୫ ଦିନିଆ କାର୍ଯ୍ୟ ସପ୍ତାହ ସହ ସବୁ ଶନିବାର ଛୁଟି ଦାବି, ଧାରଣାରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିଅନ୍

NEWS7
hockey-world-cup-2023-new-zealand-defeated-chile-3-1

ଭୁବନେଶ୍ବର ୨୭।୧: ବ୍ୟାଙ୍କିଙ୍ଗ୍ ଶିଳ୍ପରେ ମାସର ସବୁ ଶନିବାର ଛୁଟି ସହ ୫ ଦିନିଆ କାର୍ଯ୍ୟ ସପ୍ତାହ କରିବାକୁ ଦାବି ହୋଇଛି । ୫ ଦିନିଆ କାର୍ଯ୍ୟ ସପ୍ତାହ କାର୍ଯ୍ୟକାରୀ କରିବା ଏବଂ ବାକି ସବୁ ଶନିବାର ଗୁଡିକୁ ଛୁଟି ଦିନ ଭାବେ ଘୋଷଣା କରିବା ପାଇଁ ସରକାରଙ୍କ ମଞ୍ଜୁରୀ ଦାବି କରି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିଅନ୍ ଧାରଣା ଦେଇଛି ।

ବର୍ତ୍ତମାନ ବ୍ୟାଙ୍କ ଗୁଡିକରେ ମାସର ଦ୍ଵିତୀୟ ଏବଂ ଚତୁର୍ଥ ଶନିବାର ଛୁଟି ରହିଛି । କିନ୍ତୁ ମାସର ସବୁ ଶନିବାର ଛୁଟି କରିବା ପାଇଁ ସଂଘ ପକ୍ଷରୁ ଦାବି ହୋଇଛି । ୨୦୧୫ରେ ସ୍ୱାକ୍ଷରିତ ଦଶମ ଦ୍ଵିପାକ୍ଷିକ ଚୁକ୍ତି/ସପ୍ତମ ଯୁଗ୍ମ ସୂଚନା ଅନୁଯାୟୀ, ଆଇବିଏ ଏବଂ ସରକାର ଏହାକୁ ସ୍ୱୀକାର କରିଥିଲେ । ସେହି ଅନୁଯାୟୀ, ପ୍ରତି ମାସର ୨ୟ ଏବଂ ୪ର୍ଥ ଶନିବାର ଛୁଟି ଘୋଷିତ ହୋଇଛି । କିନ୍ତୁ ଅନ୍ୟ ଶନିବାର ଗୁଡ଼ିକ ଅଧା ଦିନ କାର୍ଯ୍ୟ ବଦଳରେ ସମ୍ପୂର୍ଣ୍ଣ କାର୍ଯ୍ୟ ଦିବସ ଭାବରେ ପାଳନ କରାଯାଉଛି । ଦୁଇ ଦିନିଆ ଛୁଟି ଆରବିଆଇ, ଏଲଆଇସି ଓ ଜିଆଇସି ଭଳି ଆର୍ଥିକ ସଂସ୍ଥା ମାନଙ୍କ କ୍ଷେତ୍ରରେ ସମ୍ପ୍ରତି କାର୍ଯ୍ୟକାରୀ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାଂଶ କାର୍ଯ୍ୟାଳୟ କେବଳ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ କାର୍ଯ୍ୟ କରନ୍ତି ଷ୍ଟକ୍ ଏକ୍ସଚେଞ୍ଜ ଗୁଡ଼ିକ ମଧ୍ୟ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ କାର୍ଯ୍ୟ କରନ୍ତି I ମୁଦ୍ରା ବଜାର, ବିଦେଶୀ ବିନିମୟ କାରବାର ଇତ୍ୟାଦି ଶନିବାର ଓ ରବିବାର ଦିନ ବନ୍ଦ ରହିବ ବୋଲି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିଅନ୍ କହିଛି ।