ୟବସାୟରେ ଲାଭ ହେବ। ମନ ଶାନ୍ତି ରହିବ। ଭଲ ଖବର ଆସିପାରେ।

ବୃଷ: ପରିବାରରେ ମିଳିତ ଖୁସି ମିଳିପାରେ। ଅନାବଶ୍ୟକ ଖର୍ଚ୍ଚ ରୁକାନ୍ତୁ। ବୁଦ୍ଧିମତାରେ ସମସ୍ୟାର ସମାଧାନ ମିଳିବ। ମନରେ ଅଳ୍ପ ଦୁଃଖ ହେବ। ଆଧ୍ୟାତ୍ମିକତା ଉପରେ ଆକର୍ଷଣ ବଢ଼ିବ।

ମିଥୁନ: ଦିନରେ ମିଶ୍ର ଫଳ ମିଳିପାରେ। କିଛି କାର୍ଯ୍ୟରେ ବାଧା ଆସିପାରେ। ବ୍ୟବସାୟରେ ଧୈର୍ଯ୍ୟ ଆବଶ୍ୟକ। ପୁରୁଣା ମାନସିକ ଚିନ୍ତା ଦୂର ହେବ।

କର୍କଟ: ଧନ ଲାଭର ସମ୍ଭାବନା ଅଛି। ନୂଆ କାମ ଆରମ୍ଭ ପାଇଁ ଦିନ ଭଲ। ପ୍ରେମ ସମ୍ପର୍କରେ ନିଷ୍ପତ୍ତି ନେଇପାରନ୍ତି। ଦୁଃଖ ଭୁଲି ଆଗକୁ ବଢନ୍ତୁ। ବନ୍ଧୁମାନେ ସାହାଯ୍ୟ କରିପାରନ୍ତି।

ସିଂହ: ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ମନ ଆନନ୍ଦିତ ରହିବ। ସ୍ୱାସ୍ଥ୍ୟ ଭଲ ରହିପାରେ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ନୂଆ ଯାତ୍ରା ଯୋଗ ହୋଇପାରେ। ବଡମାନଙ୍କର ଆଶୀର୍ବାଦ ମିଳିପାରେ।

କନ୍ୟା: ଆଶା କରିଥିବା କାମ ଅଧାରେ ଅଟକିପାରେ। ବୃଦ୍ଧି ପାଇଁ ପ୍ରୟାସ ଜାରି ରଖନ୍ତୁ। ନିଜର ବ୍ୟବହାର ଉପରେ ଧ୍ୟାନ ଦିଅନ୍ତୁ। ଆର୍ଥିକ ଚିନ୍ତା ଆସିପାରେ। ପ୍ରାର୍ଥନା କରନ୍ତୁ, ଶାନ୍ତି ମିଳିବ।

ତୁଳା: କିଛି ପୁରୁଣା ମାନସିକ ଯନ୍ତ୍ରଣା ଶେଷ ହେବ। ମିତ୍ରଙ୍କ ସହ ସମ୍ପର୍କ ଭଲ ହେବ। ଆତ୍ମବିଶ୍ୱାସ ବଢିବ। କାମ ଅନୁଯାୟୀ ଫଳ ମିଳିବ।

ବିଛା: ଧୈର୍ଯ୍ୟ ଏବଂ ସାବଧାନତା ଆବଶ୍ୟକ। ଅନ୍ୟମାନଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। ନିଜର କାମ ଉପରେ ଧ୍ୟାନ ଦିଅନ୍ତୁ। ମନ ଅସ୍ଥିର ହେଇପାରେ। ପ୍ରେମ ସମ୍ପର୍କରେ ଅଳ୍ପ ଅସୁବିଧା ଆସିପାରେ।

ଧନୁ: ଅଧ୍ୟୟନ ଓ କାର୍ଯ୍ୟ ଉପରେ ଧ୍ୟାନ ଦେବେ। ଅପରିଚିତ ଲୋକଙ୍କ ସହ ଦୂରତା ରଖନ୍ତୁ। ସମୟ କ୍ଷୟ ହେବାର ସମ୍ଭାବନା ଅଛି। ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେବା ଦରକାର।

ମକର: ଆଶା କରିନଥିବା ଦିଗରୁ କିଛି ଲାଭ ହୋଇପାରେ। ପରିବାରରେ ଶାନ୍ତି ବଢ଼ିବ। ଆଧ୍ୟାତ୍ମିକ କାର୍ଯ୍ୟରେ ଆଗ୍ରହ ଜନ୍ମିବ। ବୃଦ୍ଧି ପାଇଁ ଉପଯୁକ୍ତ ଦିନ। ଅତି ଆତ୍ମବିଶ୍ୱାସ ରଖିବା ଠିକ୍ ନୁହେଁ।

କୁମ୍ଭ: ସମ୍ପର୍କରେ ମିଶ୍ର ଅନୁଭୂତି ହେବ। କାମରେ ନୂଆ ଚିନ୍ତାଧାରା ଆସିପାରେ। ବୃଦ୍ଧି ପାଇଁ ପ୍ରୟାସ କରନ୍ତୁ। ଶତୃମାନେ ଦୁର୍ବଳ ହେବେ। ବୃଦ୍ଧି ଓ ନୂଆ ଯୋଜନା ପାଇଁ ସମୟ ଭଲ।

ମୀନ: ମନ ଶାନ୍ତ ରହିବ। ଧନ ଲାଭ ହେବାର ସୁଯୋଗ ମିଳିପାରେ। ମିଳିତ କାର୍ଯ୍ୟରେ ସଫଳତା ଆସିପାରେ। ଦୀର୍ଘ ଦିନର ଚିନ୍ତା ଦୂର ହେବ। ଦାମ୍ପତ୍ୟ ଜୀବନ ଭଲ ରହିପାରେ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ 

ଯୋଗାଯୋଗ - 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.