ଏବେ ହର୍ଲିକ୍ସ ନୁହେଁ ହେଲଥ୍ ଡ୍ରିଂକ, ସରକାରଙ୍କ ନିର୍ଦ୍ଦେଶ ପରେ ବର୍ଗ ବଦଳାଇଲା କମ୍ପାନୀ

Published By : Prameya-News7 Bureau | April 25, 2024 IST

ନୂଆଦିଲ୍ଲୀ ୨୫।୪:   ଏବେ ହର୍ଲିକ୍ସ ଆଉ ହେଲଥ ଡ୍ରିଂକ ହୋଇ ନାହିଁ। ଭାରତ ସରକାରଙ୍କ ଆଦେଶ ପରେ ଏହାର ପ୍ୟାରେଣ୍ଟ କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ଏବେ  ବର୍ଗ ବଦଳାଇ ଦେଇଥିବା ବେଳ ଏଥିରୁ ହେଲଥ୍ ଲେବୁଲ ହଟାଇ ଏହାକୁ 'ଫଙ୍କସନାଲ ନ୍ୟୁଟ୍ରିସନଲ ଡ୍ରିଂକସ୍' (ଏଫଏନଡି) କରି ଦିଆଯାଇଛି। ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟ ଅନେକ ପେୟ ପଦାର୍ଥ କମ୍ପାନୀଙ୍କ ତାଙ୍କ ଇ-କମର୍ସ ପ୍ଲାଟଫର୍ମରୁ ‘ହେଲଥ୍ ଡ୍ରିଂକ’  ବର୍ଗରୁ ହଟଇବାକୁ ନିର୍ଦ୍ଦେଶ ଦେଇଥିଲେ। 

ହର୍ଲିକ୍ସ ଓ ବୁଷ୍ଟ ଭଳି ଡ୍ରିଂକସ୍  ଏଚୟୁଏଲଙ୍କ ପ୍ରଡକ୍ଟ। ଏ ନେଇ ୨୪ ଏପ୍ରିଲରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଚୟୁଏଲଙ୍କ ମୁଖ୍ୟ ବିତ୍ତିୟ ଅଧିକାରୀ ରିତେସ ତିୱାରୀ ଏହା ଘୋଷଣା କରି କହିଥିଲେ ଯେ ଏହି ପରିବର୍ତ୍ତନ ଆମ ପ୍ରଡକ୍ଟର ବର୍ଗକୁ ଅଧିକ ସଠିକ ଓ ପାରଦର୍ଶି କରିବ। ଉଲ୍ଲେଖଯୋଗ୍ୟ ଯେ ଫୁଡ ଫାର୍ମର ନାମକ ଜନୈକ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ବର୍ଣ୍ଣ ଭିଟାରେ ହାଇସୁଗାର ଥିବା ନେଇ ଲୋକଙ୍କ ଧ୍ୟାନ ଆକର୍ଷିତ କରିଥିଲେ। 

ଏହା ପରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ)ଙ୍କୁ ଏହାର ଯାଞ୍ଚ ଆଦେଶ ଦେଇଥିଲେ। ଏହା ପରେ କମ୍ପାନୀମାନେ ସେମାନଙ୍କ ଉତ୍ପାଦର  ବର୍ଗ ବଦଳାଇଛନ୍ତି। ଏଚୟୁଏଲଙ୍କ ଅନୁସାରେ ‘ଫଙ୍କସନାଲ ନ୍ୟୁଟ୍ରିସନାଲ ଡ୍ରିଂକସ’ ଶ୍ରେଣୀର ଅର୍ଥ ପ୍ରୋଟିନ ଓ ଅନ୍ୟ ପୋଷକ ତତ୍ୱର ଅଭାବ  ଆବଶ୍ୟକତାକୁ ପୂରଣ କରିବ। ଏଫଏନଡିକୁ ନନ ଆଲକୋହଲିକ ଡ୍ରିଙ୍କ ରୂପେ ମଧ୍ୟ ପରିଭାଷିତ କରାଯାଇପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.