'ଭାରତରେ ମୁସଲମାନମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଆଲୋଚନା କରନ୍ତୁ': ଜାମିଆର ସେମିଷ୍ଟର ପରୀକ୍ଷା ପ୍ରଶ୍ନ ପତ୍ରକୁ ନେଇ ବିବାଦ

NEWS7
home-guard-gouri-joined-duty-after-two-days-of-her-daughter-death

ନୂଆଦିଲ୍ଲୀ:ଦିଲ୍ଲୀର ପ୍ରତିଷ୍ଠିତ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଏକ ପ୍ରଶ୍ନପତ୍ର ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଏଥିରେ ଭାରତରେ ରହୁଥିବା ମୁସଲମାନ ସମ୍ପ୍ରଦାୟକୁ ନେଇ ଏକ ପ୍ରଶ୍ନ କରାଯାଇଛି। ଯାହାକୁ ନେଇ ବିବାଦ ପରେ ଜଣେ ପ୍ରଫେସରଙ୍କୁ ସସପେଣ୍ଡ୍ କରାଯାଇଛି।

ରିପୋର୍ଟ ମୁତାବକ, ଏହି ପ୍ରଶ୍ନପତ୍ର ବିଏ ଅନର୍ସସୋସିଆଲ ୱାର୍କ’ ପ୍ରଥମ ସେମିଷ୍ଟରର। ପେପରର ଶୀର୍ଷକ- ସୋଶିଆଲ୍ ପ୍ରୋବ୍ଲେମ୍ ଇନ୍ ଇଣ୍ଡିଆ ଅର୍ଥାତ୍ ଭାରତର ସାମାଜିକ ସମସ୍ୟା। ଏଥିରେ ପ୍ରଶ୍ନ ଥିଲା, 'ଭାରତରେ ମୁସଲମାନମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଆଲୋଚନା କରନ୍ତୁ'। ଏହି ପ୍ରଶ୍ନପତ୍ର ଜାମିୟା ମିଲ୍ଲିଆ ଇସଲାମିଆର। ପ୍ରଶ୍ନପତ୍ର ଭାଇରାଲ୍ ପରେ, ଘଟଣାକୁ ଗମ୍ଭୀରତାର ସହ ନେଇ ଏକ ଆଭ୍ୟନ୍ତରୀଣ ତଦନ୍ତ କମିଟି ଗଠନ ହୋଇଛି। ତଦନ୍ତ ନ ସରିବା ପର୍ଯ୍ୟନ୍ତ ପ୍ରଶ୍ନପତ୍ର ସେଟ୍ କରିଥିବା ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଛି। ଜାମିଆ ବିଶ୍ୱବିଦ୍ୟାଳୟ ନିଶ୍ଚିତ କରିଛି ଯେ ନିଲମ୍ବିତ ଅଧ୍ୟାପକ ସମାଜ କାର୍ଯ୍ୟ ବିଭାଗରେ ପ୍ରଫେସର ଅଛନ୍ତି। ବିଶ୍ୱବିଦ୍ୟାଳୟ କହିଛି ଯେ ଏହି ମାମଲାରେ ସୋମାନେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଡିସେମ୍ବର21 ତାରିଖରେ ଅନୁଷ୍ଠିତ ପ୍ରଥମ ସେମିଷ୍ଟାରର ସୋସିଆଲ ୱାର୍କ ପରୀକ୍ଷା ସମୟରେ ବିବାଦ ଆରମ୍ଭ ହୋଇଥିଲା। ଭାରତରେ ମୁସଲିମ ସଂପ୍ରଦାୟଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ଆଲୋଚନା କରିବାକୁ କୁହାଯାଇଥିଲା। ପ୍ରଶ୍ନପତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ପରେ ଯାହାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏମିତି କି ବିଶ୍ୱବିଦ୍ୟାଳୟକୁ ସମାଲୋଚନାର ବି ଶିକାର ହେବାକୁ ପଡ଼ିଛି।