ହିନ୍ଦୁ ରାଷ୍ଟ୍ରବାଦ ଓ ଖଲିସ୍ତାନ ଉଗ୍ରବାଦକୁ ଦେଶ ପାଇଁ ବିପଦ କହିଲା ଇଂଲଣ୍ଡ: ଗୃହମନ୍ତ୍ରଣାଳୟ ରିପୋର୍ଟ ଲିକ୍

Published By : Prameya-News7 Bureau | January 29, 2025 IST

indiatoday

ନୂଆଦିଲ୍ଲୀ: ହିନ୍ଦୁ ରାଷ୍ଟ୍ରବାଦ ଓ ଖଲିସ୍ତାନ ଉଗ୍ରବାଦକୁ ଦେଶ ପାଇଁ ବିପଦ ବୋଲି କହିଛି ୟୁକେ। ଇଂଲଣ୍ଡର ସରକାରଙ୍କ ଗୃହମନ୍ତ୍ରଣାଳୟ ରିପୋର୍ଟ ଲିକ୍ ହେବା ପରେ ଘଟଣା ସାମ୍ନାକୁ ଆସିଛି। ପ୍ରକୃତରେ ନିଜ ଦେଶ ପାଇଁ ଥିବା ବଢ଼ୁଥିବା ୯ଟି ବିପଦର ତାଲିକା ପ୍ରସ୍ତୁତ କରିଥିଲେ ୟୁକେ ଗୃହମନ୍ତ୍ରଣାଳୟ। ଏହି ରିପୋର୍ଟ ଏବେ ଲିକ୍ ହେବା ପରେ ଖବର ସାମ୍ନାକୁ ଆସିଛି।

ୟୁକେ ପାଇଁ ବିପଦ ସୃଷ୍ଟିକାରୀ ତତ୍ୱର ଚିହ୍ନଟ କରିବା ପାଇଁ ଅଗଷ୍ଟ ୨୦୨୪ରେ ୟୁକେ ହୋମ୍‌ ଡିପାର୍ଟମେଣ୍ଟ ସଚିବ ୟୁଭେଟ କୋପରଙ୍କ ନେତୃତ୍ୱରେ ଏକ କମିଟି ଗଠନ ହୋଇଥିଲା। ଏହି କମିଟିର ରିପୋର୍ଟ ଲିକ୍ ହୋଇ ଯାଇଛି। ଏଥିରେ ହିନ୍ଦୁ ରାଷ୍ଟ୍ରବାଦୀ ଏକ ଉଗ୍ରବାଦୀ ମାନସିକତା ବୋଲି ଦର୍ଶା ଯାଇଛି। ଏନେଇ ବ୍ରିଟେନ ଖବରକାଗଜ ଦ ଗାର୍ଡିଆନ ରିପୋର୍ଟ ପ୍ରକାଶ କରିଛି। 

ତେବେ ଖଲିସ୍ତାନ ଉଗ୍ରବାଦ ହେଉଛି ବ୍ରିଟେନ୍‌ ପାଇଁ ସବୁଠାରୁ ବଡ଼ ବିପଦ ବୋଲି ଦର୍ଶା ଯାଇଛି। ଗାର୍ଡିଆନ ରିପୋର୍ଟ ଅନୁସାରେ, ପ୍ରଥମ ଥର ପାଇଁ ୟୁକେ ସରକାରୀ ରିପୋର୍ଟରେ "ହିନ୍ଦୁ ଜାତୀୟତାବାଦୀ ଉଗ୍ରବାଦ" ଏବଂ ହିନ୍ଦୁତ୍ୱକୁ ଦେଶ ପାଇଁ ଚିନ୍ତାର କାରଣ ବୋଲି କୁହାଯାଇଛି। 

