ବଦଳିବ ଆରସିବିର ହୋମ୍ ଗ୍ରାଉଣ୍ଡ ! ଚିନ୍ନାସ୍ୱାମୀରେ ଖେଳିବେନି ବିରାଟ, ନୂଆ ଷ୍ଟାଡିୟମ ଖୋଜୁଛି ଟିମ୍

NEWS7
hindenburg-fallout-adani-group-suspends-work-on-₹34900-cr-petchem-project

ନୂଆଦିଲ୍ଲୀ, ୦୯/୦୧: ବଦଳିବ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ହୋମ୍ ଗ୍ରାଉଣ୍ଡ୍ । ଗତ ବର୍ଷ ଆରସିବି ଟ୍ରଫି ଜିତିବା ପରେ ହୋଇଥିବା ଦଳାଚକଟା ପାଇଁ ଏବେ ଚିନ୍ତାରେ ଟିମ୍ । ଦଳ ଆଉ ଏମ୍ ଚିନ୍ନାସ୍ୱାମୀକୁ ନିଜର ହୋମ୍ ଗ୍ରାଉଣ୍ଡ୍ କରିବାକୁ ଚାହୁଁନି । କିଛି ଏପରି ରିପୋର୍ଟ ବେଙ୍ଗାଲୁରୁର ଆରସିବି ଫ୍ୟାନ୍ସଙ୍କୁ ନିରାଶ କରିଛି ।

ରିପୋର୍ଟ ଅନୁସାରେ, ୨୦୨୫ରେ ଆରସିବି ପ୍ରଥମ ଥର ପାଇଁ ଆଇପିଏଲ ଚାମ୍ପିଅନ୍ ହୋଇଥିଲା । ଏହାପରେ ଦଳର ବିଜୟ ଶୋଭାଯାତ୍ରା ପାଲଟିଥିଲା ବୁମେରାଂ । ପ୍ରବଳ ଗହଳି ପାଇଁ ଦଳାଚକଟା ହୋଇଥିଲା । ଯେଉଁଥିରେ ଅନେକ ଫ୍ୟାନ୍ସ ପ୍ରାଣ ହରାଇଥିଲେ । ଏହାପରେ ଆଉ ଏମ୍ ଚିନ୍ନାସ୍ୱାମୀକୁ ଫେରିବାକୁ ଟିମ୍ ଯୋଜନା ରଖିନାହିଁ । ଏନେଇ କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନ ସହ ଏଯାଏଁ ଦଳ ଯୋଗାଯୋଗ କରିନାହିଁ ।

କୁହାଯାଉଛି ଯେ, ଆରସିବି ନିଜର ହୋମ୍ ମ୍ୟାଚ୍ ବେଙ୍ଗାଲୁରୁ କିମ୍ବା କର୍ଣ୍ଣାଟକର କୌଣସି ଷ୍ଟାଡିୟମରେ ଖେଳିବ ନାହିଁ । ଏହା ବଦଳରେ ଛତିଶଗଡର ରାୟପୁର ଷ୍ଟାଡିୟମରେ ମୁକାବିଳା ଖେଳାଯିବ । ଏନେଇ କିଛି ଚୂଡାନ୍ତ ହୋଇନି । କିନ୍ତୁ ରେସରେ ରାୟପୁର ଷ୍ଟାଡିୟମରେ ଆଗରେ ରହିଛି । ସେହିପରି ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଷ୍ଡାଡିୟମର ନାଁ ବି ଆସୁଛି ।

ଆସନ୍ତା ମାର୍ଚ୍ଚ ୨୧ରୁ ଆଇପିଏଲ ଆରମ୍ଭ ହେବ । ଏହାପୂର୍ବରୁ କର୍ଣ୍ଣାଟକରେ ଦିଲ୍ଲୀ ଟିମ୍ ବିଜୟ ହଜାରେ ଟ୍ରଫିରେ ସତର୍କ ରହିଥିଲା । ଦଳ କୌଣସି ବଡ ଷ୍ଟାଡିୟମରେ ମୁକାବିଲା ଖେଳିନଥିଲା । ବିରାଟ କୋହଲି ଦିଲ୍ଲୀ ଟିମରେ ଖେଳୁଥିବାରୁ ଅନେକ ମୁକାବିଲା ବିନା ପ୍ରଶଂସକରେ ଖେଳାଯାଇଥିଲା । ତେଣୁ ଆଗକୁ ଆଉ କିଛି ସମସ୍ୟା ଯେପରି ନହୁଏ ତେଣୁ ଆରସିବି ନିଜର ହୋମ୍ ଗ୍ରାଉଣ୍ଡ ବେଙ୍ଗାଲୁରୁ ବଦଳରେ ଅନ୍ୟ ରାଜ୍ୟକୁ ପରିବର୍ତ୍ତନ ପାଇଁ ଯୋଜନା କରୁଛି ।