ଦୁଇ ଦିନିଆ ବ୍ଲାକ୍ ସ୍ୱାନ୍ ସମିଟ୍ ଉଦଯାପିତ, ଯୋଗ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

NEWS7
hindu-cricketer-of-bangladesh-congratulated-durga-puja-received-threats-from-fanatics

ଭୁବନେଶ୍ବର ୬।୨: ଭୁବନେଶ୍ୱର ଲୋକସେବା ଭବନରେ ଉଦଯାପିତ ହୋଇଛି ଦୁଇ ଦିନିଆ ବ୍ଲାକ ସ୍ୱାନ ସମିଟ୍ । ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିକଶିତ ଭାରତ ୨୦୪୭ର ସ୍ବପ୍ନକୁ ସରକାର କରିବା ପାଇଁ ହେଲେ ଆମକୁ AI ଉପଯୋଗୀତାରେ ଫାଇନାନ୍ସ ସହ ଟେକ୍ନୋଲୋଜି ଉଭୟର ଆବଶ୍ୟକତା ରହିଛି । ଯାହା ଭାରତ ବର୍ଷରେ ଡିଜିଟାଲ ପେମେଣ୍ଟ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଭାରତ ଆଗକୁ ବଢୁଛି ।

ଏଭଳି ସ୍ଥିତିରେ ଓଡ଼ିଶା ସରକାର ଏବଂ ସିଙ୍ଗାପୁରର GFTN ବା ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱର୍କର ମିଳିତ ସହ ଯୋଗରେ ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀ ଆଗାମୀ ଯୁବ ଯୁବପିଢୀଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମ୍ମିଳନୀରେ ସିଙ୍ଗାପୁରର AI  ସେକ୍ଟରର ଅଗ୍ରଣୀ ସଂସ୍ଥା ସ୍ରାଭମ ସହ ଓଡ଼ିଶା ସରକାରଙ୍କ ଏମଓୟୁ ସ୍ବାକ୍ଷର ହୋଇଥିଲା । ଯାହା ଓଡ଼ିଶାକୁ ଟେକ୍ନୋଲୋଜି କ୍ଷେତ୍ରରେ ଆହୁରି ମଜଭୁତ କରିବ ।