ICC ନିୟମ ଭାଙ୍ଗିଲେ ପାକିସ୍ତାନୀ ବୋଲର, ରାଗିଗଲେ ଅଷ୍ଟ୍ରେଲିଆ ଖେଳାଳି ଗ୍ରୀନ୍, ଭିଡିଓ ଭାଇରାଲ

NEWS7
hirakud-released-first-flood-water-hirakud-feared-on-mahanadi

ଲାହୋର, ୦୧|ଭଦ୍ର ଲୋକଙ୍କ ଖେଳରେ ଅଭଦ୍ର ଆଚରଣ । ସୀମା ଟପିଲେ ପାକିସ୍ତାନୀ ଖେଳାଳି । ବୋଲିଂ ଆକ୍ସନକୁ ନେଇ ପ୍ରଶ୍ନ କଲେ କଙ୍ଗାରୁ ବ୍ୟାଟର । ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି୨୦ ମୁକାବିଲାରେ କିଛି ଏମିକି ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ନାପସନ୍ଦ କରିଛନ୍ତି କ୍ରିକେଟ୍ ପ୍ରେମୀ ।

ଏବେ ପାକିସ୍ତାନ ଗସ୍ତରେ ଅଛି ଅଷ୍ଟ୍ରେଲିଆ ଟିମ୍ । ଦଳ ଏଠାରେ ଟି୨୦ ବିଶ୍ୱକପ୍ ପୂର୍ବରୁ ଟି୨୦ ସିରିଜ୍ ଖେଳୁଛି । ତେବେ ଶନିବାର ଉଭୟ ଦଳ ମଧ୍ୟରେ ଦ୍ୱିତୀୟ ମୁକାବିଲା ହୋଇଥିଲା । ଏଥିରେ ପାକିସ୍ତାନ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ୯୦ ରନରେ ପରାସ୍ତ କରିଛି । ତେବେ ମୁକାବିଲାରେ ଅନେକ ବିବାଦ ମଧ୍ୟ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆ ଅଲରାଉଣ୍ଡର କ୍ୟାମରୁନ୍ ଗ୍ରୀନ୍ ଏବଂ ପାକିସ୍ତାନୀ ସ୍ପିନର ଉସମାନ ତାରିକଙ୍କ ମଧ୍ୟରେ ଏହି ବିବାଦ ଉପୁଜିଛି ।

ରିପୋର୍ଟ ଅନୁସାରେ, ପ୍ରଥମେ ବ୍ୟାଟିଂ କରିଥିଲା ପାକିସ୍ତାନ । ଦଳ ୨୦ ଓଭରରେ ୧୯୮ ରନ୍ କରିଥିଲା । ଏହାକୁ ଚେଜ୍ କରିବା ସମୟରେ କ୍ୟାମରୁନଙ୍କୁ ଆଉଟ୍ କରିଥିଲେ ସ୍ପିନର ଉସମାନ୍ ତାରିକ୍ । ୧୧ତମ ଓଭରରେ ଛକା ମାରିବା ପ୍ରୟାସ କରି ଗ୍ରୀନ୍ ପ୍ୟାଭିଲିୟନ୍ ଫେରିଥିଲେ । ଏହାପରେ ଉସମାନ ଉତ୍ତେଜିତ ହୋଇଯାଇ ଖୁସି ମନାଇଥିଲେ । କିନ୍ତୁ ଗ୍ରୀନ୍ ପୁରା ରାଗିଯାଇଥିବା ଦେଖିବାକୁ ମିଳିଥିଲା ।

ଗ୍ରୀନ୍ ପ୍ୟାଭିଲିୟନ ଫେରିବା ବେଳେ ତାରିକଙ୍କ ବୋଲିଂ ଆକ୍ସନକୁ ନକଲ କରିଥିଲେ । ଯାହାକୁ କ୍ରିକେଟରେ ଚକିଂ କୁହାଯାଏ । ଅର୍ଥାତ ଏପରି ଷ୍ଟାଇଲରେ ବୋଲିଂ କରିବା ନେଇ କିଛି ନିୟମାବଳୀ ରହିଛି। ଭାଇରାଲ ହେଉଥିବା ଭିଡିଓରେ ବାରମ୍ବାର ଗ୍ରୀନ୍ ତାରିକଙ୍କ ଆକ୍ସନକୁ ଦର୍ଶାଉଥିଲେ ।

ମୁକାବିଲାରେ ଗ୍ରୀନ୍ ଅଷ୍ଟ୍ରେଲିଆ ପକ୍ଷରୁ ସବୁଠୁ ଅଧିକ ସ୍କୋର କରିଥିଲେ । ସେ ୨୦ ବଲରୁ ୩୫ ରନ୍ କରିଥିଲେ । ଦଳ ୫ଟି ଓ୍ୱିକେଟ୍ ହରାଇ ସାରିଥିଲା । କିନ୍ତୁ ଗ୍ରୀନଙ୍କ ଆଉଟ୍ ପରେ ଦଳର ବିଜୟ ଆଶା ପୂରା ମଉଳି ଯାଇଥିଲା ।