ଯାଆଁଳା ଭଉଣୀଙ୍କୁ ୮୪ ଥର ଛୁରାମାଡ଼, ହତ୍ୟା କରିବା ପରେ ମାଆଙ୍କୁ କହିଲା- ‘ଘରକୁ ଆସ, ସରପ୍ରାଇଜ୍ ଦେବି’

NEWS7
himachal-pradesh-financial-crisis-sukhwinder-sukhu-debt-of-indian-states

ନୂଆଦିଲ୍ଲୀ: ମାର୍ଚ୍ଚ ୬ ତାରିଖ। ହୋଲିର ଦିନ। ଖୁସି ମନାଉଥିବା ବେଳେ ଆସିଲା ଦୁଃଖ। ଯାଆଁଳା ଭଉଣୀକୁ ଛୁରୀ ଭୁସି ହତ୍ୟା। ଥରେ କି ଦୁଇ ଥର ନୁହେଁ, ୮୪ ଥର ଛୁରା ମାଡ଼। ଏଭଳି ନିର୍ମମ ହତ୍ୟା କଲା କିଏ । ପୋଲିସ ତଦନ୍ତ ଆରମ୍ଭ କଲା। ପ୍ରମାଣ ଯୋଗାଡ଼ କଲା। ଆଉ ତଦନ୍ତ ଯାହା ମିଳିଲା, ତାହା ସମସ୍ତଙ୍କୁ ଚକିତ କରିଦେବ। ଯାଆଁଳା ଭଉଣୀଙ୍କୁ ନିର୍ମମ ହତ୍ୟା କରିଥିଲା ଭାଇ। ହେଲେ କାହିଁକି ?

ଉତ୍ତରପ୍ରଦେଶର ମୋରାଦାବାଦରେ ରହୁଥିବା ହାର୍ଦ୍ଦିକ ଓ ହିମାଶିଖା। ୨୫ ବର୍ଷୀୟ ଯାଆଁଳା ଭାଇ ଭଉଣୀ। ଉଭୟେ ଗୁରୁଗ୍ରାମରେ ଇଞ୍ଜିନିୟର ଭାବରେ କାମ କରୁଥିଲେ। ଚାକିରି ସହିତ ହିମାଶିଖା ମଧ୍ୟ MBA କରୁଥିଲେ। ଅନ୍ୟପକ୍ଷରେ ତାଙ୍କ ଭାଇ ହାର୍ଦ୍ଦିକ ପ୍ରାୟ ଦେଢ଼ ବର୍ଷ ପୂର୍ବରୁ ଚାକିରି ଛାଡି ଦେଇଥିଲେ। ସୋସିଆଲ ମିଡିଆରେ ଅଧିକାଂଶ ସମୟ ବିତାଇବା ସେ ଆରମ୍ଭ କରିଥିଲେ। କିନ୍ତୁ, ଗତ କିଛି ମାସ ମଧ୍ୟରେ ହାର୍ଦ୍ଦିକଙ୍କ ଆଚରଣ ବଦଳିବାରେ ଲାଗିଲା। ସେ ରାତି ପର୍ଯ୍ୟନ୍ତ ଅନିଦ୍ରା ରହୁଥିଲେ। ତାଙ୍କ ମୋବାଇଲ୍ ଫୋନ୍ରେ ଅନଲାଇନ୍ରେ କଥା ହେଉଥିଲେ।

also- ବୀଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ୨ ଦିନ ପରେ ଧରାପଡ଼ିଲା ଜହ୍ଲାଦ ରମେଶ !

ପୋଲିସ ତଦନ୍ତରୁ ଜଣାପଡିଛି ଯେ ସେ ସୋସିଆଲ ମିଡିଆରେ ପୁଣେର ଜଣେ ମୁସଲିମ ମହିଳାଙ୍କ ସହ ବନ୍ଧୁତା କରିଥିଲେ। ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ସୋସିଆଲ ମିଡିଆ ଓ ପ୍ରେମ ସମ୍ପର୍କରୁ ଦୂରେଇ ରହି କ୍ୟାରିୟର ଉପରେ ଧ୍ୟାନ ଦେବାକୁ ମା’ ଓ ଭଉଣୀ ତାଗିଦ କରିଥିଲେ। ଏଥିରେ ଅତିଷ୍ଠ ହୋଇପଡ଼ିଥିଲେ ହାର୍ଦ୍ଦିକ।

ମାର୍ଚ୍ଚ ୬ ତାରିଖରେ ଭାଇଭଉଣୀ କଥାବାର୍ତ୍ତା ହେଉଥିବାବେଳେ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଠିକ୍ ସେହି ସମୟରେ ହାର୍ଦ୍ଦିକ ପରିବା କଟା ଛୁରିରେ ଉଭଣୀ ହିମାଶିଖାଙ୍କୁ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଶବ ବ୍ୟବଚ୍ଛେଦରୁ ହାର୍ଦ୍ଦିକ ଭଉଣୀକୁ ୮୪ ଥର ଛୁରାମାଡ଼ କରିବାକୁ ଜଣାପଡ଼ିଥିଲା।

also- କୂଅରେ ୪ ଝିଅଙ୍କୁ ଫିଙ୍ଗି ମାରିଲା ମା’; ବେକରେ ରଶି ଲଗାଇ କଲା ଆତ୍ମହତ୍ୟା

ଏତିକିରେ ଅଟକିନଥିଲା ହାର୍ଦ୍ଦିକଙ୍କ କାରନାମା। ବୀମା କମ୍ପାନୀରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାମ କରୁଥିବା ମା’ ନିଳିମାଙ୍କୁ ଡକାଇଥିଲା ହାର୍ଦ୍ଦିକ। ମା’ ଆସିବା ପରେ ସେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ନିଳିମାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିଳିମା ଏବେ ସୁସ୍ଥ ଅଛନ୍ତି। ହାର୍ଦ୍ଦିକଙ୍କୁ ଗିରଫ କରିଛି ପୁଲିସ। ପୁଲିସ ଜେରାରୁ ମା’ ଓ ଭଉଣୀ ତାଙ୍କୁ କ୍ୟାରିୟରକୁ ନେଇ ଲଗାତର ପରାମର୍ଶ ଦେବା ଓ ପ୍ରେମ ସମ୍ପର୍କରୁ ଦୂରେଇ ରହିବା ପରାମର୍ଶରେ ଅତିଷ୍ଠ ହୋଇ ଏପରି ଜଘନ୍ୟକାଣ୍ଡ ଘଟାଇଥିବା କହିଛନ୍ତି।