ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର CBI ତଦନ୍ତ ଦାବି କଲେ ସୁନେତ୍ରା ପାୱାର, ଜାଣନ୍ତୁ କହିଲେ କ’ଣ?

NEWS7
hindustan-ki-cricket-kisiki-jagir-nahi-hai-gautam-gambhir-on-commentators

ମୁମ୍ବାଇ ୧୭।୨: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର ତାଙ୍କ ପରଲୋକଗତ ସ୍ୱାମୀ ତଥା ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ସୁନେତ୍ରା ପାୱାରଙ୍କ ସମେତ ଏନସିପି ର କେତେକ ବରିଷ୍ଠ ନେତା ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କୁ ଭେଟି ଏହି ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କାଳରେ ଏନସିପି ପ୍ରଦେଶ ସଭାପତି ତଥା ସାଂସଦ ସୁନୀଲ ତଟକରେ ମଧ୍ୟ ସୁନେତ୍ରା ପାୱାରଙ୍କ ସହିତ ଥିଲେ। ଦୁଇ ନେତା ଜୋର ଦେଇ କହିଛନ୍ତି ଯେ ଏହି ଘଟଣା ପଛର ସତ୍ୟତା ସାମ୍ନାକୁ ଆସିବା ଜରୁରି।

ପରେ ଗଣମାଧ୍ୟମ ସହ ସାକ୍ଷାତକାରରେ ତଟକରେ କହିଛନ୍ତି ଯେ ପାର୍ଟି ଓ ପରିବାର ଏହି ମାମଲାରେ ପାରଦର୍ଶିତା ଚାହୁଁଛନ୍ତି। ଏଣୁ ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏହି ମାମଲାର ଉଚ୍ଚ ସ୍ତରୀୟ ଯାଞ୍ଚକୁ ମଞ୍ଜୁରୀ ଦେବାକୁ ନିବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଅଜିତ ପାୱାରଙ୍କ ପୁତୁରା ରୋହିତ ପାୱାର ପୂର୍ବରୁ ଅନେକ ଥର ବିମାନ ଦୁର୍ଘଟଣା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥିରେ ଏବେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ସିବିଆଇ ତଦନ୍ତ ଦାବି କରିଛନ୍ତି।

ପୂର୍ବରୁ ଶିବସେନା ସଂସଦ ସଞ୍ଜୟ ରାଉତଙ୍କ ସମେତ ବିରୋଧୀ ଦଳର ଅନେକ ନେତା ଏହି ଦୁର୍ଘଟଣା ଉପରେ ପ୍ରଶ୍ନ କରିଛନ୍ତି। ତେବେ ସୁନେତ୍ରା ପାୱାର ସିବିଆଇ ତଦନ୍ତ ଦାବି କରିବା ପରେ ରାଜ୍ୟ ରାଜନୈତିକ ଅଳିନ୍ଦରେ ଉଷ୍ମତା ପ୍ରକାଶ ପାଇଛି। ଅନ୍ୟପଟେ ସୁନେତ୍ରା ପାୱାରଙ୍କୁ ଏନସିପିର ଜାତୀୟ ସଭାପତି ଚୟନ କରାଯାଇଛି। ତାଙ୍କ ନିଯୁକ୍ତି ଉପରେ ଫେବୃଆରୀ ୨୬ ତାରିଖରେ ଔପଚାରିକ ମୋହର ବାଜିବ। ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ସୁନେତ୍ରାଙ୍କୁ ସଭାପତି ଘୋଷଣା କରାଯିବ।

ଏହା ବି ପଢନ୍ତୁ:-ରାହୁଲ ଗାନ୍ଧୀ... ଜବାବ ଦେବାକୁ ପଡିବ, କଂଗ୍ରେସ ଉପରେ ବର୍ଷିଲେ ଶିବରାଜ ସିଂହ ଚୌହାନ