ମେ' ୦୬ ତାରିଖ, ମଙ୍ଗଳବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | May 06, 2025 IST

ମେଷ- କୌଣସି ସ୍ଥାନରେ ପରାଜୟ ହାସଲ କରିପାରନ୍ତି। ଯାନ ବାହାନରେ ନିହାତି ସତର୍କତା ଅବଲମ୍ବନ କରନ୍ତୁ। ମନ ସାମାନ୍ୟ ଅଶାନ୍ତ ରହିବ। ପତିପତ୍ନୀଙ୍କ ମଧ୍ୟରେ କଳହର ଯୋଗ ରହିଛି। ଯାନବାହାନ କ୍ରୟ କରିପାରନ୍ତି।

ବୃଷ- ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ପ୍ରାପ୍ତ ହେବ। ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି । ପୁରୁଣା ଋଣ ପରିଶୋଧ କରିବାକୁ ସକ୍ଷମ ହେବେ। ଅଟକି ରହିଥିବା ଧନ ପ୍ରାପ୍ତ ହେବ। ମନ ପ୍ରଫୁଲ୍ଲ ରହିବ।

ମିଥୁନ- ଦୁଶ୍ଚିନ୍ତା ଗ୍ରସ୍ତ ହୋଇ ରହିବେ। ଆର୍ଥିକ ବ୍ୟୟ ହେବ। ବହୁ ପରିଶ୍ରମରେ ଅଳ୍ପ ଲାଭ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଯିବ। ଚାଲୁଥିବା କାର୍ଯ୍ୟ ଅଧାରୁ ଅଟକି ଯାଇପାରେ। ବିଦ୍ୟାର୍ଥୀମାନେ ଅଳସୁଆ ହେବେ।

କର୍କଟ- ଶ୍ରୀ ଚନ୍ଦ୍ର ହେତୁ ପରିବାରରେ ସୁଖ ସମୃଦ୍ଧି ଲାଗି ରହିବ। ଦିନଟି ଖୁସିରେ କଟିବ। ବିଦ୍ୟାର୍ଥୀମାନେ ଲାଭବାନ ହେବେ। ଚାକିରିରେ ଚାପ ବୃଦ୍ଧି ପାଇପାରେ । ଲାଗିଥିବା ସମସ୍ୟାର ସମାଧାନ ହେବ। ବ୍ୟବସାୟରେ   ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି।

ସିଂହ- ପଥରୋଧ ହେବାର ସମ୍ଭାବନା ରହିଛି। ଅନାବଶ୍ୟକ ବ୍ୟୟରେ ପଡ଼ିପାରନ୍ତି। ବ୍ୟବସାୟରେ କ୍ଷତି ସହିବାର ସମ୍ଭାବନା ରହିଛି। ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଲାଗିପାରେ।

କନ୍ୟା- ମନ ପ୍ରସନ୍ନ ରହିବା ସହ ଅର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ଅଯଥା କଳହ କରନ୍ତୁ ନାହିଁ। ସମାଜରେ ନିଜ ନାମକୁ ପ୍ରତିଷ୍ଠା କରିପାରିବେ। ବ୍ୟବସାୟ ପାଇଁ ଦିନଟି ଭଲ ରହିଛି। ଆଶା ଅନୁସାରେ ଫଳ ପ୍ରାପ୍ତି ହେବ।

ତୁଳା- କର୍ତ୍ତବ୍ୟ ନିଷ୍ଠ ହୋଇ କାର୍ଯ୍ୟ କରିବେ। କର୍ମ କ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଲାଗି ରହିଥିବା ବିବାଦର ସମାଧାନ ହେବ। ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ଯାତ୍ରା ଶୁଭ ହେବ। ବିଦ୍ୟାର୍ଥୀମାନେ କର୍ମ ଫଳ ପ୍ରାପ୍ତ କରିବେ।

ବିଛା- ମନରେ ବିଷାଦ ସୃଷ୍ଟି ହୋଇପାରେ। ଈଶ୍ୱର ବିଶ୍ୱାସୀ ହେବେ। ମନ୍ଦିରକୁ ଦେବ ଦର୍ଶନ ନିମନ୍ତେ ଯାତ୍ରା କରିବେ। କିଛି ପୁରୁଣା ସମସ୍ୟାକୁ ନେଇ ଚିନ୍ତାରେ ରହିପାରନ୍ତି। ବ୍ୟବସାୟ ମଧ୍ୟମ ହେବ। ବିଦ୍ୟାର୍ଥୀମାନେ ଅଳସୁଆ ହେବେ।

ଧନୁ- ପେଟ ଜନିତ ସମସ୍ୟା ଦେଖାଦେବ। ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ହୋଇପାରେ। ଆର୍ଥିକ ବ୍ୟୟ ହେବ। ସୁଖ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି।ମନ ଅସୁବିଧାରେ ପଡ଼ିବ। ଆତ୍ମବିଶ୍ୱାସର ଅଭାବ ହେବ। ବିଦ୍ୟାର୍ଥୀମାନେ ଅମନଯୋଗୀ ହେବେ।

ମକର- ଭୋଗ ବିଳାସରେ ଦିନଟି କଟିବ। ସର୍ବ କାର୍ଯ୍ୟ ସିଦ୍ଧି ହେବ। ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ପରିବାରରେ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ। ବନ୍ଧୁ ମିଳନ ହୋଇପାରେ। ଅନାବଶ୍ୟକ ବିବାଦର ପରିସ୍ଥିତି ସୃଷ୍ଟି ହୋଇପାରେ।

କୁମ୍ଭ- ଦୁଃସାହସିକ ପଦକ୍ଷେପ ନେବେ। ବ୍ୟବସାୟରେ ଲାଭ ହେବ। ମନ ପ୍ରଫୁଲ୍ଲ ରହିବ। ବିବାହ ପାଇଁ ପ୍ରସ୍ତାବ ଆସିବ। ବିଦ୍ୟାର୍ଥୀମାନେ ପାଠରେ ଅଧିକ ମନୋନିବେଶ କରିବେ।

ମୀନ- ଆତ୍ମ ସଞ୍ଜମ ହୋଇ କାର୍ଯ୍ୟ କରନ୍ତୁ। ଅର୍ଥ ବିଷୟକୁ ନେଇ ଚିନ୍ତା ବୃଦ୍ଧି ପାଇବ। ଶତ୍ରୁ ଭୟ ରହିବ। ଆୟ ଠାରୁ ବ୍ୟୟ ଅଧିକ ରହିବ। ଭ୍ରମଣ ଯୋଗୁ ଖର୍ଚ୍ଚାନ୍ତ ହେବେ। ଗ୍ୟାସ ଜନିତ ସମସ୍ୟା ହୋଇପାରେ। ବିଦ୍ୟାର୍ଥୀମାନେ ଅବହେଳିତ ହେବେ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ                            

ଯୋଗାଯୋଗ – 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.