ନୂଆ ଟ୍ରେଡ୍ ଡିଲ୍‌ରେ ଓଡ଼ିଶାକୁ ମିଳିବ ଫାଇଦା, ଆମେରିକା ବଜାରରେ ବଢିବ ଓଡ଼ିଶା ଖାଦ୍ୟର ଚାହିଦା

NEWS7
home-guard-mruta-in-durghatana-in-chandikhol

ଭୁବନେଶ୍ୱର ୦୫।୦୨ : ଭାରତ-ଆମେରିକା ଟ୍ରେଡ୍ ଡିଲରେ ଓଡ଼ିଶାକୁ ମିଳିବ ଫାଇଦା । ଶୁକ୍ଲ କୋହଳ ହେବା ଯୋଗୁ ଓଡ଼ିଶାକୁ ମିଳିବ ଫାଇଦା । ଟାରିଫ ଛାଡ଼ ପରେ ଆମେରିକା ବଜାରରେ ଓଡ଼ିଶା ଖାଦ୍ୟର ଚାହିଦା ବଢିବ । ଏନେଇ ‘X’ରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏ ଖବର ବି ପଢନ୍ତୁ:- ଦକ୍ଷିଣ ପଶ୍ଚିମାଞ୍ଚଳ DIGଙ୍କ ବଡ଼ ଘୋଷଣା, ସଂପୂର୍ଣ୍ଣ ମାଓ ମୁକ୍ତ ହେଲା କୋରାପୁଟ ଜିଲ୍ଲା

ନିକଟରେ ଭାରତ-ଆମେରିକା ମଧ୍ୟରେ ନୂଆ ଟ୍ରେଡ୍ ଡିଲ୍ ହୋଇଛି । ଯେଉଁଥିରେ ୧୮ ପ୍ରତିଶତରେ ଶୁକ୍ଲ ଲାଗୁ କରିବାକୁ ଆମେରିକା ସରକାର ରାଜି ହୋଇଛନ୍ତି । ତେବେ ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ଏହି ନୂଆ ଟ୍ରେଡ୍ ଡିଲ୍ ପରେ ଓଡ଼ିଶାକୁ ଜବରଦସ୍ତ ଫାଇଦା ହେବ । ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଓ ଅର୍ଥନୀତିକୁ ଏହି ଡିଲ୍ ଏକ ନୂତନ ପରିଚୟ ଦେବ । ଏପିରିକି ଟାରିଫ ଛାଡ଼ ପରେ ଆମେରିକା ବଜାରରେ ଓଡ଼ିଶା ଖାଦ୍ୟର ଚାହିଦା ବଢିବ ।

​​​​​​​