ଆସାମରେ ପ୍ରଥମ HMPV କେସ୍; ୧୦ ମାସର ଶିଶୁ ସଂକ୍ରମିତ, ରାଜ୍ୟରେ ବଢ଼ିଲା ଭୂତାଣୁ ଭୟ

Published By : Prameya-News7 Bureau | January 11, 2025 IST

ଦିଶପୁର: ଭାରତରେ ଧୀରେ ଧୀରେ କାୟା ମେଲାଉଛି HMPV ଭୂତାଣୁ । ଆସାମରେ ପ୍ରଥମ ହ୍ୟୁମାନ ମେଟାନ୍ୟୁମୋଭାରଇସ୍ ସାମ୍ନାକୁ ଆସିଛି । ଜଣେ ୧୦ ମାସର ଶିଶୁ ଏହି ମାରାତ୍ମକ ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଶିଶୁକୁ ବର୍ତ୍ତମାନ ଡେବ୍ରୁଗଡ଼ର ଆସାମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଶିଶୁର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି । ସେପଟେ ଆସାମରେ ପ୍ରଥମ ରିପୋର୍ଟ ପଜିଟିଭ୍ ଆସିବା ପରେ ରାଜ୍ୟରେ ଆତଙ୍କ ଖେଳିଯାଇଛି । 

ଆସାମରେ HMPV ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ଏହା ୧୫ତମ ମାମଲା ହୋଇଛି । ଗୁଜରାଟରେ ସର୍ବାଧିକ ୪ଟି ହ୍ୟୁମାନ ମେଟାନ୍ୟୁମୋ ଭାରଇସ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୁକ୍ରବାର ରାଜସ୍ଥାନ ଏବଂ ଗୁଜରାଟରେ ଗୋଟିଏ ଲେଖାଏଁ କେସ୍ ପିଜିଟିଭ୍ ଆସିଥିଲା । ଏହା ପୂର୍ବରୁ ଗୁରୁବାର ତିନି ଜଣଙ୍କ ରିପୋର୍ଟରେ HMPV ପଜିଟିଭ୍ ଆସିଥିଲା । 

ମହାମାରୀ କରୋନା ଭଳି ଚୀନରେ ପ୍ରଥମେ ଚିହ୍ନଟ ହୋଇଛି ହ୍ୟୁମାନ ମେଟାନ୍ୟୁମୋ ଭାରଇସ୍ । ଏହା ଧୀରେ ଧୀରେ ବିଶ୍ବରେ କାୟା ମେଲାଇବାରେ ଲାଗିଛି । ପଡୋଶୀ ଦେଶରେ ସଂକ୍ରମଣ ମାମଲାରେ ଦ୍ରୁତଗତି ମାଡ଼ି ମାଡ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ସିକ୍କିମ୍ ସରକାର ଏକ ମାର୍ଗଦର୍ଶିକା ଜାରି କରିଛନ୍ତି ।  ସିକ୍କିମର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବର୍ତ୍ତମାନର ସ୍ଥିତି ଉପରେ ଆକଳନ ପାଇଁ ମୁଖ୍ୟ ସଚିବ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସହିତ ବୈଠକ କରିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.