ହିନ୍ଦୁ ଜାତୀୟତାବାଦକୁ ଚିନ୍ତାର କାରଣ ବୋଲି କହିବାର ମୁଖ୍ୟ କାରଣ ହେଉଛି ୨୦୨୨ରେ ଲିସେଷ୍ଟରରେ ହୋଇଥିବା ଦଙ୍ଗା। ୨୦୨୨ ଅଗଷ୍ଟ ୨୮ରେ ଭାରତ-ପାକିସ୍ତାନ ଏସିଆ କପ୍ ମ୍ୟାଚ୍ ପରେ ବ୍ରିଟିଶ ହିନ୍ଦୁ ଏବଂ ଦକ୍ଷିଣ ଏସୀୟ ବଂଶୋଦ୍ଭବ ବ୍ରିଟିଶ ମୁସଲମାନଙ୍କ ମଧ୍ୟରେ ଦଙ୍ଗା ହୋଇଥିଲା। ଏହାପରେ "ହିନ୍ଦୁ ଜାତୀୟତାବାଦୀ" କୁ ଏକ ବିପଦ ଭାବରେ ତାଲିକାଭୁକ୍ତ କରିଛନ୍ତି ୟୁକେ ସରକାର। ଏହିସବୁ ବିପଦ ବିରୋଧରେ ୟୁକେ ସରକାର କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ରିପୋର୍ଟରେ କୁହାଯାଇଛି। ଏକ ଥିଙ୍କ୍ ଟ୍ୟାଙ୍କ୍ ‘ପଲିସି ଏକ୍ସଚେଞ୍ଜ୍’କୁ ଲିକ୍ ରିପୋର୍ଟରୁ ମିଳିଥିବା ସୂଚନା ଅନୁସାରେ, ୟୁକେ ସରକାର ପ୍ରସ୍ତୁତ କରିଥିବା ୯ଟି ବିପଦ ହେଲା- ଇସ୍ଲାମବାଦୀ, ଉଗ୍ର ଦକ୍ଷିଣପନ୍ଥୀ, ମହିଳା ବିଦ୍ୱେଶ ମନୋଭାବ, ଖାଲିସ୍ତାନ ସମର୍ଥକ ଉଗ୍ରବାଦ, ହିନ୍ଦୁ ଜାତୀୟତାବାଦ ଉଗ୍ରଚିନ୍ତାଧାରା, ପରିବେଶଗତ ଉଗ୍ରବାଦ,ବାମପନ୍ଥୀ, ଅରାଜକତାବା,ଏକକ-ବିଷୟ ଉଗ୍ରବାଦ, ହିଂସା ଆଗ୍ରହୀ, ଷଡ଼ଯନ୍ତ୍ର ଉପାୟ ଆଦି ତାଲିକା ଭୁକ୍ତ କରାଯାଇଛି। ବିବିସିରେ ଏନେଇ ରିପୋର୍ଟ ପ୍ରକାଶ କରିଛି। 

ରିପୋର୍ଟରେ କୁହାଯାଇଛି ଯେ ଖଲିସ୍ତାନକୁ ସମର୍ଥନ କରୁଥିବା ଲୋକମାନେ ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି। ଖଲିସ୍ତାନି ଆନ୍ଦୋଳନ ସହିତ ଯୋଡ଼ି ହେଉଥିବା ଲୋକଙ୍କ ସଂଖ୍ୟା ବଢୁଛି। ଏବଂ ସେମାନେ ବିଶେଷ କରି ଶୈଶବ ଶୋଷଣରେ ମୁସ୍ଲିମଙ୍କୁ ଦାୟୀ କରି ତାଙ୍କ ପ୍ରତି ଅପମାନସୂଚକ ଶବ୍ଦ କହୁଛନ୍ତି। ଏବଂ ବ୍ରିଟେନ ଏବଂ ଭାରତ ଶିଖଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ମିଛ ମେସେଜ୍ ପ୍ରସାର କରୁଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି। 

ଏଥିସହିତ ଖଲିସ୍ତାନ ଉଗ୍ରବାଦ ବିରୋଧରେ ଭାରତ ବିଦେଶରେ କରୁଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ୟୁକେ ଶିଖ୍‌ମାନଙ୍କ ସହ ଯୋଡ଼ି ଚିନ୍ତା ବ୍ୟକ୍ତ କରିଛି। କାନାଡ଼ା ଘଟଣାକୁ ସେ ରିପୋର୍ଟରେ ଉଲ୍ଲେଖ କରିଛି। ରିପୋର୍ଟ ଲିକ୍ ହେବା ପରେ ୟୁକେ ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। ଗୃହ ବିଭାଗ ମନ୍ତ୍ରୀ ଡାନ୍ ଜାର୍ଭିସ୍ ସ୍ପଷ୍ଟ କରିଛନ୍ତି ଯେ ଉଗ୍ରବାଦର ପରିଭାଷାକୁ ବଖାଣିବାର କୌଣସି ଆବଶ୍ୟକତା ନାହିଁ। ଏହା ସହିତ ଏହି ରିପୋର୍ଟ ବର୍ତ୍ତମାନର ନୁହେଁ କିମ୍ବା ନୂଆ ନୁହେଁ।"

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.