ବସନ୍ତ ପଞ୍ଚମୀ ଅବସରରେ ବ୍ରଜରେ ଆରମ୍ଭ ହେଲା ହୋଲି, ୪୦ ଦିନ ପର୍ଯ୍ୟନ୍ତ ଜମିବ ରଙ୍ଗର ଉତ୍ସବ

NEWS7
horoscope-for-tuesday-18-march-2025

ବୃନ୍ଦାବନ ୨୩।୧: ବସନ୍ତ ପଞ୍ଚମୀରେ ମା ସରସ୍ୱତୀଙ୍କ ଆବାହନ ହୁଏ, ହେଲେ ବ୍ରଜବାସୀଙ୍କ ଲାଗି ଏହାର ଅନ୍ୟ ଏକ ଖାସ କାରଣ ରହିଛି। ତାହା ହେଉଛି ହୋଲି, ଏଠାରେ ଫଗୁଣ ମାସ ପୂର୍ବରୁ ହୋଲି ଆରମ୍ଭ ହୋଇଯାଏ। ସେହି ଅନୁସାରେ ୨୩ ଜାନୁୟାରୀ ଶୁକ୍ରବାର ବ୍ରଜରେ ୪୦ ଦିନିଆ ହୋଲି ମହୋତ୍ସବ ଆରମ୍ଭ ହୋଇଯାଇଛି। ଏହି ଦିନରୁ ରାଧା-ମୋହନଙ୍କ ଖାସ ଶୃଙ୍ଗାର କରାଯାଏ ଓ ବିଶେଷ ଭୋଗ ଲାଗି ହୁଏ।

ବୃନ୍ଦାବନର ସନ୍ଥ ଯୁବରାଜ ଶୋଭିତ ଗୋସ୍ୱାମୀ ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେ ବସନ୍ତ ପଞ୍ଚମୀ ଦିନ ଠାକୁରଜୀ ଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧା ଯାଏ ଓ ତାଙ୍କୁ ବସନ୍ତ ଛତ୍ରୀରେ ବିରାଜମାନ କରାଯାଏ ତାଙ୍କୁ ହୋଲି ପର୍ଯ୍ୟନ୍ତ ସେହିଠାରେ ରଖାଯାଏ। ବସନ୍ତପଞ୍ଚମୀରେ ଠାକୁରଙ୍କ ଦେହରୁ ଶୀତବସ୍ତ୍ର ଖୋଲି ଦିଆଯାଏ ଓ ତାଙ୍କ ବାସନ୍ତୀ ପୋଷାକ ପିନ୍ଧାଇ ଦିଆଯାଏ ତାଙ୍କର ଏହି ପରି ଶୃଙ୍ଗାର ହୋଲି ପର୍ଯ୍ୟନ୍ତ ଜାରି ରହେ। ରାଧା ମୋହନଙ୍କୁ ଲାଲ ଅବିରରେ ଆରତୀ ସମର୍ପିତ କରାଯାଏ। ଏହି କାରଣରୁ ଆଜିଠାରୁ ବ୍ରଜରେ ହୋଲି ମହୋତ୍ସବ ଆରମ୍ଭ ହୁଏ।

ରାଧା ମୋହନଙ୍କୁ ବେସନ ତିଆରି ଭୋଗଲାଗି ହୁଏ। କାରଣ ଏହା ବସନ୍ତ ଆଗମନର ପ୍ରତୀକ। ହିନ୍ଦୁ ପଞ୍ଚାଗ ଅନୁସାରେ ବସନ୍ତ ପଞ୍ଚମୀ ଋତୁ ପରିବର୍ତ୍ତନର ପ୍ରତୀକ। ଏହି ଦିନ ପ୍ରକୃତିରେ ନବ ପରିବର୍ତ୍ତନ ଆସିଥାଏ। ବ୍ରଜରେ ମାନ୍ୟତା ରହିଛି ଯେ ଏହି ଦିନ ଭଗବାନ ଶ୍ରକୃଷ୍ଣ ଗୋପୀଙ୍କ ସହ ହୋଲି ଖେଳିବା ଆରମ୍ଭ କରିଥିଲେ। ଏଣୁ ବସନ୍ତ ପଞ୍ଚମୀଠାରୁ ମନ୍ଦିର ମାନଙ୍କରେ ଅବିର ରଙ୍ଗ ଲଗା ଆରମ୍ଭ ହୁଏ। ବସନ୍ତ ପଞ୍ଚମୀ ଦିନରୁ ବ୍ରଜରେ ଫାଗ, ହୋରି ଓ ଧମାର ଗୀତର ଗୁଞ୍ଜରଣ ଶୁଣାଯାଏ। ରାଧାକୃଷ୍ଣ ଲିଳା ଉପରେ ଆଧାରିତ ଏହି ଲୋକଗୀତ ହୋଲିର ଆନନ୍ଦକୁ ବହୁଗୁଣିତ କରିଥାଏ। ମନ୍ଦିର ମାନଙ୍କରେ କିର୍ତ୍ତନ, ନୃତ୍ୟ ଓ ଭଜନ ସହିତ ଭକ୍ତ ଶ୍ରୀକୃଷ୍ଣଙ୍କ ରଙ୍ଗରେ ରଙ୍ଗୀନ ହେବାରେ ଲାଗନ୍ତି।

ବ୍ରଜର ହୋଲି କେବଳ ଏକ ଉତ୍ସବ ନୁହେଁ ଭାରତୀୟ ସଂସ୍କୃତିର ଐତିହ୍ୟ ମଧ୍ୟ। ଏହି ଉତ୍ସବ ସାମାଜିକ ମତପାର୍ଥକ୍ୟକୁ ଦୂର କରି ପ୍ରେମ, ଭାଇଚାରା ଓ ଆନନ୍ଦର ବାର୍ତ୍ତା ଦେଇଥାଏ। ବସନ୍ତ ପଞ୍ଚମୀରୁ ହୋଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଉତ୍ସବ ବ୍ରଜର ଆତ୍ମାକୁ ଦର୍ଶାଏ। ବସନ୍ତ ପଞ୍ଚମୀରେ ଠାକୁର ବାଙ୍କେବିହାରୀ ମନ୍ଦିରରେ ମଧ୍ୟ ହୋଲି ଆରମ୍ଭ ହୋଇଛି।