ମଝି ସମୁଦ୍ରରେ ଫୁଟିଲା ପାଣି ପରି ବୁଦବୁଦ ହୋଇ ଉପରକୁ ଉଠୁଛି ଜଳ ରାଶି: ହାଇ ଆଲର୍ଟରେ ପ୍ରଶାସନ ଓ ମତ୍ସ୍ୟଜୀବୀ, ଦେଖନ୍ତୁ ଭିଡିଓ

NEWS7
horoscope for tuesday 15 april 2025

ପାଲଘର: ମହାରାଷ୍ଟ୍ର ପାଲଘର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଗୁଜରାଟ ସମୂଦ୍ର ଉପକୂଳ ନିକଟ ମଝି ସମୁଦ୍ରରେ ଟକମକ ହୋଇ ପାଣି ଫୁଟିଲା ଭଳି ଜଳରାଶି ବୁଦୁ ବୁଦ ହୋଇ ଉପରକୁ ଉଠୁଛି। ଯାହାକୁ ଦେଖି ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଭୟର ବାତାରବଣ ଖେଳିଯାଇଛି। ଫଳରେ ପାଲଘର ଜିଲ୍ଲା ପ୍ରଶାସନଓ ମତ୍ସ୍ୟଜୀବୀ ହାଇ ଆଲର୍ଟରେ ଅଛନ୍ତି।

ସ୍ଥାନୀୟ ମତ୍ସ୍ୟଜୀବୀମାନେ ସମୁଦ୍ରରେ ଏହି ରୌଦ୍ର ରୂପକୁ ନିଜ ମୋବାଇଲ୍ କ୍ୟାମେରାର କଏଦ କରିଛନ୍ତି।ଯେଉଁଥିରେ ସମୁଦ୍ରର ଏକ ବିଶାଳ ଜଳରାଶି ଫୁଟିଲା ପାଣି ପରି ବୁଦ ବୁଦ ହୋଇ ଉପରକୁ ଉଠୁଛି। ଘଟଣାର ଗୁରୁତ୍ୱକୁ ବିଚାର କରି ବିପର୍ଯ୍ୟୟ ପରିଚାଳନା ବିଭାଗ ପାଖରେ ଏହାର ତଦନ୍ତ ଦାବି କରାଯାଇଛି।

ତେବେ ସମୁଦ୍ର ଭିତରୁ ପାଣି ଫୋଟକା ଭଳି ଉପରକୁ ଉଠୁଥିବାରୁ ନାନା ସନ୍ଦେହ ପ୍ରକାଶ ପାଇଛି। ସମୁଦ୍ରତଳ ଗ୍ୟାସ ଲିକ୍,ସମୁଦ୍ରତଳେ ଭୂତାତ୍ତ୍ୱିକପରିବର୍ତ୍ତନ କିମ୍ବା ସମୁଦ୍ରତଳ ପାଇପଲାଇନ ଫାଟିଯିବାର ଆଶଙ୍କା ସୃଷ୍ଟି ହୋଇଛି।ପାଲଘର ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରକୋଷ୍ଠର ମୁଖ୍ୟ ବିବେକାନନ୍ଦ କଦମଘଟଣା ବିଷୟରେ ମିଡିଆକୁ ସୂଚନା ଦେଇଛନ୍ତି। ସରକାରଏହାର ତଦନ୍ତ ଆରମ୍ଭ କରିଛନ୍ତି,ଏବଂ ଘଟଣାର ତଦନ୍ତ ପାଇଁ ଇଣ୍ଡିଆନ୍ ନ୍ୟାସନାଲ୍ ସେଣ୍ଟର ଫର୍ ଓସେନ୍ ଇନଫର୍ମେସନ୍ ସର୍ଭିସେସ୍ର ଏକ ଟିମ୍କୁ ନିୟୋଜିତ କରାଯାଇଛି। ମିଥେନ ଗ୍ୟାସ୍ ଲିକ୍ ହେଉଥାଇପାରେ ବୋଲି ସନ୍ଦେହ କରାଯାଉଛି।