ମାର୍ଚ୍ଚ ୦୭ ତାରିଖ, ଶୁକ୍ରବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | March 07, 2025 IST

ମେଷ - ଆସନ୍ତାକାଲି ଦିନଟି ମାଧ୍ୟମ ଫଳ ଦେବ । ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେଇପାରେ । ବ୍ୟବସାୟ ରେ କ୍ଷତି ହେବାର ସମ୍ଭାବନା  ରହିଛି। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିଲେ ମଧ୍ୟ ଖର୍ଚ୍ଚ ଅଧିକ ହେବ। ଦମ୍ପତି ମାନଙ୍କ ପାଇଁ ଦିନଟି ଭଲ ରହିବ ।

ବୃଷ - ଦିନଟି ଆପଣଙ୍କୁ ଉତ୍ତମ ଫଳ ଦେବ । ସ୍ବାସ୍ଥ୍ୟାବସ୍ଥା ଖୁବ୍ ଭଲ ରହିବ । ଅଟକି ଥିବା କାର୍ଯ୍ୟ ର ଆରମ୍ଭ ଆଜି କରିବେ । ନୂତନ ଯାନବାହାନ କ୍ରୟ କରି ପାରନ୍ତି । ଦାମ୍ପତ୍ୟ ଜୀବନ ରେ ଥିବା କିଛି ଅସୁବିଧା ଦେଖା ଦେବ।

ମିଥୁନ - ଆୟ କମ ଓ ବ୍ୟୟ ଅଧିକ ହେବ । ପରିବାରରେ ମନୋ ମାଳିନ୍ୟ ଦେଖା ଦେବ । ସ୍ବାସ୍ଥ୍ୟ ଅବସ୍ଥା ରେ ଅବନତି ଘଟି ପାରେ । ସନ୍ତାନ ଙ୍କ ପ୍ରତି ଯଥେଷ୍ଟ ଯତ୍ନ ବାନ ହୁଅନ୍ତୁ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ।

ମକର-  ଶୁକ୍ରବାର ଦିନଟି ଆପଣଙ୍କୁ ଭଲ ଫଳ ଦେବ । ଚାକିରି କ୍ଷେତ୍ରରେ କ୍ଷମତା ବୃଦ୍ଧି ହେବ । ପଦୋନ୍ନତିର ଯୋଗ ରହିଛି । ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାର ସହିତ ସମୟ ଅତିବାହିତ କରିବେ।

କର୍କଟ - ଆୟରେ ବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ଅବସ୍ଥା ଉତ୍ତମ ରହିବ । ଚାକିରି କ୍ଷେତ୍ରରେ ଜଗିରଖି ଚଳନ୍ତୁ । ବ୍ୟବସାୟ ମଧ୍ୟମ ଫଳ ଦେବ । ଛାତ୍ର ଛାତ୍ରୀ ମାନେ ନିଜ ଗୁରୁଜନ ଙ୍କୁ ମାନି ଚଳନ୍ତୁ । ନୂତନ ଦ୍ରବ୍ୟ କ୍ରୟ କରିବେ।

ସିଂହ - କୌଣସି ବାହ୍ୟ ସ୍ଥାନରୁ ସମ୍ମାନ ମିଳିପାରେ । ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିହାତି ଆବଶ୍ୟକ। ଚାକିରି କ୍ଷେତ୍ର ସାମାନ୍ୟ ରହିବ । ବ୍ୟବସାୟରେ ନିବେଶ କରନ୍ତୁ ନାହିଁ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବିଦ୍ୟାର୍ଥୀ ମାନେ ଉପକୃତ ହେବେ।

କନ୍ୟା - ପରିବାରରେ ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି । ମାନ   ସମ୍ମାନରେ ବୃଦ୍ଧି, ଯଶ ପ୍ରତିଷ୍ଠା ଲାଭ ଯୋଗ ରହିଛି । ବ୍ୟବସାୟରେ ନିବେଶ କରିବା ଆଗରୁ ଥରେ ଭାବିନେବା ଉଚିତ୍ । ଛାତ୍ର ଛାତ୍ରୀ ମାନେ ପ୍ରତିଯୋଗିତାରେ ବିଜୟୀ ହେବେ । 

