ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

Published By : Prameya-News7 Bureau | July 03, 2025 IST

ସମ୍ବଲପୁର ୩।୭: ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଜଳଭଣ୍ଡାରର ସ୍ଲୁଇସ୍ ଗେଟ୍ । ସକାଳ ୧୦ଟାରେ ଛଡାଯିବ ପ୍ରଥମ ବନ୍ୟାଜଳ । ଏନେଇ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ । ହୀରାକୁଦକୁ ଲକ୍ଷେ କ୍ୟୁସେକ୍ ପାଣି ଆସୁଥିବାରୁ ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି । 

ତେବେ ଚଳିତ ବର୍ଷ ପ୍ରଥମ କରି ଆସିଲା ଏତିକି ବନ୍ୟା ପାଣି । ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୨ ହଜାର କ୍ୟୁସେକ୍ ପାଣି ପ୍ରବେଶ କରୁଛି । ସେପଟେ ଜଳସ୍ତର ବୃଦ୍ଧି ପାଇ ୬୦୨.୭୯ ଫୁଟରେ ପହଞ୍ଚିଛି । ତେବେ ଜଳପ୍ରବେଶ ବଢୁଥିବାରୁ ଜଳସ୍ତର ବଢୁଛି । ସେପଟେ ବନ୍ୟା ଭୟ ନାହିଁ ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି ।

You Can Read:

ବୌଦ୍ଧରୁ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ, ଗାଡି ଛାଡି ଚାଳକ ଫେରାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.