ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ, ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରର ପ୍ରତିବାଦ

Published By : Prameya-News7 Bureau | December 05, 2024 IST

କଟକ ୦୫।୧୨ : କଟକରେ ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସୁରକ୍ଷା ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶହ ଶହ ସଂଖ୍ୟାରେ ସାଧୁ ସନ୍ଥଙ୍କ ସମେତ ସ୍ୱୟଂ ସେବକ ସଂଘ, ଆର୍‌ଏସ୍‌ଏସ୍‌ର କର୍ମୀମାନେ ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଛନ୍ତି । 

କଟକ ଗୌରୀ ଶଙ୍କର ପାର୍କ ନିକଟରେ ଏକାଠି ହୋଇଥିଲେ ସମସ୍ତେ । ଏହାପରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ ଯାଏଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବାଂଲାଦେଶରେ ସ୍ୱାମୀ ଚିନ୍ମୟ ପ୍ରଭୁ ହିନ୍ଦୁ ମୌଳିକ ଦାବି ନେଇ ଆନ୍ଦୋଳନ କରିଥିବା ବେଳେ ତାଙ୍କୁ ଦେଶଦ୍ରୋହ ମାମଲାରେ ମିଥ୍ୟା ଆରୋପରେ ଜେଲ୍‌ରେ ବନ୍ଦ କରିଛନ୍ତି । ଯାହାକୁ ବିରୋଧ କରିଛି ହିନ୍ଦୁ ସୁରକ୍ଷା ମଞ୍ଚ । ଓଡିଶା ସମେତ ସାରା ଦେଶରୁ ବାଂଲାଦେଶୀଙ୍କୁ ହଟାଇବା ସହ ଯେଉଁମାନେ ଆମ ରାଷ୍ଟ୍ରରେ ରହି ସ୍ଥାନୀୟ ପରିଚୟ ଓ ସରକାରୀ ସୁବିଧା ପାଉଛନ୍ତି। ସେମାନଙ୍କୁ ହଟାଇବା ପାଇଁ ଦାବି କରିଛି ହିନ୍ଦୁ ସୁରକ୍ଷା ମଞ୍ଚ ।ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛି ହିନ୍ଦୁ ସୁରକ୍ଷା ମଞ୍ଚ । ଯେତେଦିନ ଯାଏଁ ବାଂଲାଦେଶୀଙ୍କୁ ହଟାଯାଇନି, ସେଦିନ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି  କହିଛି ହିନ୍ଦୁ ସୁରକ୍ଷା ମଞ୍ଚ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.