ତୁଳା- ହଠାତ୍ କ୍ଷତିରେ ଆସନ୍ତାକାଲି ଆପଣ ପଡ଼ି ପାରନ୍ତି । ସ୍ବାସ୍ଥ୍ୟ ପ୍ରତି ଯତ୍ନ ବାନ ହେବା ଦରକାର । ଚାକିରି କ୍ଷେତ୍ରରେ ସାମାନ୍ୟ ଆରାମ ମିଳିବ । ମନକୁ କଷ୍ଟ ଦେଲା ଭଳି କିଛି କଟୁ କଥା ଶୁଣି ପାରନ୍ତି । ଜୀବନ ସାଥିଙ୍କ ସହ ଉତ୍ତମ ସମୟ ଅତିବାହିତ ହେବ ।

ବିଛା -  ଗୃହରେ ଶାନ୍ତି ବଜାୟ ରହିବ । ନିବେଶକୁ ପୁନାରମ୍ଭ କରିବା ପାଇଁ ଦିନଟି ଉତ୍ତମ ରହିଛି । ସ୍ବାସ୍ଥ୍ୟ ଅବସ୍ଥା ରେ ଅବନତି ଘଟିବ । ଚାକିରି ରେ ସ୍ଥାନ ପରିବର୍ତ୍ତନ ଯୋଗ ରହିଛି । ବ୍ୟବସାୟ ରେ ଆସନୁତିତ ଲାଭ ହେବ ।

ଧନୁ- ନିଜ କାର୍ଯ୍ୟ କୁ ସଂପୂର୍ଣ୍ଣ କରିବାକୁ ଶତଚେଷ୍ଟିତ ହେବେ । ଗୃହ ,ଜମି ,ଗାଡ଼ି କିଣିବା ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି । ପରିବାରର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ମାଲି ମୋକଦ୍ଦମାର ଅନ୍ତ ଘଟିବ । ବୈବାହିକ ଜୀବନରେ କଳହ ଯୋଗ ରହିଛି ।

ମକର-  ଶୁକ୍ରବାର ଦିନଟି ଆପଣଙ୍କୁ ଭଲ ଫଳ ଦେବ । ଚାକିରି କ୍ଷେତ୍ରରେ କ୍ଷମତା ବୃଦ୍ଧି ହେବ । ପଦୋନ୍ନତିର ଯୋଗ ରହିଛି । ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାର ସହିତ ସମୟ ଅତିବାହିତ କରିବେ।

କୁମ୍ଭ - ମିତ୍ରଙ୍କ ଦ୍ଵାରା ଭ୍ରମଣର ଯୋଗରହିଛି । ବ୍ୟବସାୟରେ ମାଧ୍ୟମ ଲାଭ ଯୋଗ ରହିଛି । ହଠାତ୍ ବ୍ୟୟ ହୋଇ ପାରେ । କାର୍ଯ୍ୟ ବୋଝରୁ ନିସ୍ତାର ମିଳିବା ବିଳମ୍ବ ହେବ । କର୍ମ କ୍ଷେତ୍ରରେ ସହ ଯୋଗ ମିଳିଲେ ମଧ୍ୟ ଦିନଟି ରେ ଅଧିକ ପରିଶ୍ରମ ହୋଇ ପାରେ ।

ମୀନ - କୌଣସି କାର୍ଯ୍ୟ କୁ ନେଇ ମନ ଉତ୍ସାହ ବୃଦ୍ଧି ପାଇବ   । କାହାକୁ ଆଜି ଉଧାର ଦିଅନ୍ତୁ ନାହିଁ । ସ୍ବାସ୍ଥ୍ୟ ଅବସ୍ଥା ରେ ଅବନତି ଘଟିବ । କାର୍ଯ୍ୟ କ୍ଷେତ୍ର ରେ କିଛି ନୂଆ ସୁଯୋଗ ମିଳିବ । ଦମ୍ପତିଙ୍କ ମଧ୍ୟରେ ଉତ୍ତମ ବୁଝବଣା ଦେଖା ଦେବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ                            

ଯୋଗାଯୋଗ - 8249826682

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.